Aries zodiac; – ମେଷ ରାଶି ବ୍ୟକ୍ତିବିଶେଷଙ୍କ କଟୁ ସତ୍ୟ ! ଶିକ୍ଷା, କ୍ଯାରିଅର, ଧନ, ପ୍ରେମ, ପାରିବାରିକ ଜୀବନ ସଂପୂର୍ଣ୍ଣ ତଥ୍ୟ ଜାଣନ୍ତୁ…

ବନ୍ଧୁଗଣ 12 ଗୋଟି ରାଶି ମାନଙ୍କ ମଧ୍ୟରୁ ମେଷ ରାଶି ଅନ୍ୟତମ । ତେବେ ଆଜି ଆମେ ଆପଣଙ୍କୁ ମେଷ ରାଶିର ବ୍ୟକ୍ତିବିଶେଷଙ୍କ ବ୍ୟକ୍ତିତ୍ଵ, କ୍ଯାରିଅର, ପ୍ରେମ, ସ୍ଵାସ୍ଥ ଏ ସମସ୍ତ ବିଷୟରେ ସଂପୂର୍ଣ୍ଣ ରୂପେ ବିବରଣୀ ଦେବୁ । ମେଷ ରାଶିର ଲୋକ ଆତ୍ମବିଶ୍ୱାସ, ସ୍ୱାଧୀନ ଏବଂ ଉତ୍ସାହରେ ପରିପୂର୍ଣ୍ଣ । ମେଷ ରାଶିର ବ୍ୟକ୍ତି ମାନଙ୍କ ରୋଗ ହେଉଛି ଉଦର୍ ରୋଗ ,ଜ୍ଵର ହେବା , କଫ, ଇତ୍ୟାଦି ।

ଏହି ବ୍ୟକ୍ତି ସମ୍ପର୍କକୁ ବହୁତ ଗୁରୁତ୍ବ ଦେଇ ଥାଆନ୍ତି । ଯେଉଁ ସଂପର୍କରେ ସେ ଯୋଡ଼ି ହୁଅନ୍ତି ସେମାନେ ଚେଷ୍ଟା କରନ୍ତି ସେ ସଂପର୍କକୁ ସବୁଦିନ ଲିଭାଇବା ପାଇଁ ଚେଷ୍ଟା କରିଥାନ୍ତି । ଯଦି ଏହି ରାଶିର ବ୍ୟକ୍ତି ମାନଙ୍କ କଥା କେହି ଶୁଣନ୍ତି ନାହିଁ, ଏମାନଙ୍କୁ ଖରାପ ଲାଗିଥାଏ ଏବଂ ଏମାନେ ନିରାଶ ମଧ୍ୟ ହୋଇଯାଆନ୍ତି । ଏହି ରାଶିର ବ୍ୟକ୍ତି ଯଦି କୌଣସି କାମ ଆରମ୍ଭ କରିଥାଆନ୍ତି ତାହାକୁ ଶେଷ ନକରିବା ଯାଏ ଶାନ୍ତିରେ ବସନ୍ତି ନାହିଁ, ଅର୍ଥାତ ଏମାନେ ଯୋଉ କାମ ଆରମ୍ଭ କରିଥାନ୍ତି ତାକୁ ଶେଷ କରି କି ହିଁ ରହିଥାନ୍ତି ।

ମେଷ ରାଶିର ଲୋକ ଦେଖିବାକୁ ଆଟ୍ରାକଟିଭ ହୋଇଥାନ୍ତି । ସର୍ବଦା ଆକର୍ଷଣର କେନ୍ଦ୍ର ବିନ୍ଦୁ ପଲଟିଥାନ୍ତି । ଏମାନଙ୍କ ଶରୀର ଗଠନ ଏପରି ହୋଇଥାଏ ଯେ,ଯେ କୌଣସି ବ୍ୟକ୍ତି ଏମାନଙ୍କ ଆଡ଼କୁ ଆକର୍ଷିତ ହୋଇଥାନ୍ତି । ତେବେ ପାଠ ପଢା ପାଇଁ ସେମାନେ ନିଜ ଭବିଷ୍ୟତ କୁ ନେଇ ବହୁତ ସଚେତନ ମଧ୍ୟ ହୋଇଥାନ୍ତି । ଜିବନରେ ବହୁତ ସଂଘର୍ଷ ହେଲେ ମଧ୍ୟ ଏମାନେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଥାନ୍ତି ।

ବିଳମ୍ବରେ ହେଉ ପଛେ ସଫଳତା ଏମାନଙ୍କୁ ନିହାତି ମିଳିଥାଏ । ଯଦି ଏମାନଙ୍କ ପ୍ରେମ ବିଷୟରେ କହିବାକୁ ଯିବା । ତେବେ ଏହି ରାଶିର ବ୍ୟକ୍ତି ମାନେ ପ୍ରେମକୁ ବହୁତ ଗୁରୁତ୍ବ ଦେଇଥାନ୍ତି । ଏମାନେ ସର୍ବଦା ସୁନ୍ଦରତାକୁ ପସନ୍ଦ କରିଥାଆନ୍ତି ଏବଂ ନିଜେ ମଧ୍ୟ ଏହି ଶ୍ରେଣୀରେ ଆସନ୍ତି ।

ତେବେ ସାଧାରଣତଃ ମେଷ ରାଶିକୁ ତିନି ଭାଗରେ ବିଭକ୍ତ କରା ଜାଇଥାଏ ୧/୧ ଅଶ୍ୱନୀ ନକ୍ଷେତ୍ର ମେଷ ରାଶି ଏମାନେ ହେଲେ ଦେବଗଣ  ଏମାନେ ଧର୍ମ ପରାୟଣ ଏବଂ ଭକ୍ତି ପ୍ରିୟ ଅଟନ୍ତି । ଏମାନେ ଅଲ୍ପ ଆହାର ଅତ୍ୟନ୍ତ ପଣ୍ଡିତ ଧାର୍ମିକ ଏବଂ ନିୟମ ର ବଶବର୍ତି ହୋଇ ସବୁ କାମ କରିଥାନ୍ତି । ୨/୧ ଦ୍ୱଜା ନକ୍ଷେତ୍ର ମେଷ ରାଶି ଏମାନେ ହେଲେ ମାନବ ଗଣ ଏମାନେ ରାଜଶ୍ୱୀକ ଭକ୍ତିରେ ପ୍ରିୟ ହୋଇଥାନ୍ତି ।

ଏମାନେ ମାନୀ ଧାର୍ମିକ, ବିସ୍ତୃତ ନାମା, ଲକ୍ଷ୍ୟ ଭେଦା ଏବଂ ପୋଡଶୀଙ୍କର ପ୍ରିୟ ହୋଇଥାନ୍ତି ।  ସେହି ପରି ୩/୧ କୃତିକା ନକ୍ଷେତ୍ର ମେଷ ରାଶି ଏମାନେ ହେଲେ ଦାନବ ଗଣ ଏମାନେ ନାନାଦି ଦେବତାରେ ଭକ୍ତି ରଖନ୍ତି । ଧାତୁ ହେଉଛି ତାମ୍ର, ଶୁଭ ବର୍ଣ୍ଣ ହେଉଛି ଲାଲ ରଙ୍ଗ । ଆପଣଙ୍କ ପାଇଁ ଆରାଧ୍ୟ ଦେବତା ହେଉଛନ୍ତି ଶ୍ରୀଗଣେଶ ଏବଂ ଭଗବାନ ହନୁମାନ । ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *