Makar Sankranti 2022 : ଏହି ଦିନ କେଉଁ କାମ କରିବା, କଣ କରିବା ଅନୁଚିତ ଓ କିପରି କରିବେ ପୂଜା ବିଧି ? ଜାଣନ୍ତୁ ସମ୍ପୁର୍ଣ୍ଣ ତଥ୍ୟ

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ସ୍ଥିତିର ବିଶେଷ ମହତ୍ବ ରହିଛି । ଶାସ୍ତ୍ର ଅନୁସାରେ ମକର ସଙ୍କ୍ରାନ୍ତିର ବିଶେଷ ମହତ୍ଵ ରହିଛି । ଚଳିତ ବର୍ଷ ୨୦୨୨ ଜାନୁଆରୀ ୧୪ ତରାଇଖ ଦିନ ମକର ସଙ୍କ୍ରାନ୍ତି ହେବାକୁ ଯାଉଛି । ଏହି ସଙ୍କ୍ରାନ୍ତିକୁ ଉତ୍ତରାୟଣ ମଧ୍ୟ କୁହାଯାଏ । ଏହି ଶୁଭ ଦିନରେ କଣ କରିବା ଉଚିତ ଓ ପୂଜା ବିଧି କିପରି କରାଯାଏ ସେହି ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ଏହି ଦିନ ଗଙ୍ଗା ସ୍ନାନ କରିବା ପରେ କିଛି ବସ୍ତୁ ଦାନ କରିବା ଉଚିତ । ଏହି ଦିନ ପ୍ରାତ କାଳରେ ସ୍ନାନ କରିଆବା ପରେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ । ଏହି ଦିନ ତିଳ ରେ ତିଆରି ହୋଇଥିବା ଲଡୁ ଦାନ କରନ୍ତୁ । ଏହି ଦିନ ଚାଉଳରେ ଖେଚେଡୀ ତିଆରି କରି ଭୋଗ ଲଗାନ୍ତୁ । ଏହି ଗଙ୍ଗା ସ୍ନାନ କରିବା ପୂଣ୍ୟ ହୋଇଥାଏ । କୌଣସି ନଦୀରେ ସ୍ନାନ କରିବା ଦ୍ଵାରା ଶୁଭ ମାନାଯାଏ ।

ସକାଳୁ ଉଠି ସ୍ନାନ କରିବା ପରେ ଭଗବାନଙ୍କ ପୂଜା ବିଧି କରନ୍ତୁ । ସ୍ନାନ କରିବା ପରେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ସହ ମନ୍ତ୍ର ପାଠ କରନ୍ତୁ । ଏହି ଦିନ ଖେଚେଡୀ, ଲଡୁ, ଚାଉଳ ର ଲଡୁ ଗରିବ ଲୋକ ମାନଙ୍କୁ ଦାନ କରନ୍ତୁ । କଥା ଅନୁସାରେ ଏହି ଦିନ ସୂର୍ଯ୍ୟ ତାଙ୍କ ପିତାଙ୍କ ଘରକୁ ଯାଇଥାନ୍ତି । ପିତା ଓ ପୁତ୍ରଙ୍କ ମିଳନର ଦିନ ମଧ୍ୟ ମକର ସଙ୍କ୍ରାନ୍ତି କୁହାଯାଏ ।

କିଛି ଜାଗାରେ ନୂଆ ଫସଲ ଓ ଋତୁ ଆଗମନ ହେବାର ଖୁସି ମନାଯାଏ । ଏହି ଦିନ ତିଳ ଓ ଗୁଡରେ ଲଡୁ ତିଆରି କରନ୍ତୁ । ଦାନ କରିବା ଦ୍ଵାରା ଆପଣଙ୍କର ଗ୍ରହ ର ସ୍ଥିତି ଭଲ ରହିଥାଏ । ଏହି ଦିନ କୌଣସି ଗରିବ ଲୋକ ଆପଣଙ୍କୁ ଘରକୁ ଆସିଲେ ତାଙ୍କୁ ଖାଲି ହାତରେ ନ ଫେରାଇ ତାଙ୍କୁ କିଛି ଦାନ କରନ୍ତୁ ।

ଏହି ଦିନ ସ୍ନାନ କରିବା ପରେ କୌଣସି ବିଜର ସେବନ କରିବା ଉଚିତ । ଏହି ଦିନ ଆମିଷ, ପିଆଜ, ରସୁଣ ର ସେବନ ବର୍ଜନ କରିବା ଉଚିତ । ଏହି ଦିନ ମହିଳା ମାନେ କେଶ ଧୋଇବା ଉଚିତ ନୁହେଁ । ଏହା ଦ୍ଵାରା ଗୃହରେ ଖରାପ ପ୍ରଭାବ ପଡିଥାଏ ।

ବିଧି ବିଧାନ ଅନୁସାରେ ମକର ସଙ୍କ୍ରାନ୍ତି ଦିନ ପୂଜା ପାଠ କରିବା ପରେ ମନ୍ଦିରକୁ ଯାଇ ଭୋଗ ଲଗାଇବା ଉଚିତ । ଏହା ଦ୍ଵାରା ଗୃହରେ ସୁଖ ସମୃଦ୍ଧି ଆସିବା ସହ ଧନର ଆଗମନ ହୋଇଥାଏ । ଆପଣଙ୍କ ଜୀବରେ ଯେଉଁ କାମ ହେଉ ନ ଥିଲା ତାହା ପୁରା ହେବ । ସବୁ ରୀତି ନୀତି ଅନୁସାରେ ମକର ସଙ୍କ୍ରାନ୍ତି ପାଳନ କରିଲେ ଆପଣଙ୍କ ଜୀବନରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *