ପ୍ରତେକ ମଣିଷ ନିଜ ଜୀବନରେ କେବେ ନା କେବେ କାହାକୁ ପ୍ରେମ କରୁଥିବ । ଅନେକ ସମୟରେ ପ୍ରେମ କରୁଥିବା ବ୍ୟକ୍ତିଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ ସେ ଯାହାକୁ ଭଲ ପାଉଛନ୍ତି କଣ ସେ ସଚ୍ଚା ପ୍ରେମ କରୁଛି ନା ମିଛ ପ୍ରେମ କରୁଛି । ଅନ୍ୟ ଏକ ପ୍ରଶ୍ନ ହେଉଛି ଯିଏ ପ୍ରେମ କରୁଛି ତାର ସାଥି ପ୍ରେମ କରିବାର ବାହନ କରୁନି ତ । ଆଜି ଆମେ ଆପଣ ମାନଙ୍କୁ ଏମିତି ୫ଟି ସ୍ବଭାବା ବିଷୟରେ କହିବାକୁ ଯାଉଛୁ ଯେଉଥିରୁ ଜଣା ପଡିବ ଆପଣଙ୍କ ସାଥି ଆପଣଙ୍କୁ ସତ ଭଲ ପାଉଛନ୍ତି ନା ମିଛ ପ୍ରେମ କରୁଛନ୍ତି ।
୧- ମିଛ ପ୍ରେମ କରୁଥିବା ବ୍ୟକ୍ତିଙ୍କର ପ୍ରଥମ ନିଶାନି : ଯେବେ ପ୍ରେମ କରୁଥିବା ବ୍ୟକ୍ତି ତା ପାର୍ଟନରକୁ ନିଜ ସମ୍ପର୍କ ବିଷୟରେ ପ୍ରଶ୍ନ କରିଥାଏ ଉତ୍ତରରେ ପାର୍ଟନର କହିଥାଏ “ମୁଁ ତୁମକୁ ବହୁତ ଭଲ ପାଏ” । କିନ୍ତୁ ଘରେ ରାଜି ନ ହେବାରୁ ଓ ଦୁହିଙ୍କ ଜାତି ଅଲଗା ହୋଇଥିବାରୁ ଆପଣଙ୍କ ଜୀବନ ସାଥି ଆପଣଙ୍କୁ ମ୍ୟାରେଜ କରି ପାରିବେ ନାହି ବୋଲି କହିବେ ।
୨- ଦିତୀୟ ନିଶାନି : ଯେଉଁ ବ୍ୟକ୍ତି ଆପଣଙ୍କୁ ସଚ୍ଚା ପ୍ରେମ କରୁଥିବା ସେ ଆପଣଙ୍କ ପରିବାର ଓ ଭବିଷ୍ୟତ ବାବଦରେ କଥା ହେବ । କିନ୍ତୁ ମିଛ ପ୍ରେମ କରୁଥିବା ବ୍ୟକ୍ତି କେବେ ବି ଏହା ଉପରେ ଧ୍ୟାନ ଦେବା ନାହି । ମିଛ ପ୍ରେମ କରୁଥିବା ବ୍ୟକ୍ତି କେବଳ ତାର ଇଚ୍ଛା ପୂରଣ କରିବାକୁ ଚାହିଁବ ।
୩- ତୃତୀୟ ନିଶାନି : ମିଛ ପ୍ରେମ କରୁଥିବା ବ୍ୟକ୍ତି ଆପଣଙ୍କ ସହ ଦିନ ସାରା କଳହ କରିବା ସହ ଆପଣଙ୍କର ଭୁଲ କଣ ରହିଛି କେବଳ ତାହା ଦେଖିବେ । ଆପଣଙ୍କ ପାର୍ଟନରଙ୍କୁ କେବଳ ଆପଣଙ୍କ କମି ଦେଖାଯିବ । ଏହା ଛଡା ଆପଣ ଦ୍ଵାରା ଏହାକୁ ନେଇ କଣ ଅନୁଭବ କରୁଛନ୍ତି ତାହା ସେମାନଙ୍କ ପାଇଁ କିଛି ଜରୁରୀ ହୋଇ ନ ଥାଏ ।
୪- ଚତୁର୍ଥ ନିଶାନି : ବାପା ମାଙ୍କ ଛଡା ବିନା ସ୍ଵାର୍ଥରେ କେହି ବି ଭଲ ପାଆନ୍ତି ନାହି । କିନ୍ତୁ ମିଛ ପ୍ରେମରେ କେବଳ ସ୍ଵାର୍ଥ ରହିଥାଏ । ସମ୍ପର୍କରେ ସର୍ତ୍ତ ରହିଥାଏ କିନ୍ତୁ ଏହି ସର୍ତ୍ତ ଅଧିକ ହେବା ମଧ୍ୟ ଠିକ ନୁହେ । ଉଦାହରଣ ସ୍ୱରୂପ ଆପଣଙ୍କ ପାର୍ଟନର ଆପଣଙ୍କୁ କୁଆଡେ ନ ଯିବା ବା କିଛି ନ କରିବା ପାଇଁ ସର୍ତ୍ତ ରଖିଥାନ୍ତି ।
୫- ପଞ୍ଚମ ନିଶାନି : ମିଛ ପ୍ରେମ କରୁଥିବା ବ୍ୟକ୍ତି ତାର ପାର୍ଟନରକୁ ବଦଳାଇବାକୁ ଚାହିଁବ ବା ଆପଣଙ୍କ ଉପରେ ନିୟନ୍ତ୍ରଣ କରିବାକୁ ଚାହିଁବ । ଯଦି କୌଣସି ବ୍ୟକ୍ତି ଆପଣଙ୍କର ଖରାପ ଅଭ୍ଯାସକୁ ବଦଳାଇ ଭଲ ବାଟରେ ଆଣିବାକୁ ଚାହିଁବ ତେବେ ଏହା ଭଲ ହୋଇଥିବ ।
କିନ୍ତୁ ଯେବେ ଆପଣଙ୍କ ପାର୍ଟନର ଆପଣଙ୍କ ମଧ୍ୟରେ କୌଣସି ଭୁଲ ନ ଥାଇ ମଧ୍ୟ ଆପଣଙ୍କୁ ବଦଳାଇବାକୁ ଚାହିଁବ ତେବେ ସେ ଆପଣଙ୍କୁ ନିୟନ୍ତ୍ରଣ କରିବାକୁ ଚାହୁଛି ବୋଲି ଜଣା ପଡିଥାଏ । ଯାହା ସଂପୂର୍ଣ୍ଣ ରୂପେ ଭୁଲ ହୋଇଥାଏ ।
ବନ୍ଧୁଗଣ ଏହା ଥିଲା ମିଛ ପ୍ରେମ କରୁଥିବା ବ୍ୟକ୍ତିଙ୍କର ସ୍ଵଭାବ ଯାହା ସେ ତାଙ୍କ ପାର୍ଟନରଙ୍କ ପ୍ରତି ଆଚରଣ କରିଥାନ୍ତି । ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।