ମଙ୍ଗଳବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି 3ଟି କାମ, ପଡିଥାଏ ଶନିଦଶା… ଶୀଘ୍ର ଦେଖନ୍ତୁ

ବନ୍ଧୁଗଣ ଶାସ୍ତ୍ରରେ ପ୍ରତେକ ଦିନ ଓ ବାର ର ମହତ୍ଵ କୁହାଯାଇଛି । ସପ୍ତାହର ଦିନ ମାନଙ୍କର କିଛି ନା କିଛି ବିଶେଷତା ରହିଥାଏ । କାରଣ କୌଣସି ଭଗବାନ ଗ୍ରହ ମାନଙ୍କ ସହ ଯୋଡି ହୋଇ ରହିଥାନ୍ତି । ଏଥିପାଇଁ ସପ୍ତାହର ପ୍ରତେକ ଦିନ କିଛି ନା କିଛି ନିୟମ ରହିଛି । ଏହାର ପାଳନ କରିବା ଦ୍ଵାରା ଆମ ଜୀବନରେ ଅନେକ ଭଲ ପରିବର୍ତ୍ତନ ଆସିପାରିବ ।

ଆମର ଶାସ୍ତ୍ରରେ ଯେଉଁ ସବୁ କଥା ଲେଖାଯାଇଛି ସେହି ସବୁ ମାନ୍ୟତା ପଛରେ ଖାସ କାରଣ ରହିଥାଏ । ଯାହା ଆମ ଜୀବନ ପାଇଁ ଉପୋଯୋଗୀ ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ମଙ୍ଗଳବାରରେ କେଉଁ କାମ କରିବା ଉଚିତ ଓ ଅନୁଚିତ ।ସପ୍ତାହର ତୃତୀୟ ଦିନ ହେଉଛି ମଙ୍ଗଳବାର । ଏହି ଦିନ ଭଗବାନ ଶିବ, ପାର୍ବତୀ, ହନୁମାନ ଜୀ ଙ୍କ ପୂଜା କରାଯାଇଥାଏ ।

ଏଥିପାଇଁ ମଙ୍ଗଳବାରକୁ ନିଷ୍ଠା ମନରେ ପ୍ରଭୁ ହନୁମାନଙ୍କୁ ଧ୍ୟାନ କରିବା ସହ କିଛି ନିୟମର ପାଳନ କରିବା ଦ୍ଵାରା ମନସ୍କାମନା ପୂରଣ ହୋଇଥାଏ । ମଙ୍ଗଳର ଦିନ ହନୁମାନ ଜୀଙ୍କ ମନ୍ଦିରକୁ ଯାଇ ସିନ୍ଦୁର ଓ ନାଲି ରଙ୍ଗର ଫୁଲ ଚଢନ୍ତୁ । ଏହି ଦିନ ହନୁମାନ ଚାଳିଶାର ପାଠ କରିବା ସହ ହନୁମାନଙ୍କ ମନ୍ତ୍ର ଜପ କରନ୍ତୁ । ଏହା ଦ୍ଵାରା ନେଗେଟିଭ ଶକ୍ତି ଦୂର ହୋଇଥାଏ ।

ଏହି ଦିନ ନାଲି ରଙ୍ଗର ବସ୍ତ୍ର ଧାରଣ କରନ୍ତୁ । ଏହି ଦିନ ହନୁମାନ ଜୀ ଙ୍କୁ ଗୁଡ, ଚଣା, ପାନପତ୍ର ଅର୍ପଣ କରିଲେ ଶାରୀରିକ ବଳ ଓ ବୁଦ୍ଧି ପ୍ରାପ୍ତ ହେବ । ଜାତକରେ ମଙ୍ଗଳ ଦୋଷ ଥିଲେ ମଙ୍ଗଳବାର ଦିନ ହନୁମାନ ଜୀଙ୍କ ପୂଜା ବିଶେଷ ଭାବେ କରନ୍ତୁ । ମଙ୍ଗଳବାର ଦେବୀ ପାର୍ବତୀ ଓ ପ୍ରଭୁ ହନୁମାନଙ୍କ ବାର ହୋଇଥାଏ । ଏହି ଦିନ ମାଙ୍କର ବ୍ରତ ଉପବାସ ରଖାଯାଏ ।

ଏହି ଦିନ ବ୍ରତରେ କରୁଥିଲେ ଗୋଟେ ସମୟ ଭୋଜନ କରି ସାତ୍ଵିକ ଆହାର ଭୋଜନ କରିବା ଉଚିତ । ଏହି ଦିନ ନାଲି ମସୁର ଡାଲି ଗୁଡର ଦାନ କରିଲେ ଘରୁ ଦୁଖ, କଷ୍ଟ, ଦାରିଦ୍ରତା ଦୂର ହୋଇଥାଏ । କୌଣସି ନୂଆ କାମ ଆରମ୍ଭ କରିବା ପାଇଁ ମଙ୍ଗଳବାର ଦିନ ଉଚିତ ମାନାଯାଏ ନାହି । ଏହି ଦିନ ଦୂର ଯାତ୍ରା କରନ୍ତୁ ନାହି ।

ମଙ୍ଗଳ ଦୋଷ ଥିଲେ ମଙ୍ଗଳବାର ଦିନ ବିଶେଷ ଧ୍ୟାନ ରଖନ୍ତୁ । ଏହି ଦିନ ମାତାଙ୍କ ଉପାସନା କରିବା ସମୟରେ କଳା ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ନାହି । ଏହି ଦିନ କ୍ଷୀର କିଣନ୍ତୁ ନାହି କିମ୍ବା କ୍ଷୀର ରେ ତିଆରି ଜିନିଷର ସେବନ କରନ୍ତୁ ନାହି । ଏହି ଦିନ ମାଛ ଖାଇବା ଅଶୁଭ ମାନାଯାଏ । ଏହା ଆପଣଙ୍କ ଜୀବନରେ ଆର୍ଥିକ ସଙ୍କଟ ଆଣିପାରେ ।

ଏହି ଦିନ ଗାଈକୁ ରୋଟି ଖାଇବାକୁ ଦେଲେ ସୁଖ ସମୃଦ୍ଧି ପ୍ରାପ୍ତ ହୁଏ । ଏହି ଦିନ ଲୁହାର ଜିନିଷ କିଣିବା ଅନୁଚିତ । ମହିଳାଙ୍କୁ ମଙ୍ଗଲବାର ଦିନ ଶ୍ରୀଙ୍ଗାର ସମାନ କିଣିବା ଅନୁଚିତ । ଏହି ଦିନ ବିରି ଡାଲି ଖାଇବା ଭଲ ନୁହେଁ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ଯବାଦ ।

Leave a Reply

Your email address will not be published. Required fields are marked *