ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ବିଶ୍ଵ ର ସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ଯାହାକୁ ନେଇ ଦେଶର ବିଭିନ୍ନ ଜାଗାରେ କିଛି ନା କିଛି ଅଘଟଣ ଘଟୁଛି ଯାହା ଆଗାମୀ ସମୟରେ ବଡ ବିପତ୍ତି ଆସିବାର ସୂଚନା ଦେଉଛି ବୋଲି ଅନୁମାନ କରା ଯାଉଛି । ତେବେ ପୁରୀ ଶ୍ରୀ କ୍ଷେତ୍ର ଧାମ ରୁ ଗତ କିଛି ଦିନ ହେବ ଏମିତି କିଛି ଘଟଣା ଦୁର୍ଘଟଣା ଘଟୁଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ସବୁ ଘଟଣା କୁ ନେଇ ଲୋକ ମାନଙ୍କ ମନରେ ଭୟ ସୃଷ୍ଟି ହେଉଛି ।
ବର୍ତ୍ତମାନ ଆଉ ଏକ ଏଭଳି ଘଟଣା ସାମନା କୁ ଆସୁଛି ଯାହାକୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆସନ୍ତୁ ଜାଣିବା ସେହି ବିଷୟରେ ବିସ୍ତାର ଭାବେ । ଦର୍ଶକ ବନ୍ଧୁ ମାଡି ଆସିଲା ମହା ବିପଦ । ହେଲା ଘୋର ଅନର୍ଥ । ୨୦ କିଲୋଗ୍ରାମ ର ଖସିଲା ପଥର ବଡ ଦେଉଳ ରୁ । ହଁ ଆଜ୍ଞା ପୁରୀ ଶ୍ରୀ କ୍ଷେତ୍ର ବଡ ଦେଉଳ ରୁ ଖସିଲା ପଥର । ମହାପ୍ରଭୁ ଙ୍କର ଏ କେଉଁ ପ୍ରକାରର ସଂକେତ ହୋଇପାରେ ? ପ୍ରଥମେ ଚିଲ ଉଡିଲା ଶ୍ରୀ କ୍ଷେତ୍ର ଧାମ ରେ । ତା ପରେ ବାଇଶି ପାହାଚ ରେ ପାଣି ପଶିଲା ।
ଆଉ ଏବେ ବଡ ଦେଉଳ ରୁ ଖସିଲା ପଥର । ମହାପ୍ରଭୁ ଦେଉଛନ୍ତି କି କୌଣସି ପ୍ରକାରର ସଂକେତ ? ଆସୁଛି କି ବଡ ବିପଦ ବିଶ୍ଵ କୁ ? ପୂର୍ବର ରୁ ମଧ୍ୟ ବଡ ଦେଉଳ ରୁ ପଥର ଖସିଥିଲା ଆଉ ଏବେ ପୁଣି ଠାରେ ବଡ ଦେଉଳ ରୁ ଖସିଛି ପଥର । ପୁରୀ ଜଗନ୍ନାଥ ମନ୍ଦିର ରୁ ଖସିଥିବା ପଥର ଓଜନ ପ୍ରାୟ ୨୦ କିଲୋଗ୍ରାମ ହେବ ଅନୁମାନ କରା ଯାଇଛି । ତେବେ ପଥର ଖସିବା ପରେ କାହାର କିଛି କ୍ଷତି ହୋଇ ନାହି ବୋଲି ସୂଚନା ମିଳିଛି । ସେବକ ଓ ଶ୍ରଦ୍ଧାଳୁ ଙ୍କ ଚଳ ପ୍ରଚଳ ନ ଥିବା ସ୍ଥାନରେ ଏହି ବଡ ପଥର ଟି ଖସିଥିଲା ।
ସୂଚନା ଅନୁଯାୟୀ ଗତ କାଲି ଅର୍ଥାତ ରବିବାର ଅପରାହ୍ନ ରେ ଘଟିଥିଲା ଏହି ଅଘଟଣ । ରବିବାର ଅପରାହ୍ନ ବାଜଣା ମଣ୍ଡଳ ତଥା ମୁକ୍ତି ଅଣ୍ଡପ ସମୁଖ ବେହରଣ ଦ୍ଵାରା ବାହର ପାର୍ଶ୍ଵ ରୁ ଏହି ପଥର ଟି ଖସିଥିଲା । ପ୍ରାୟ ୪୦ ଫୁଟ ଉଚ୍ଚତା ରୁ ବଡ ଦେଉଳରୁ ଏହି ପଥର ଟି ଖସିଛି । ଭିତର ବେଡା କନ୍ଦି ରେ ପଥର ଟି କସିବାରୁ କାହାର କିଛି କ୍ଷତି ହୋଇ ନାହି ।
ତେବେ ମନ୍ଦିର ରୁ ପଥର ଖସିବା ନେଇ ଏଏସଆଇ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।