ସାଧାରଣତ ଝିଅ ଓ ମହିଳା ମାନଙ୍କ କ୍ଷେତ୍ରରେ ମାସିକ ଧର୍ମ ସମୟରେ ଅନେକ ପ୍ରକାରର ଅସୁବିଧା ସୃଷ୍ଟି ହୋଇଥାଏ । ଯଦି ଆପଣ ମାନେ ଏହି ସମୟରେ କିଛି ବିଶେଷ କଥା ପ୍ରତି ଧ୍ୟାନ ଦେବେ ତେବେ ଆପଣଙ୍କୁ କୌଣସି ବି ସମସ୍ୟାର ସମୁଖିନ୍ନ କରିବାକୁ ପଡିବ ନାହି । ମାସିକ ଧର୍ମ ସମୟରେ ମହିଳା ମାନେ ନିଜକୁ ସ୍ଵଚ୍ଛତା ରଖିବା ଉଚିତ । ୪ରୁ ୬ ଘଣ୍ଟା ମଧ୍ୟରେ ନିଜର ସାନିଟାରି ନାପକିନ ପ୍ୟାଡକୁ ବଦାଳାଇବା ଉଚିତ ।
କାରଣ ମହିଳା ମାନଙ୍କର ଅଧିକ ବ୍ରୀଡିଙ୍ଗ ହେବା ସମୟରେ କୌଣସି ବି ସମସ୍ଯା ହୋଇପାରେ । ଯଦି ଆପଣଙ୍କର ଅଧିକ ବ୍ରୀଡିଙ୍ଗ ହେଉଛି ଓ ଆପଣ ନାପକିନ ପ୍ୟାଡ ଚେଞ୍ଜ କରୁ ନାହାନ୍ତି ତେବେ ହୁଏ ତ ବହୁତ ବଡ ସମସ୍ଯା ହୋଇପାରେ । ଏପରି ସ୍ଥିତି ରେ ମହିଳା ମାନେ ଅଳ୍ପ ସମୟ ବ୍ଯବଧାନରେ ସଫା ରଖିବା ସହ ନିଜର ମଳଦ୍ଵାର ପର୍ଯ୍ୟନ୍ତ ସଫା କରିବା ଉଚିତ । ନ ହେଲେ ମଳଦ୍ଵାରରେ ବ୍ୟାକ୍ଟେରିୟା ଭଳି ଇଂଫେକସନ ହେବାର ଅଧିକ ଚାନ୍ସ ରହିଥାଏ ।
ଝିଅ ବା ମହିଳା ମାନେ ବଜାରରେ ମିଳୁଥିବା ସାବୁନ ବା ଅନ୍ୟ କୌଣସି କେମିକାଲ ଜିନିଷ ବ୍ୟବହାର କରିଥାନ୍ତି । ଏସବୁ ବ୍ୟବହାର କରିବା ପୂର୍ବରୁ ପ୍ରଥମେ ଡାକ୍ତର ଙ୍କ ପରାମର୍ଶ ନେବା ଉଚିତ । ଅନ୍ୟ ଏକ କଥା ପ୍ରତି ଧ୍ୟାନ ଦେବେ କି ପ୍ୟାଡ ଫିଙ୍ଗିବା ସମୟରେ ସର୍ବଦା ତାଙ୍କୁ ଭଲ ଭାବେ ବନ୍ଦ କରି ଫିଙ୍ଗିବା ଉଚିତ । ନ ହେଲେ ବିଭିନ୍ନ ପ୍ରକାରର ଇନ୍ଫେକେସନ ହୋଇପାରେ । ଆଉ ଏକ ବିଶେଷ କଥା ହେଉଛି ଋତୁସ୍ରାବକୁ ଶୁଣିବାକୁ ମିଳୁଥିବା କଥା ଉପରେ ଭରସା କରିବା ଅନୁଚିତ ।
ଏହି ସମୟରେ ମହିଳା ମାନେ ନିଜର ଧ୍ୟାନ ରଖିବା ସହ ତାଙ୍କ ପରିବାର ଲୋକେ ମଧ୍ୟ ଧ୍ୟାନ ରଖିବା ଉଚିତ । ଏହି କ୍ଷେତ୍ର ରେ ମହିଳା ମାନେ ନିଜର ଧ୍ୟାନ ରଖିବା ସହ କାମ ଲାଗତର କରିବା ଉଚିତ । ରୁଟୁସ୍ରାବ ସମୟରେ ମହିଳା ମାନେ ଅଯଥାରେ ବ୍ୟସ୍ତ ହେବା ଅନୁଚିତ । ଏହି ସମୟରେ ଅଳ୍ପ ସମୟ ବ୍ଯବଧାନରେ ଖାଦ୍ୟ ଖାଇବା ଉଚିତ ।
କେବେ ବି ଋତୁସ୍ରାବ ସମୟରେ ଖାଲି ପେଟରେ ରହିବା ଉଚିତ ନୁହେଁ । ସବୁଠାରୁ ଜରୁରୀ କଥା ହେଉଛି ଯେଉଁ ଝିଅ ମାନେ ବିବାହ କରି ନାହାନ୍ତି ସେମାନେ କୌଣସି କଥାକୁ ନେଇ ଅଧିକ ଚିନ୍ତା କରିବା ଉଚିତ ନୁହେଁ । ଏହି ସମୟରେ ମହିଳା ମାନେ ନିଜର ବିଶେଷ ଭାବେ ଯତ୍ନ ନେବା ଉଚିତ ।
ବଜାରରେ ମିଳୁଥିବା କୌଣସି ମେଡ଼ିସିନ ର ବ୍ୟବହାର ବିନା ଡାକ୍ତରଙ୍କ ପରାମର୍ଶରେ ସେବନ କରିବା ଉଚିତ ନୁହେଁ । ବିଶେଷ କରି ପୁରୁଷ ମାନେ ରୁତୁସ୍ରାବ ବିଷୟରେ ଜାଣିବା ନିହାତି ଜରୁରୀ ଅଟେ । ଏମିତି ହେଲେ ପୁରୁଷ ମାନେ ନିଜ ସାଥିଙ୍କର ଏହି ସମୟରେ ସହଯୋଗ କରି ପାରିବେ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।