ମଙ୍ଗଳବାର ଦିନ ଏହି କାମ କଲେ ଭାଗ୍ୟ ବଦଳିବ | Ajira Anuchinta

ହିନ୍ଦୁ ଧର୍ମରେ ସପ୍ତାହର ପ୍ରତେକ ଦିନ ଗୁଡିକର ବିଶେଷ ମହତ୍ଵ ରହିଛି । ବାର ଅନୁସାରେ ଭଗବାନଙ୍କ ପୂଜା ପାଠ କରିବାର ବିଷେଶ ନିୟମ ରହିଛି । ସପ୍ତାହର ଦିନ ଗୁଡିକର ପାଳନ କରିଲେ ଜୀବନରେ ଉନ୍ନତି ଆସିଥାଏ । ଶାସ୍ତ୍ରରେ ଯେଉଁ ସବୁ ନିୟମ ରହିଛି ତାହା ପାଳନ କରିଲେ ବହୁତ ଭଲ ପ୍ରଭାବ ଜୀବନ ଉପରେ ପଡିଥାଏ । ଆଜି ଆମେ ଆପଣ ମାନଙ୍କୁ ସପ୍ତାହର ଦିତୀୟ ଦିନ ମଙ୍ଗଳବାର ଦିନ କେଉଁ କାମ କରିଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ ।

ମଙ୍ଗଳବାର ଭଗବାନ ହନୁମାନଙ୍କ ପ୍ରିୟ ବାର ହୋଇଥାଏ । ଏହି ଦିନ ଭଗବାନ ହନୁମାନଙ୍କ ପୂଜା ପାଠ କରିଲେ ସବୁ ଇଚ୍ଛା ପୂରଣ ହୋଇଥାଏ । ଏହି ଦିନ ହନୁମାନଙ୍କ ମନ୍ଦିରକୁ ଯାଇ ତାଙ୍କୁ ନାଲି ମନ୍ଦାର ଫୁଲ ଅର୍ପଣ କରିଲେ ତାଙ୍କର କୃପା ଲାଭ ହୋଇଥାଏ । ଏହି ଦିନ ହନୁମାନ ଚାଳିଶା ପାଠ କରିବା ଦ୍ଵାରା ବ୍ୟକ୍ତି ଜୀବନରେ ଖରାପ ଶକ୍ତିର ବାସ ରହେ ନାହି । ଯଦି ବ୍ୟକ୍ତି ଠିକ ଭାବେ କାମକାର୍ଯ୍ୟ କରୁ ନାହାନ୍ତି ତେବେ ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରିବା ଉଚିତ । ଏହି ଦିନ ନାଲି କପଡା ନିଜ ପାଖରେ ରଖିଲେ ଧନ ପ୍ରାପ୍ତ ହୋଇଥାଏ ।

ଏହା ଛଡା ମଙ୍ଗଳବାର ଦିନ ପାନ ଓ ଗୁଡ ଓ ଚଣା ଭଗବାନ ହନୁମାନଙ୍କୁ ଅର୍ପଣ କରିଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଯଦି ଆପଣଙ୍କର କୁଣ୍ଡଳୀରେ ମଙ୍ଗଳ ଦୋଷ ରହିଛି ତେବେ ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କ ପୂଜା ଆରଧନା କରନ୍ତୁ । ଏହା ଦ୍ଵାରା ଜୀବନରେ ପାରିବାରିକ, ଆର୍ଥିକ ସଙ୍କଟ ଦୂର ହୋଇଥାଏ । ଏହି ଦିନ ମା ପାର୍ବତୀଙ୍କ ବ୍ରତ ରଖିଲେ ଶୁଭ ଫଳ ମିଳିଥାଏ । ଏହି ଦିନ ସାତ୍ଵିକ ଭୋଜନ ଗ୍ରହଣ କରିବା ସହ ଗୋଟେ ସମୟ ଖାଇବା ଉଚିତ । ଏହା ଛଡା ମଙ୍ଗଳବାର ଦିନ ନାଲି ମସୁର ଓ ଗୁଡ ଦାନ କରିବା ଉଚିତ ।

ଏହା ଦ୍ଵାରା ଘରୁ ଦୁଖ କଷ୍ଟ ନିବାରଣ ହେବା ସହ ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ । ଏହି ଦିନ ଭଗବାନ ଗଣେଶଙ୍କ ପୂଜା କରିଲେ ଶୁଭ ଫଳ ମିଳିଥାଏ । କୌଣସି ନୂଆ କାମ ଆରମ୍ଭ କରିବା ପାଇଁ ଏହି ଦିନ ଉପଯୁକ୍ତ ନୁହେଁ । ଏହି ଦିନ ଦୂର ଯାତ୍ରା କରନ୍ତୁ ନାହି । ମଙ୍ଗଳ ଗ୍ରହକୁ ପାପର ଗ୍ରହ ମାନାଯାଏ । ତେଣୁ ଯେଉଁ ବ୍ୟକ୍ତିର କୁଣ୍ଡଳୀରେ ମଙ୍ଗଳ ଗ୍ରହ ଦୋଷ ରହିଥାଏ ବିଶେଷ ଧ୍ୟାନ ରଖିବା ଉଚିତ ।

ଏହି ଦିନ ମାତାଙ୍କ ଉପାସନା କରିବା ସହ କଳା ବସ୍ତ୍ର ଧାରଣ ନ କରି ନାଲି ବସ୍ତ୍ର ଧାରଣ କରିବା ଉଚିତ । ଏହି ଦିନ କ୍ଷୀର କିଣିବା ବା ସେବନ କରିବା ଉଚିତ ନୁହେଁ । ଏହି ଦିନ ଆମିଷ ଭୋଜନ କରିବା ଅଶୁଭ ହୋଇଥାଏ । କାରଣ ଏହା ଆର୍ଥିକ ସଙ୍କଟ ଆଣିପାରେ । ଏହି ଦିନ ଗାଈକୁ ରୋଟି ଖାଇବାକୁ ଦିଅନ୍ତୁ । ମହିଳା ମାନେ ଶ୍ରୀଙ୍ଗାର ଜିନିଷ ମଙ୍ଗଳବାର ଦିନ କିଣିବା ଉଚିତ ନୁହେଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *