ମାର୍କେଟକୁ ଆସିଲା ସବୁଠାରୁ ଶସ୍ତା କାର, ମାତ୍ର 10ହଜାର ଟଙ୍କାରେ କରନ୍ତୁ ବୁକିଂ…. Features ବିଷୟରେ ଜାଣି ହେବେ ଆଶ୍ଚର୍ଯ୍ୟ

ଆଗର ସମୟ ଅପେକ୍ଷା ଏବେ ବଜାରର ଦର ଦାମ ବହୁତ ବୃଦ୍ଧି ପାଇଛି । ପ୍ରତେକ ଜିନିଷର ମୂଲ୍ୟ ଦିନକୁ ଦିନ ଅଧିକ ହେବାରେ ଲାଗିଛି । ତେଣୁ ମଧ୍ୟମ ଵର୍ଗ ଲୋକଙ୍କର ଆୟ ଯେତିକି ହେଉଛି କି ନାଇଁ ତା ଠାରୁ ବ୍ୟୟ ଅଧିକ ହେଉଛି । ତେବେ ସବୁ ମଣିଷର ଯାତାୟତ ପାଇଁ ସବୁଠାରୁ ସୁବିଧା ଜିନିଷ ହେଉଛି ଗାଡି । କାରଣ ଏହା କମ ସମୟ ନେଇଥାଏ କୌଣସି ସ୍ଥାନକୁ ଯିବାକୁ । କିନ୍ତୁ ଗାଡି ଚଲେଇବାକୁ ଲୋକ ଏବେ ଡ଼ରୁଛନ୍ତି କାରଣ ସବୁ ଜିନିଷ ଦର ଯେମିତି ବୃଦ୍ଧି ପାଉଛି ।

ସେହି ଭଳି ତେଲ ଦର ମଧ୍ୟ ବୃଦ୍ଧି ପାଉଛି । ପେଟ୍ରୋଲ ଓ ଡିଜେଲ ଦର ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ତେଣୁ ଏହି ସମସ୍ୟା ଦେଖି ବହୁତ କମ୍ପାନୀ ମାନେ ପ୍ରଥମେ e-scooty ବାହାର କରିଥିଲେ । ଏହା ଦ୍ୱାରା ଆପଣ ଥରେ ବ୍ୟାଟେରୀ ଚାର୍ଜ କରି ସୀମିତ କିମି ଯାଇ ପାରିବେ ତେଣୁ ଏହା ସବୁ ଲୋକଙ୍କୁ ପସନ୍ଦ ମଧ୍ୟ ଆସିଥିଲା କାରଣ ଏହା ଲୋକଙ୍କ ଆର୍ଥିକ ଦୃଷ୍ଟିରୁ ମଧ୍ୟ ସୁବିଧା ଦାୟକ ହେଇଥାଏ ।

କିନ୍ତୁ ଅନେକ ବାଇକ ପ୍ରିୟ ଲୋକଙ୍କୁ ଏହି e-scooty ଅତ୍ୟଧିକ ପସନ୍ଦ ଆସି ନ ଥିଲା । ତେଣୁ ଗ୍ରାହକଙ୍କ ପସନ୍ଦ ଅନୁସାରେ ବିଭିନ୍ନ କମ୍ପାନୀ କିଛି ଦିନ ମଧ୍ୟରେ ଏ- bike ମଧ୍ୟ ବାହାର କରିଥିଲେ । ଏହାର ଦାମ ଅନେକ ଥିଲେ ମଧ୍ୟ ଏଥିରେ ଗୋଟିଏ ସୁବିଧା ତେଲ ପକାଇବାର ଚିନ୍ତା ନ ଥାଏ ।

ତେଣୁ ଏହି ବାଇକ ଏବେ ବେସ ଲୋକ ଚର୍ଚ୍ଚା ରେ ଥିବା ବେଳେ ଏବେ ମାର୍କେଟ କୁ ଆସିବାକୁ ଯାଉଛି ନୂଆ e-car । ଏହି କାର କୁ ମୁମ୍ବାଇ ର ଏକ କମ୍ପାନୀ ବନାଇଛନ୍ତି । ତେବେ ଏହି କାରରେ ଅନ୍ୟ କାର ଭଳି ଅନେକ ସୁବିଧା ଅଛି । ଏଥିରେ ac ର ସୁବିଧା ମଧ୍ୟ ରହିଛି । ତେବେ ଏହି କାର ଟି ଲୋକ ମାନଙ୍କର ଆକର୍ଷଣ ର କେନ୍ଦ୍ର ହୋଇଛି କାରଣ ଏହାର ରୂପ ପାଇଁ ।

ଏହି କାର ଟି ଅଟୋ ଭଳି ତିନୋଟି ଚକ ବିଶିଷ୍ଟ ହୋଇଛି କିନ୍ତୁ ଏହାର ରୂପ ସମ୍ପୂର୍ଣ ଅଲଗା ଅଟୋ ଠାରୁ । ଏହି କାରର ଆଗରେ ଦୁଇଟି ଚକ ଥାଏ ଓ ପଛରେ ଗୋଟିଏ ଚକ ଅଛି । ଏହି କାରର ଦୁଇ ଟି ଗେଟ ଅଛି । ଓ ପଛରେ ଦୁଇଟି ସିଟ ମଧ୍ୟ ଅଛି । ତେବେ ଏହି କାର ରେ sun roof ମଧ୍ୟ ଅଛି ।

ତେବେ ଏହି କାର ଟି ସାଧାରଣ କାର ଠାରୁ ରୂପରେ ଭିନ୍ନ ଅଟେ । ଏହି କାର ଟି ତିନୋଟି ରଙ୍ଗରେ ମାର୍କେଟ ରେ ଆସିଛି । ଏହି କାରଟି କୁ ମୁମ୍ବାଇର strom motors କମ୍ପାନୀ ବାହାର କରିଛନ୍ତି । ଏହି କାରର ମୁଖ୍ୟ କାର୍ଯ୍ୟାଳୟ ମଧ୍ୟ ମୁମ୍ବାଇରେ ଅଛି । ଆପଣ ଏହି କାର ଟିକୁ ସବୁଠି କିଣି ପାରିବେ ନାହିଁ ।

ଏହାକୁ ଆପଣ କେବଳ ମୁମ୍ବାଇ ଓ ଦିଲ୍ଲୀ ର ncr ରେ କିଣି ପାରିବେ । ଏହି କାର ଟି ମୁମ୍ବାଇ, ନଭି ମୁମ୍ବାଇ, ଥାନେ, ନୂଆ ଦିଲ୍ଲୀ ଓ ଗୁରଗାଓଁ ରେ ମିଳିବ । ଆପଣ ଏହି କାର ଟି କୁ ମାତ୍ର ୧୦,୦୦୦ ଟଙ୍କା ଦେଇ ବୁକ କରିପାରିବେ । ତେବେ ଏହି କାର ଟିର ମୂଲ୍ୟ ଅନେକ ବେଶୀ ରହିଛି ।

Leave a Reply

Your email address will not be published. Required fields are marked *