ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଦୀର୍ଘ ୨୧ ବର୍ଷ ପରେ ଭାରତ ପୁଣି ଥରେ ବ୍ରମ୍ହାଣ୍ଡ ସୁନ୍ଦରୀ ଟାଇଟେଲ ହାସଲ କରିଛି । ସମସ୍ତଙ୍କୁ ପଛରେ ପକାଇ ୨୧ ବର୍ଷୀୟ ହାରନାଜ ସାନ୍ଧୁ ବ୍ରମ୍ହାଣ୍ଡ ସୁନ୍ଦରୀ ମୁକୁଟ ପିନ୍ଧିଛନ୍ତି । ତାଙ୍କ ମୁଣ୍ଡରେ ଲାଗିଛି ୨୧ କୋଟି ଟଙ୍କାର ହୀରା ମୁକୁଟ ଯାହା ତାଙ୍କକୁ ବେଶ ଶୋଭା ଦେଉଛନ୍ତି । ଏହି ମୁକୁଟ ହେଉଛି ପ୍ରକୃତି, ଶକ୍ତି, ସୌନ୍ଦର୍ଜ୍ୟ, ମାତିତ୍ଵ ଓ ଏକତାର ପ୍ରତୀକ ବୋଲି ମାନଯାଏ । ଏହି ମୁକୁଟ ଟି ୧୮ କ୍ୟାରେଟ ସୁନାରେ ତିଆରି ହୋଇଥାଏ ।
ଏହି ମୁକୁଟରେ ଲାଗିଛି ୧୭୭୦ ଟି ହୀରା ଯାହାର ଦାମ ବହୁତ ମୂଲ୍ଯବାନ ରହିଛି । ଏହି ଦାମୀ ମୁକୁଟରେ ଯେଉଁ ପତ୍ରର ଡିଜାଇନ ରହିଛି ତାହା ୭ଟି ମହାଦ୍ବୀପର ପ୍ରତୀକ ଅଟେ । ପୂର୍ବରୁ ମିସ ୟୁନିଭର୍ସ ଅର୍ଗାନାଇଜେସନ ବିଜେତାଙ୍କୁ କେବେ ବି ଟଙ୍କାର ଖୁଲାସା କରି ନାହି । କିନ୍ତୁ ଏହି ପ୍ରତିଯୋଗିତାରେ ଲକ୍ଷ ଲକ୍ଷ ଟଙ୍କା ପୁରସ୍କାର ସ୍ୱରୂପ ମିଳିଥାଏ ।
ଯେଉଁ ମାନେ ମିସ ୟୁନିଭରସା ରେ ଭାଗ ନେଇଥାନ୍ତି ସେମାନଙ୍କୁ ନିୟୁର୍କ ସ୍ଥିତି ମିସ ୟୁନିଭର୍ସ ଆପାର୍ଟମେଣ୍ଟ ରେ ରହିବାର ଅବସର ପ୍ରାପ୍ତ ହୋଇଥାଏ । ଏହି ଜାଗାରେ ମିସ ୟୁନିଭର୍ସ ରେ ଭାଗ ନେଇଥିବା ପ୍ରତିଯୋଗୀ ମାନେ ଏକ ବିରାଟ ଘରେ ମିସ ୟୁଏଏସଏ ଙ୍କ ସହ ରହିବା ପାଇଁ ସୁଯୋଗ ପାଇଥାନ୍ତି । ଏହି ସମୟରେ ପ୍ରତିଯୋଗୀ ମାନଙ୍କର ଯାହା ବି ବ୍ୟକ୍ତିଗତ ଖର୍ଚ୍ଚ ରହିଥାଏ ତାହା ମିସ ୟୁନିଭର୍ସ ଦାୟିତ୍ଵ ନେଇଥାଏ ।
ଯେଉଁ ମାନେ ବ୍ରମ୍ହାଣ୍ଡ ସୁନ୍ଦରୀ ବିଜେତା ହୋଇଥାନ୍ତି ସେମାନଙ୍କୁ ଆସିଷ୍ଟାନ୍ଟ ଓ ମେକପ ଆର୍ଟିଷ୍ଟର ଏକ ଟିମ ଦିଆଯାଏ । ଗୋଟେ ବର୍ଷ ପାଇଁ ମେକପ, ହେୟାର ଷ୍ଟାଇଲ, ଜୋତା, ଡ୍ରେସ, ଗହଣା ସ୍କିନ କେୟାର ଆଦି ସବୁ ମାଗଣାରେ ଯୋଗାଇ ଦିଆଯାଏ ।
ଏହା ସହ ସେହି ପ୍ରତିଯୋଗୀ ମାନଙ୍କୁ ମଡେଲିଙ୍ଗ ପାଇଁ ମଧ୍ୟ ସୁବର୍ଣ୍ଣ ସୁଯୋଗ ମିଳିଥାଏ । ଏହା ସହ ଜଣେ ପରଫେକ୍ଟ ଫୋଟୋ ଗ୍ରାଫରକୁ ନିଯୁକ୍ତ କରା ଯାଇଥାଏ । ଏହା ବ୍ଯତୀତ ପ୍ରତିଯୋଗୀ ମାନଙ୍କ ପାଇଁ ସ୍ୱାସ୍ଥ୍ୟ ପାଇଁ ମାଗଣା ଡାକ୍ତରୀ ସୁବିଧାର ମଧ୍ୟ ବ୍ୟବସ୍ଥା ରହିଥାଏ ।
ଏହା ଛଡା ଗୋଟେ ବର୍ଷ ପାଇଁ ପୁରା ଦେଶ ବୁଲିବା ଠାରୁ ଆରମ୍ଭ କରି ବଡ ବଡ ହୋଟେଲରେ ଖାଇବା, ରହିବାର ସବୁ ଖର୍ଚ୍ଚ ମିସ ୟୁନିଭର୍ସ ଅର୍ଗାନାଇଜେସନ ବହନ କରିଥାଏ । ପ୍ରତିଯୋଗୀ ମାନେ ଯେଉଁ ଦେଶ ଇଚ୍ଛା କରିବେ ସେଠାକୁ ବୁଲିବାକୁ ଯିବାର ସୁବିଧା ରହିଛି । ଏହିଭଳି ବମ୍ପର ଅଫର ମିସ ୟୁନିଭର୍ସ ମାନଙ୍କୁ ମିଳିଥାଏ ଅର୍ଗାନାଇଜେସନ ତରଫରୁ ।
ବନ୍ଧୁଗଣ ଆପଣ ମାନଙ୍କୁ ଆମର ଆର୍ଟିକଲ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।