ମହିଳା ଙ୍କ ହାତ ପାପୁଲିରେ ଏହି ଚିହ୍ନ ଥିଲେ ସ୍ୱାମୀ ହୋଇଥାନ୍ତି କୋଟିପତି, ଆପଣଙ୍କ ହାତରେ ନାହିଁ ତ ? Palm Reading

ଧାର୍ମିକ ଅନୁସାରେ ସ୍ଵାମୀ ସ୍ତ୍ରୀଙ୍କୁ ପରସ୍ପର ପରିପୂରକ କୁହାଯାଏ । ଏହା ସହ ସ୍ଵାମୀ ସ୍ତ୍ରୀ ଙ୍କ ଭାଗ୍ୟ ପରସ୍ପର ସହ ବିବାହ ପରେ ଯୋଡି ହୋଇଯାଏ । ଧାର୍ମିକ ଅନୁସାରେ ଦୁହିଙ୍କୁ ପରସ୍ପର ର କର୍ମ ଫଳ ମଧ୍ୟ ମିଳିଥାଏ । ଏହା ଭଲ ବା ଖରାପ କର୍ମ ମଧ୍ୟ ହୋଇଥାଏ । ଅନେକ ସମୟରେ ପୁଅ ଝିଅଙ୍କର କୁଣ୍ଡଳୀ ଦେଖି ଜ୍ଯୋତିଷ ମାନେ କହିଥାନ୍ତି ଝିଅର ଭାଗ୍ୟ ପୁଅ ମାନଙ୍କ ପାଇଁ ବହୁତ ସୌଭାଗ୍ୟଶାଳୀ ଓ ଶୁଭଦାୟକ ହୋଇଥାଏ ।

ଗ୍ରହ ମାନଙ୍କର ଗଣନା ସମେତ ହସ୍ତ ରେଖା ଶାସ୍ତ୍ର ମଧ୍ୟ ପାପୂଲି ରେ ଥିବା କେତେକ ଆକୃତି ବା ଚିହ୍ନ ଜରିଆରେ ସ୍ଵାମୀର ଭାଗ୍ୟ ବିଷୟରେ ଜଣାଯାଏ । ତେବେ ଆସନ୍ତୁ ଜାଣିବା ମହିଳାଙ୍କର ହାତ ପାପୁଲିରେ କେଉଁ ରେଖା ଥିଲେ ସ୍ବାମୀଙ୍କର ଭାଗ୍ୟ ବଦଳିଯାଏ ସେହି ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

୧- ହସ୍ତ ରେଖା ଶାସ୍ତ୍ର ଅନୁସାରେ ଯଦି ମହିଳାଙ୍କର ହସତ୍ଵ ରେଖାରେ ଧ୍ଵଜ ବା ରଥର ଚିହ୍ନ ରହିଥାଏ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ଚିହ୍ନ ସଂକେତ ଦେଇଥାଏ ଯେ ମହିଳାଙ୍କର ସ୍ଵାମୀଙ୍କର ଭାଗ୍ୟ ଆକାଶ ଛୁଆଁ ହେବ ସହ ବିବାହ ପରେ ତାଙ୍କର ଉନ୍ନତି ହେବ । ଏମାନଙ୍କ ଜୀବନରେ କେବେ ବି ଧନର ଅଭାବ ହୁଏ ନାହି ।

୨- ହସ୍ତ ରେଖା ଶାସ୍ତ୍ର ଅନୁସାରେ ଯଦି ମହିଳାଙ୍କର ପାପୁଲି ନାଲିମା ବା ଗୋଲାପି ଯୁକ୍ତ ହୋଇଥାଏ ବା ହସ୍ତ ରେଖା ଗୁଡିକ ମିଶି ସ୍ଵସ୍ତିକ ଚିହ୍ନ ହୋଇଥାଏ ତେବେ ସେହି ମହିଳାଙ୍କର ସ୍ବାମୀଙ୍କର ଆର୍ଥିକ ସମସ୍ଯା ଦେଖାଯାଏ ନାହି । ତାଙ୍କ ଜୀବନରେ ଆମଦାନୀର ସ୍ରୋତ ମିଳିଥାଏ ।

୩- ହସ୍ତ ରେଖା ଶାସ୍ତ୍ର ଅନୁସାରେ ମହିଳାଙ୍କର ପାପୁଲିରେ ପଦ୍ମ ବା ମାଛର ଆକୃତି ହୋଇଥାଏ ତେବେ ଏହା ଅଭୁତ ଶୁଭ ହୋଇଥାଏ । ଏହା ସଂକେତ ଦେଇଥାଏ ଯେ ଏମାନଙ୍କର ଜୀବନରେ ସର୍ବଦା ଖୁସିରେ ରହିବା ସହ ସେମାନଙ୍କର ସ୍ଵାମୀଙ୍କ ଜୀବନରେ ସୁଖ ସୁବିଧାର ଅଭାବ ରୁହେ ନାହି ।

୪- ହସ୍ତ ରେଖା ଶାସ୍ତ୍ର ଅନୁସାରେ ମହିଳାଙ୍କର ଡାହାଣ ହାତ ପାପୁଲିରେ ନିକିତି ଓ ବାମ ହାତର ପାପୁଲିରେ ହାତୀ ଭଳି ଆକୃତି ହୋଇଥାଏ ଏହା ଶୁଭ ହୋଇଥାଏ । ଏହାର ଅର୍ଥ ହେଉଛି ସେହି ମହିଳାଙ୍କର ବ୍ୟବସାୟରେ କେବେ କ୍ଷତିର ସାମନା କରିବାକୁ ପଡିବ ନାହି । ସ୍ତ୍ରୀଙ୍କ ଭାଗ୍ୟରେ ସ୍ଵାମୀ ବହୁତ ଧନୀ ହେବେ ।

୫- ହସ୍ତ ରେଖା ଶାସ୍ତ୍ର ଅନୁସାରେ ମହିଳାଙ୍କର ପାପୁଲିର ମଧ୍ୟ ଭାଗରେ ତ୍ରିଭୁଜ ବା ଧନୁ ଭଳି ଆକୃତି ହୋଇଥାଏ ତେବେ ସେମାନେ ବହୁତ ଭାଗ୍ୟବତି ହୋଇଥାନ୍ତି । ଏମାନଙ୍କ ସ୍ଵାମୀ ବହୁତ ବୁଦ୍ଧିମାନ ହେବା ସଜ ସ୍ତ୍ରୀର ଠିକ ଭାବେ କେୟାର ନେଇଥାନ୍ତି । ଏମାନଙ୍କୁ ସମ୍ପର୍କ ଯୋଡିବା ଭଲ ଭାବରେ ଆସିଥାଏ । ଏହି କାରଣରୁ ଏମାନଙ୍କୁ ଜୀବନରେ କେବେ ବି ସୁଖ ମିଳିବାରେ ସମସ୍ଯା ହୁଏ ନାହି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *