ଏହାକୁ ବନେଇ ଲଗେଇ ଦିଅନ୍ତୁ, ଗୋଟିଏ ବି ମଶା ଘରେ ଦେଖାଯିବେନି, Home Remedies

ବନ୍ଧୁଗଣ ପ୍ରତି ବର୍ଷ ଅଗଷ୍ଟ ମାସ ୨୦ରେ ବିଶ୍ଵ ମଶା ଦିବସ ପାଳନ କରାଯାଏ । ଏହାର ଏକ ବିଶେଷତ୍ଵ ରହିଛି ଯେ ୧୮୯୭ ଅଗଷ୍ଟ ୨୦ରେ ସାରା ରନାଲ୍ଡଡସ ମାଈ ଏନ୍ଫୋଳିଶ ମଶା କାମୁଡିଲେ ମ୍ୟାଲେ ରିଆ ରୋଗ ହୋଇଥାଏ ବୋଲି ଆବିଷ୍କାର କରିଥିଲେ ଯାହା ପାଇଁ ତାଙ୍କୁ ଆୱାର୍ଡ ମଧ୍ୟ ମିଳିଥିଲା । ମଶା କାମୁଡିଲେ ଭୟଙ୍କର ଡେଙ୍ଗୁ ଓ ମ୍ୟାଲେୟା ଭଳି ରୋଗ ହୋଇଥାଏ । ମଶାକୁ ଘରୁ ଦୂରେଇ ରଖିବା ପାଇଁ ଲୋକ ମାନେ ଅନେକ ଉପାୟ ଆପଣେଇ ଥାନ୍ତି ।

ଏଥିପାଇଁ କଏଲ ବା ଲିକୁଇଡ ବ୍ୟବହାର କରାଯାଏ ଯାହା ଦ୍ଵାରା ଶରୀର ଉପରେ ପ୍ରଭବ ପଡିଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ଘରୋଇ ଉପାୟ ଦ୍ଵାରା କିପରି ମଶାକୁ ରୋକାଯାଇ ପାରିବ ସେହି ବିଷୟରେ କହିବାକୁ ଯାଉଛୁ । ଏହି ଘରୋଇ ରେମେଡି ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ରହିଛି କିଛି ନିମ ପାତ୍ର ଯାହାର ଗୁଣ୍ଡ ପ୍ରସ୍ତୁତ କରନ୍ତୁ ।

ନିମ ପାତ୍ର ଆମ ଶରୀର ପାଇଁ ଲାଭଦାୟକ ହେବା ସହ ମଶା ଦୂରେଇବା ପାଇଁ ଚମତ୍କାରୀ ଉପାୟ ଅଟେ । ଏହା ପରେ ତିଳ ବା ରାଶି ତେଲରେ ନିମ ପାତ୍ରର ଗୁଣ୍ଡକୁ ଭଲ ଭାବେ ଫୁଟାନ୍ତୁ । ଗୋଟେ ପାତ୍ର ରେ ଦେଢ କପ ତିଳ ତେଲ ବା ରାଶି ତେଲ ପକାନ୍ତୁ ।

ଏହା ପରେ ଏଥିରେ ନିଆ ପାତ୍ର ର ଗୁଣ୍ଡ କୁ ପକାଇ ୫ରୁ ୭ ମିନିଟ ଯାଏଁ ଫୁଟାନ୍ତୁ । ଏହି ସମୟ ମଧ୍ୟ ରେ ନିମ ପାତ୍ର ର ସମସ୍ତ ପୋଷାକ ତତ୍ତ୍ଵ ଏହି ତେଲ ମଧ୍ୟ କୁ ଆସି ଯାଇଥିବ । ଏହା ପରେ ଏହି ତେଲ କୁ ଥଣ୍ଡା ହେବାକାଉ କିଛି ସମୟ ଛାଡି ଦିଅନ୍ତୁ ।

ଏହା ପରେ ଯେଉଁ ସାମଗ୍ରୀର ଆବଶ୍ୟକତା ରହିଛି ତାହା ହେଉଛି କର୍ପୁର ଯାହା ପୂଜାରେ ଆଳତି ହେବାରେ ବ୍ୟବହାର କରାଯାଏ । ଏହା ପରେ କର୍ପୁର ର ଭଲ ଭାବେ ଗୁଣ୍ଡ କରନ୍ତୁ । ଏହା ପରେ ପୂର୍ବରୁ ରଖା ଯାଇଥିବା ନିମ ତେଲ କୁ ଏକ ପାତ୍ର ରେ ଛାଣି ଦିଅନ୍ତୁ । ଏହି ତେଲରେ ଏକ ଚାମଚ କର୍ପୁର ଗୁଣ୍ଡ ଭଲ ଭାବେ ମିଶ୍ରଣ କରନ୍ତୁ ।

ଏହା ପରେ ଗୋଟେ କାଚ ବୋତଲ ରେ ଏକ ବଳିତା ଦେଇ ଏହି ତେଲ କୁ ଭର୍ତ୍ତି କରନ୍ତୁ । ଯେଉଁ ଜାଗାରେ ମଶା ହେଉଛି ଏହି ତେଲ ଭରା ବୋତଲ ରେ ବଳିତା ଲଗାନ୍ତୁ । ଆପଣ ଦେଖିବାକୁ ପାଇବେ ମାତ୍ର ୫ ମିନିଟ ମଧ୍ୟ ରେ ସବୁ ମଶା ଘରୁ ବାହାରି ଯିବେ ।

ଏହା ଏକ ପ୍ରାକୃତିକ ଘରୋଇ ରେମେଡି ଅଟେ ଯାହାର ପ୍ରୟୋଗ ଦ୍ଵାରା ମଶା ସବୁକୁ ଘରୁ ବାହାର କରାଯାଇ ପାରିବ । ଏହି ପ୍ରାକୃତିକ ଉପାୟ ଦ୍ଵାରା ଶରୀର ର କୌଣସି କ୍ଷତି ହୁଏ ନାହିଁ କି ଘରର ପରିବେଶ ଉପରେ ପ୍ରଭାବ ପଡେ ନାହି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *