ଆଜିକାଲି ଏହି ଦୁନିଆରେ କାହା ପାଖରେ ବି ସମୟ ନାହିଁ । ଆଜିକାଲି ମଣିଷ ଏତେ ବ୍ୟସ୍ତପୂର୍ଣ ଜୀବନଶୈଳୀରେ ବଞ୍ଚୁଛି କି ତା ପାଖରେ ନିଜ ପାଇଁ ସମୟ ନାହିଁ । ଆଜିକାଲି ସମସ୍ତେ ସ୍ଵାର୍ଥପର ମଧ୍ୟ ହୋଇ ଯାଇଛନ୍ତି । ନିଜ ସ୍ଵାର୍ଥ ଥିଲେ ହିଁ ସେମାନେ କାମ କରିବେ ନ ହେଲେ ସେହି ସ୍ଥାନକୁ କି ସେହି କାମ କରିବେ ନାହିଁ ।
କେତେକ କ୍ଷେତ୍ରରେ ଏହା ବି ଦେଖା ଯାଇଛି କି ଲୋକମାନେ ନିଜର ପରିବାର ଲୋକମାନଙ୍କର ବି ହାତ ଛାଡି ଦେଉଛନ୍ତୁ । କିଛି ଲୋକମାନେ ନିଜ ବାପା ମାଙ୍କୁ ବି ଘରୁ ବାହାର କରି ଦେଉଛନ୍ତି । କିନ୍ତୁ ଅନ୍ୟ ପଟେ ସମାଜରେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ନିଜ ଠାରୁ ଅଧିକ ଅନ୍ୟର ସାହାର୍ଯ୍ୟ ଓ ସେବା କରିବାକୁ ଅଧିକ ଗୁରୁତ୍ଵ ଦେଇଥାନ୍ତି । ସେମାନଙ୍କ ନଜରରେ ସେବା ହିଁ ଧର୍ମ ଅଟେ ।
ଆଜି ଆମେ ଆପଣଙ୍କ ପାଇଁ ଏମିତି ଏକ ଭିଡିଓ ନେଇ ଆସିଛୁ, ଯେଉଁଥିରେ ଜଣେ ବ୍ୟକ୍ତି ମାଙ୍କଡକୁ ବଞ୍ଚାଇବା ପାଇଁ କଣ କରୁଛନ୍ତି ଦେଖନ୍ତୁ । ଏହିଭଳି ଭିଡିଓ ଆପଣ ଆଗରୁ କେବେ ବି ଦେଖି ନ ଥିବେ । ଏହି ବ୍ୟକ୍ତିଙ୍କର ଏହିଭଳି ଭଲ ପାଇବା, ସାହାର୍ଯ୍ୟ ମନୋବୃତ୍ତି ଦେଖିଲେ ଆପଣ ବି ଏହି ବ୍ୟକ୍ତିଙ୍କ ପ୍ରଶଂସା ନ କରି ରହି ପାରିବେ ନାହିଁ । ଯେଉଁଠି ଆଜିକାଲି ମଣିଷ ଅନ୍ୟର ଜୀବନ ନଈବା ପାଇଁ ବି ପଛଉ ନାହାନ୍ତି ସେହିଭଳି ସମାଜରେ ଏହି ବ୍ୟକ୍ତି ଜଣକ ମାଙ୍କଡକୁ ବଞ୍ଚାଇବା ପାଇଁ ଆପ୍ରାଣ ଚେଷ୍ଟା କରୁଛନ୍ତି ।
ଏହି ଭିଡିଓ ଦକ୍ଷିଣ ଭାରତର କେଉଁ ସ୍ଥାନର ଅଟେ । ଯେମିତି କି ଆପଣମାନେ ଭିଡିଓରେ ଦେଖି ପାରିବେ କି ଭିଡିଓରେ ବୋଧେ ହୁଏ ଗୋଟିଏ ଛୋଟ ମାଙ୍କଡ ଛୁଆ ନିଶ୍ଵାସ ନେଇ ପାରୁ ନ ଥିଲା । ସେଥିପାଇଁ ବ୍ୟକ୍ତି ଜଣକ ଏହି ମାଙ୍କଡର ଛାତିକୁ ଚାପୁଛନ୍ତି । ବାରମ୍ବାର ଚାପିବା ପରେ ବ୍ୟକ୍ତି ଜଣକ ସଙ୍ଗେ ସଙ୍ଗେ ମାଙ୍କଡକୁ ମୁହଁରେ ଲଗାଇ ତାର ଶରୀର ଭିତରକୁ ନିଜ ମୁହଁ ଦ୍ଵାରା ପବନ ଦେଲେ । କିଛି ସମୟ ପରେ ମାଙ୍କଡ ଟି ଠିକ ହୋଇଗଲା ।
ଏହାକୁ ଦେଖି ସେହି ବ୍ୟକ୍ତିର ଖୁସିର କୌଣସି ଠିକଣା ନ ଥିଲା । ଏହି ଦୁନିଆରେ ସମସ୍ତଙ୍କ ଜୀବର ମହତ୍ଵ ଅଛି ଓ ସମସ୍ତଙ୍କର ବଞ୍ଚିବାର ଅଧିକାର ଅଛି । ଏହି ଦୃଶ୍ୟ ଏହା ପ୍ରମାଣିତ କରୁଛି କି ଆଜି ଏହି ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ପଶୁ ପକ୍ଷୀ ନ ଦେଖି ସେମାନଙ୍କର ସାହାର୍ଯ୍ୟ କରିଥାନ୍ତି । ସେମାନେ ପ୍ରତ୍ୟକ ଛୋଟ ଜୀବନକୁ ଗୁରୁତ୍ଵ ଦିଅନ୍ତି ।