ଆମେ ସମସ୍ତେ ଜାଣିଛୁ ଯେ ମଙ୍ଗଳବାର ହେଉଛି ହନୁମାନ ଜି ଙ୍କ ବାର ବା ଦିନ । ହନୁମାନ ଜୀ ହେଉଛନ୍ତି ସଙ୍କଟ ହାରକ । ହନୁମାନଜୀ ଙ୍କୁ କଳିଯୁଗ ର ଦେବତା ମଧ୍ୟ କୁହାଯାଏ । ଏପରି ଦେଖିବାକୁ ଗଲେ ସପ୍ତାହରେ ପ୍ରତେଟି ଦିନ ଆମେ ହନୁମାନଜୀ ଙ୍କ ପୂଜା କରିପାରିବା କିନ୍ତୁ ମଙ୍ଗଳବାର ଦିନ ହନୁମାନଜୀ ଙ୍କ ପୂଜା କରିବା ଦ୍ଵାରା ବିଶେଷ ଫଳ ପ୍ରାପ୍ତି ହୁଏ ଓ ମନସ୍କାମନା ପୂର୍ଣ ହୁଏ ।
ଏହି ଦିନ ଲାଲ ସିନ୍ଦୁର ଚଢାଇବା ଉଚିତ । ହନୁମାନଜୀ ଙ୍କୁ ଲାଲ ସିନ୍ଦୁର ଓ ଚାମେଲିର ତେଲ ଓ ନାଲି ଫୁଲ ଏହା ସହିତ ଗୁଡ ଓ ଚଣା ଭୋଗ ଦେଇ ଆରତୀ କରିବା ଉଚିତ । ଏହି ଦିନ ହନୁମାନଜୀଙ୍କ ପଦିନ ବୋଲି ମଣାଯାଏ କାରଣ ଏହିଦିନ ହନୁମାନଜୀଙ୍କ ଜନ୍ମ ହୋଇଥିଲା ଓ ମଙ୍ଗଳବାର ଦିନ ହନୁମାନଯୀଙ୍କୁ ପୂଜା କରିବା ଦ୍ଵାରା ମଣିଷକୁ ସମସ୍ତ କଷ୍ଟ ଓ କ୍ଲେଶ ରୁ ମୁକ୍ତି ମିଳିଥାଏ ।
କିଛି କଥା ଏପରି ଅଛି ଯାହାକି ମହିଳା ମାନଙ୍କୁ ମଙ୍ଗଳବାର ଦିନ କରିବା ଉଚିତ ନୁହେଁ । ଆପଣ ମଙ୍ଗଳବାର ଦିନ ସୌନ୍ଦରାଜ୍ୟ ଜିନିଷ ବା କସମେଟିକ ଜିନିଷ କିଣିବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ସ୍ଵାମୀ ଓ ସ୍ତ୍ରୀଙ୍କ ସମର୍ପକ ରେ ଦୂରତା ଆସିଥାଏ ।
ଆପଣ ଶୁକ୍ରବାର ବା ଷୋମବାର ଦିନ କସମେଟିକ ଜିନିଷ କିଣି ପାରବେ । ମଙ୍ଗଳବାର ଦିନ କେବେବି କ୍ଷୀରରେ ବନିଥିବା ମିଠା ଆଦି ଖାଇବା ଉଚିତ ନୁହେଁ, ହନୁମାନଜୀଙ୍କୁ ମଧ୍ୟ ମଙ୍ଗଳବାର ଦିନ ବୁନ୍ଦି ର ଲଡୁ ଭୋଗ ଲଗାଇ ଥାନ୍ତି ।
କାରଣ କ୍ଷୀର ହେଉଛି ଚନ୍ଦ୍ରଙ୍କ କାରକ, ଚନ୍ଦ୍ର ଓ ମଙ୍ଗଲ ଦୁହେଁ ବିରୋଧୀ ଅଟନ୍ତି ତେଣୁ କେବେବି ମଙ୍ଗଳବାର ଦିନ କ୍ଷୀର ଜାତୀୟ ଜିନିଷର ସେବନ କରିବା ଉଚିତ ନୁହେଁ । ମଙ୍ଗଲବାର ଦିନ ମାଂସ ଓ ମଦ ଆଦି ର ସେବନ କରିବା ଉଚିତ ନୁହେଁ । ଯଦି ଆପଣ ହନୁମାନଜୀଙ୍କ ଉପାସ କରୁଛନ୍ତି ତେବେ ଆପଣ ଏହି ଦୁଇ ଟି ଜିନିଷ ମଙ୍ଗଳବାର ଦିନ ସେବନ କରିବେ ନାହି, ଘରେ କ୍ଲେଶ ଓ ଅଶାନ୍ତି ଦେଖା ଦେଇ ଥାଏ ।
ଖର୍ଚ ବୃଦ୍ଧି ହୋଇଥାଏ ଘରେ ରୋଗ ମଧ୍ୟ ଦେଖାଦେଇଥାଏ । ମଙ୍ଗଳବାର ଦିନ କଳା ରଙ୍ଗର ପୋଷାକ ପରିଧାନ କରିବା ଅଶୁଭ ମଣାଯାଏ । କିନ୍ତୁ ଯଦି ମଙ୍ଗଳବାର ଦିନ ଆପଣ ନାଲି ରଙ୍ଗର ବସ୍ତ୍ର ପରିଧାନ କରନ୍ତି ତେବେ ଯଦି ଆପଣଙ୍କ ଉପରେ ମଙ୍ଗଲ ଦୋଷ ଥାଏ ତାହା କମିଯିବ ।
ମଙ୍ଗଳବାର ଦିନ ରୋଷେଇ ଜାଗାରେ ବା ଇଶାଣ ପାଖରେ କେବେବି କଳଙ୍କ ଲାଗିଥିବା ଛୁରୀ ବା କୌଣସି ଜଙ୍କ ଲାଗିଥିବା ଧାରୁଆ ଜିନିଷ ରଖିବା ଉଚିତ ନୁହେଁ । ମଙ୍ଗଳବାର ଦିନ ମହିଳା ମାନେ କେବେବି ମୁଣ୍ଡ ଧୋଇବା ଉଚିତ ନୁହେଁ ।
କାରଣ ମଙ୍ଗଳବାର ଦିନ ମଙ୍ଗଲ ଭାରି ରହିଥାଏ ଓ ମହିଳାମାନଙ୍କର ପିରିୟଡ୍ସ ରେ ବହୁତ ରକ୍ତସ୍ରାବ ହୋଇଥାଏ ଯାହା ଫଳରେ ସେମାନଙ୍କ ଶରୀର ଦୁର୍ବଳ ରହିଥାଏ ଓ ଏହା ପରେ ମୁଣ୍ଡ ଧୋଇବା ଫଳରେ ତାଙ୍କ ଶରୀରରେ ମଙ୍ଗଳ ର ପ୍ରଭାବ ପଡିଥାଏ ଓ ଶରୀର ଅସୁସ୍ଥ ହୋଇଥାଏ । ମଙ୍ଗଳବାର ଦିନ କୌଣସି ହୋମ କରିବା ଉଚିତ ନୁହେଁ କାରଣ ଏହି ଦିନ ହୋମ କରିବା ଦ୍ଵାରା ଅଗ୍ନି ଦେବତା କ୍ରୋଧ କରିଥାନ୍ତି ଓ ମନୁଷ୍ୟକୁ ଅଗ୍ନିଭୟ ରହିଥାଏ ।