ଦେବିଦେବତାଙ୍କ ପୁଜା କରିବାକୁ ସନାତନ ଧର୍ମରେ ସବୁଠାରୁ ବଡ ଅଂସ ବୋଲି କୁହାଯାଇଛି । ଏପତି କୁହାଯାଏ କି ଆମେ କରିଥିବା ପାପର କ୍ଷମା ମାଗିବା ପାଇଁ ଆଳତି କରିଥାଉ । ଯଦି ମଣିଷ ଭଗବାନଙ୍କ ଆଳତି ଠିକ ରୂପେ କରିଥାନ୍ତି ତେବେ ଘରର ବାସ୍ତୁ ଦୋଷ ଦୂର ହୋଇଥାଏ । ବାସ୍ତୁ ଦୋଷ ଦୂର କରିବା ପାଇଁ ପ୍ରତିଦିନ ଦୀପ ଜଳାଇବା ଉଚିତ । ପବିତ୍ର ମହାଶିବରାତ୍ରି ଆସନ୍ତା ମାର୍ଚ୍ଚା ୧ ତାରିଖ ମଙ୍ଗଳବାର ଦିନ ପଡିବାକୁ ଯାଉଛି । ଦୀପ ଜାଳିବା ସମୟରେ କିଛି କଥା ପ୍ରତି ଧ୍ୟାନ ଦେବା ଉଚିତ । ଜାଗର ଦିନ ଦୀପ ଜାଳିବା ସମୟରେ କେଉଁ ଭୁଲ କରିବା ଉଚିତ ନୁହେଁ ସେହି ବିଷୟରେ କହିବାକୁ ଯାଉଛୁ ।
୧- ଯଦି ଆପଣ ମନ୍ଦିର ରେ ଘିଅ ଦୀପ ଜଳାଉଛନ୍ତି ତେବେ ଆପଣଙ୍କୁ ସୋରିଷ ତେଲ ସହ ଧଳା ରଙ୍ଗର ସଳିତା ବ୍ୟବହାର କରିବା ଉଚିତ । ଯଦି ଆପଣ ଘରେ ଦୀପ ଜଳାଉଛନ୍ତି ତେବେ ନାଲି ସୁତାର ସଳିତା କରି ମହାଦେବଙ୍କ ନିକଟରେ ଦୀପ ଜଳାନ୍ତୁ ।
୨- ବାସ୍ତୁ ଅନୁସାରେ ଘରେ ସକାଳେ ଓ ସନ୍ଧ୍ୟା ରେ ଘରେ ଦୀପ ଜଳାଇବା ଦ୍ଵାରା ସାକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ । ଏହା ସହ ଘରେ ଥିବା ଖରାପ ଶକ୍ତି ନଷ୍ଟ ହୋଇଥାଏ । ଏହା ଦ୍ଵାରା ଘରେ ସୁଖ ଶାନ୍ତି ବଜାୟ ରହିଥାଏ । ତେଣୁ ଶିବରାତ୍ରୀ ଦିନ ଠାକୁର ଘରେ ଦୀପ ନିଶ୍ଚୟ ଜଳାନ୍ତୁ ।
୩- ନିୟମିତ ଭାବରେ ଘରର ମୁଖ୍ୟ ଦ୍ଵାରା ରେ ଦୀପ ଜଳାଇ ମା ଲକ୍ଷ୍ମୀ ଙ୍କ କୃପା ଲାଭ ହୋଇଥାଏ । କିନ୍ତୁ ଏହି କଥା ପ୍ରତି ଧ୍ୟାନ ଦେବେ ଯେ ଦୀପକୁ ସିଧା ତଳେ ରଖିବେ ନାହି । ଦୀପ ରଖିବା ପାଇଁ ଚାଉଳ ର ବ୍ୟବହାର କରିବା ଉଚିତ । ଏହା ସହ ଜାଗର ଦିନ ସନ୍ଧ୍ୟା ସମୟରେ ଘରର ମୁଖ୍ୟ ଦ୍ଵାର ରେ ଦୀପ ନିଶ୍ଚୟ ଜଳାନ୍ତୁ । ଦୀପ ରଖିବା ସମୟରେ ଗାଇର ଗୋବର ରଖି ଦୀପ ଜାଲିଲେ ଶୁଭ ହୋଇଥାଏ । ଯାହା ଦ୍ଵାରା ଅନେକ ଶୁଭ ଫଳ ପ୍ରାପ୍ତି ହୋଇଥାଏ ।
୪- କେବେ ବି ଭୁଲରେ ଜଳୁଥିବା ଦୀପକୁ ଫୁଙ୍କି କରି ଲିଭାଇବା ଉଚିତ ନୁହେଁ । କାରଣ ଏହା ଅଶୁଭ ହୋଇଥାଏ । ଏପରି କରିବା ଦ୍ଵାରା ସମସ୍ତ ଦେବାଦେବୀ ଆପଣଙ୍କ ଉପରେ ଅସନ୍ତୁଷ୍ଟ ହୋଇଥାନ୍ତି ।
୫ -ଯଦି ଆପଣ ଜାଗର ବ୍ରତ କରିଛନ୍ତି ତେବେ ଆପଣଙ୍କ ନିଜର ଦୀପକୁ ଲିଭିବା ପାଇଁ ଦିଅନ୍ତୁ ନାହି । ଏହା ସହ ମହାଦୀପ ନ ଉଠିବା ଯାଏଁ ନିଜର ବ୍ରତ ଭାଙ୍ଗନ୍ତୁ ନାହି । ଯେ ପର୍ଯ୍ୟନ୍ତ ମହାଦୀପ ନ ଉଠିଛି ଆପଣ ନିଜର ଦୀପକୁ ସେମିତି ଜଳାଇ ରଖନ୍ତୁ । ଏହା ଦ୍ଵାରା ଆପଣଙ୍କର ସବୁ ଇଚ୍ଛା ମହାଦେବ ପୂରଣ କରିବେ ।
ବନ୍ଧୁଗଣ ଜାଗର ଦିନ ଆପଣ ବ୍ରତ କରୁଥିଲେ ଦୀପ ଜାଳିବା ସମୟରେ ଏହି କଥା ପ୍ରତି ଅଧିକ ଧ୍ୟାନ ଦେବା ଉଚିତ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।