ମହାଶିବରାତ୍ରି 2022, ଶିବପୂଜାରେ ଭୁଲରେ ବି କରନ୍ତୁ ନାହିଁ ଏହି 3ଟି ଭୁଲ… ନଚେତ ମହାଦେବ ହେବେ କ୍ରୋଧିତ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ମହା ଶିବରାତ୍ରି ବା ଜାଗର ଆମ ହିନ୍ଦୁ ଧର୍ମରେ ଖୁବ ଧୁମାଧାମରେ ପାଳନ କରାଯାଏ । ଏହି ପବିତ୍ର ତିଥିରେ ମହାଦେବଙ୍କର ପୂଜା ଆରାଧନା କରାଯାଏ । ଲୋକ ମାନେ ଏହି ଦିନରେ ମହାଦେବଙ୍କର ବ୍ରତ ରଖିଥାନ୍ତି । ତେବେ ଚଳିତ ବର୍ଷ ମହା ଶିବରାତ୍ରି ମାର୍ଚ୍ଚ ୧ ବା ୨ ତାରିଖରେ ହେବ ଓ ଶିବପୁଜା କରିବା ସମୟରେ କେଉଁ ଭୁଲ କରିବା ଉଚିତ ନୁହେଁ ସେହି ବିଷୟରେ କହିବାକୁ ଯାଉଛୁ ।

ଶାସ୍ତ୍ର ଅନୁସାରେ ମହାଶିବରାତ୍ରିର ବିଶେଷ ମହତ୍ଵ ରହିଛି । ସିବା ପୁରାଣ ଅନୁସାରେ ମହାଶିବରାତ୍ରି ପର୍ବ ଫାଲ୍ଗୁନ ମାସ କୃଷ୍ଣପକ୍ଷ ଚତୁର୍ଦସୀ ତିଥିରେ ପାଳନ କରାଯାଏ । ଚଳିତ ବର୍ଷ ମହାଶିବରାତ୍ରି ମାର୍ଚ୍ଚ ୧ ମଙ୍ଗଳବାର ଦିନ ପଡିବାକୁ ଯାଉଛି । ଚତୁର୍ଦ୍ଦଶୀ ତିଥି ମାର୍ଚ୍ଚ ୧ ସକାଳ ୩ଟା ୧୬ ମିନିଟରେ ଆରମ୍ଭ ହେବାକୁ ଯାଉଛି ଓ ଶେଷ ହେବାର ସମୟ ହେଉଛି ମାର୍ଚ୍ଚ ୨ ସକାଳ ୦୧ ମିନିଟରେ ।

ନିଷେଧ କାଳ ପୂଜା ସମୟ ହେଉଛି ରାତି ୧୨ଟା ୮ ମିନିଟ ରୁ ୧୨ଟା ୫୮ ମିନିଟ ଯାଏଁ । ମହାଶିବରାତ୍ରୀ ପାଳନ ହେବାର ସମୟ ହେଉଛି ମାର୍ଚ୍ଚ ୨ ସକାଳ ୬ଟା ୪୫ ମିନିଟରେ । ଶାସ୍ତ୍ର ଅନୁସାରେ ଏହି ଦିନ ଶାକଲେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସ୍ନାନ କରି ସ୍ଵଚ୍ଛ ବସ୍ତ୍ର ଧାରଣ କରି ବ୍ରତ କରିବାର ସଙ୍କଳପ ନେବା ଉଚିତ । ଏଥିପାଇଁ ମନ୍ଦିରକୁ ଯାଇ ବିଧି ବିଧାନ ଅନୁସାରେ ପୂଜା କରିବାକୁ ପଡିଥାଏ ।

ଏହି ଦିନ ମହାଦେବଙ୍କର ଶିବଲିଙ୍ଗରେ ପଞ୍ଚାମୃତରେ ଅଭିଷେକ କରାଇ ଓମ ନମହ ଶିବାୟ ମନ୍ତ୍ର ଉଚ୍ଚାରଣ କରି ପୁଷ୍ପ, ଦୀପ, ଧୂପ ଆଦି ଅର୍ପଣ କରିବା ଉଚିତ । ଏହା ପରେ ଭଗବାନ ଶିବଙ୍କର ପରିକ୍ରମା କରି ପୂଜା ସମାପ୍ତ କରିବା ଉଚିତ । ଏହା ପର ଦିନ ସକାଳେ ବ୍ରାମହଣ ମାନଙ୍କୁ ଦାନ କରି ପୂଜା ବିଧି କରିବାକୁ ପଡିଥାଏ । ଭଗବାନ ଶିବଙ୍କୁ ବେଲପତ୍ର ଚଢାଇବା ସମୟରେ ଧ୍ୟାନ ରଖିବାକୁ ପଡିବ ଯେ ବେଲପତ୍ରର ୩ଟି ପାଖୁଡା ସ୍ଵଚ୍ଛ ହେବା ଉଚିତ ।

ଶିବଲିଙ୍ଗ ଉପରେ କେତକୀ ଓ କଦମ୍ବ ଫୁଲ ଅରପଣ କରିବା ଉଚିତ । ପୂଜା କରିବା ସମୟରେ ଅକ୍ଷତ ଚଢାଇବା ସମୟରେ ଯେପରି ତାହା ଭାଙ୍ଗି ନ ଥିବ ଧ୍ୟାନ ଦେବାକୁ ପଡିବ । ପୂଜା କରିବା ସମୟରେ ଶଙ୍ଖରେ ଜଳ ଅର୍ପଣ କରିବା ଅନୁଚିତ । ଶିବଲିଙ୍ଗ ଉପରେ ନଡିଆ ଅର୍ପଣ କରି ପାରିବେ କିନ୍ତୁ ନଡିଆ ପାଣି ଅର୍ପଣ କରିବା ଉଚିତ ନୁହେଁ ।

ମହାଦେବଙ୍କର କୃପା ଲାଭ ପାଇଁ ଭକ୍ତ ମାନଙ୍କୁ ପଞ୍ଚାମୃତ ସହ ବେଲପତ୍ର ସହ ଧତୁରା ଅର୍ପଣ କରିବା ଉଚିତ ବୋଲି ମାନ୍ୟତା ରହିଛି । ପୂଜା କରିବା ସମୟରେ ଯେପରି କୌଣସି ଭୁଲ ନ ହୁଏ ସେଥିପାଇଁ ମଧ୍ୟ ଧ୍ୟାନ ଦେବାକୁ ପଡିବ । ଭଗବାନ ଶିବଙ୍କ ପୂଜା କରିବା ବିଧି ସବୁଠାରୁ ସହଜ ଓ ସରଳ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *