ନମସ୍କାର ବନ୍ଧୁଗଣ, ସୂଚନା ମୁତାବିକ ଜଣେ ଯୁବକ ଆମାଜନ ତରଫରୁ ମିଳିଥିବା ଏକ ଚିଠିର ଫଟୋକୁ ଟ୍ଵିଟରରେ ଅପଲୋଡ କରିଥିଲେ । ଆଉ ସେହି ଚିଠିରେ ଲେଖାଥିବା କଥା ଏତେ ଆଶ୍ଚର୍ଯ୍ୟ ଜନକ ଥିଲା କି ତାହା ଏବେ ଭାଇରାଲ ହେବାରେ ଲାଗିଛି । ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ଭିତରେ ଆମକୁ ଆଉ ସମୟ ନାହିଁ ବଜାର ଯାଇ ଏ ଦୋକାନ ରୁ ସେ ଦୋକାନ ଯାଇ କିଣା କିଣି କରିବା ପାଇଁ । ତେଣୁ ଆମେ ବର୍ତ୍ତମାନ ସହଜ ଉପାୟ ବାଛିନେଇଛେ ତେବେ ତାହା ହେଉଛି ଅନଲାଇନ ସପିଙ୍ଗ ।
ଘରେ ବସି ଆପଣ ଚାହୁଁଥିବା ଜିନିଷକୁ ମଗାଇ ସହଜରେ ପାଇପାରିବେ । ହେଲେ କେବେ ଭାବିଛନ୍ତି ଯଦି ଆପଣ ମଗାଇ ଥିବା ଜିନିଷ ବଦଳରେ ଅନ୍ୟ କିଛି ଜିନିଷ ଆସେ ତେବେ ଆପଣଙ୍କୁ କଣ କରିବା ଉଚିତ । ତେବେ ପ୍ରକୃତ ଘଟଣା ହେଉଛି ଟ୍ଵିଟରରେ ଅପଲୋଡ କରିଥିବା ଯୁବକ ଜଣଙ୍କ ହେଉଛନ୍ତି କସିସ । ସେ E-com amajanରୁ ତାଙ୍କର ଆବଶ୍ୟକ ଥିବା ଏକ ବହି ମଗାଇଥିଲେ ।
କିନ୍ତୁ ତାଙ୍କ ପାଖକୁ ସେହି ବହି ବଦଳରେ ଆସିଥିଲା ଅନ୍ୟ ଏକ ବହି ସେହି ବହିର ନାମ ଥିଲା ଲୁକିଙ୍ଗ ଫର ଲଡୁ । ଏହାର ଅର୍ଥ ହେଉଛି ଆପଣ ମିଠା ଖାଇବା ପାଇଁ ଚହୁଁଛନ୍ତି କି । ଏହି ପୁସ୍ତକ ସହ ଏକ ଚିଠି ରହିଥିଲା । ସେହି ଚିଠିରେ ଲେଖାଥିଲା କି ଆପଣ ମଗାଇଥିବା ବହି ଆମ ପାଖରେ ଉପଲବ୍ଧ ନାହିଁ । ବର୍ତ୍ତମାନ ଆପଣ ଆମେ ଦେଇଥିବା ଏହି ପୁସ୍ତକ ଟିକୁ ଉପଭୋଗ କରନ୍ତୁ ।
ଆମ ପାଖରେ ଏହି ପୁସ୍ତକ ଉପଲବ୍ଧ ହେଲେ ଆମେ ଆପଣଙ୍କୁ ପଠାଇ ଦେବୁ । ସେହି ସମୟରେ ଆପଣ ଏହି ପୁସ୍ତକଟିକୁ ଫେରସ୍ତ କରିଦେବେ । ଏହି କଥାକୁ ନେଇ ଆମାଜନରେ ନେଗେଟିଭ ରେଟିଙ୍ଗ ଦେବା ପାଇଁ ଚିଠିରେ ଅନୁରୋଧ କରିଛନ୍ତି ବିକ୍ରେତା । ଏହି ଚିଠିର ଫଟୋକି ଯୁବକ ଜଣଙ୍କ ଟ୍ବିଟର ରେ ସେଯାର କରିବା ପରେ ଏହା ଭାଇରାଲ ହୋଇଯାଇଛି ।
ଏହି କଥା ଏବେ ଜୋର ସୋର ଚର୍ଚ୍ଚା ଧରିଛି । ଅନଲାଇନ ସପିଙ୍ଗକୁ ଆମେ ସବୁଠାରୁ ସହଜ ସରଳ ଭାବି ଅନେକ ଥର ଠକାମିର ଶିକାର ହୋଇ ମଧ୍ୟ ଚୁପ ହୋଇଯାଉ । ତେବେ ଏହି ଘଟଣା ସମ୍ପର୍କରେ ଆପଣ ମାନଙ୍କ ମତ କଣ ରହିବ ତାହା ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବା ପାଇଁ ଭୁଲନ୍ତୁ ନାହିଁ ।