ନମସ୍କାର ବନ୍ଧୁଗଣ, ଆପଣ ମାନେ ସମସ୍ତେ ଅମା ଦେଶର ରାଧନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଦେଶ ପାଇଁ ଅନେକ ଉନ୍ନତିମୂଳକ କାମ କରିଛନ୍ତି ଯାହା ପାଇଁ ସେ ଚର୍ଚ୍ଚା ରେ ରହିଥାନ୍ତି । କିନ୍ତୁ ଗତ କିଛି ସମୟ ହେବ ମୋଦୀ ଙ୍କୁ ନେଇ ଆସିଛି ବଡ ଦୁଖଦ ଖବର । ସୂଚନା ଅନୁଯାୟୀ ମୋଦୀ ଙ୍କ ମା ହିରାବେନ ଙ୍କ ପରଲୋକ ଘଟିଛି ।
ଆଜି ଭୋର ସମୟରେ ହିରାବେନ ୧୦୦ ବର୍ଷ ବୟସରେ ପରଲୋକ ଘଟିଛି । ତାଙ୍କ ନିଧନ ବିଷୟରେ ମୋଦୀ ନିଜେ ଟ୍ବିଟ କରି କହିଛନ୍ତି । ହିରାବେନ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗତ ୨ ଦିନ ହେବ ଖରାପ ଥିବାରୁ ତାଙ୍କୁ ଅହମଦାବାଦ ର ଏ ହସପିଟାଲ ରେ ଭର୍ତ୍ତି କରା ଯାଇଥିଲା । କିନ୍ତୁ ଆଜି ସକାଳୁ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ନିଧନ ଘଟିଛି ।
ମୋଦୀ ନିଜ ମା ଙ୍କ ବିଷୟରେ କିଛି ଏମିତ କଥା କହିଛନ୍ତି ଯାହାର ଭିଡିଓ ବର୍ତ୍ତମାନ କିଛି ସମୟ ହେବ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ମୋଦୀ ନିଜ ମା ହିରାବେନ ଙ୍କ ବିଷୟରେ କହିବା ସମୟରେ କୋହଭରା ହୋଇ କାନ୍ଦି ପକାଉଛନ୍ତି । ମୋଦୀ ନିଜ ମା ଙ୍କ ଜୀବନରେ ସଙ୍ଘର୍ଷର କାହାଣୀ ବଖାଣିଛନ୍ତି ଯାହାକୁ ଶୁଣିବା ମାତ୍ରେ ଯିଏ କେହି ବି କାନ୍ଦି ପକାଇବେ ।
ତେବେ ଭାଇରାଲ ହୋଇଥିବା ଭିଡିଓ ରେ ମୋଦୀ ନିଜ ମା ବିଷୟାରେ କହିଛନ୍ତି ଯେ ” ମୋ ଜୀବନରେ ମୋ ବାପା ମା ଙ୍କର ବହୁତ ବଡ ଅବଦାନ ରହିଛି । ମୁଁ ଗରିବ ପରିବାର ରୁ ଆସିଛି । ଆପଣ ମାନେ ଜାଣିଛନ୍ତି ମୁଁ ରେଲୱେ ଷ୍ଟେସନ ରେ ଚାହା ବିକ୍ରି କରୁଥିଲି । ମୋ ବାପା ତ ଆଉ ଏ ଦୁନିଆରେ ନାହାନ୍ତି । ମୋ ମା ଙ୍କର ବୟସ 100 ବର୍ଷ ହୋଇଥିଲେ ମଧ୍ୟ ସେ ଆଜି ଯାଏଁ ନିଜର ସବୁ କାମ କରିଥାନ୍ତି ।
ମୋ ମା ପାଠ ପଢି ନାହାନ୍ତି ସତ କିନ୍ତୁ ଟିଭି ସମାଚାର ଦେଖି ସେ ସବୁ ବୁଝି ପାରନ୍ତି । ଦୁନିଆ ବିଷୟରେ ସବୁ ଜାଣିଥାନ୍ତି ମୋ ମା ଟିଭି ଦେଖି । ଯେବେ ଆମେ ଛୋଟ ଥିଲୁ ଆମକୁ ପୋଷିବା ପାଇଁ ଆମ ମା ଅନ୍ୟ ଘରେ ବାସନ ମାଜୁଥିଲେ କାମ କରୁଥିଲେ ପାଣି ଭରୁଥିଲେ । ଏମିତିକି ମୋ ମା ମଜଦୁରି କାମ କରୁଥିଲେ ଆମକୁ ବଡ ମଣିଷ କରିବା ପାଇଁ ।
ଆପଣ ମାନେ କଳ୍ପନା କରି ପାରିବେ କି ଜଣେ ମା ନିଜ ପିଲାଙ୍କୁ ବଡ କରିବା ପାଇଁ କେତେ କଷ୍ଟ ସହିଥାଏ । ଏତିକି କହି ମୋଦୀ ଭୋ ଭୋ ହୋଇ କାନ୍ଦି ପକାଇଛନ୍ତି” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ମୋଦୀ ଙ୍କର ଏହି ଭିଡିଓ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।