ମୋ ଧନ ଚାଲିଗଲା ମୁଁ ଆଉ କାହା ମୁଁ ଚାହିଁ ବଞ୍ଚିବୀ । ଏଭଳି କହି କେମିତି ଗୋଟେ ମା ଆଜି ମାଟି ଉପରେ ଲୋଟି ପଡିଛି । ପୁଅ ମାନସ କୁ ଝୁରି ଝୁରି କାନ୍ଦି ଗଡିଯାଉଛି ମା । ପୁଅ ବାଙ୍ଗାଲୋରେ ରେ କାମ କରି ଘରକୁ ଦୁଇ ପଇସା ପଠାଉଥିଲା । ପୁଅ ମାନସର ଟ୍ରେନ ଦୁର୍ଘଟଣାରେ ଜୀବନ ଚାଲି ଆଇଛି । ଆଉ ପୁଅକୁ ହରାଇ ମାନସିକ ଭାରସମ୍ୟ ହରାଇଛି ମା ଛଟପଟ ହୋଇ କାନ୍ଦୁଛି ମା । ପୁଅ ରୋଗିଣା ବାପା ମା ଙ୍କ ମୁହଁରେ ଔଷଧ ଦେବା ପାଇଁ ଆଉ ଗଣ୍ଡେ ଖାଇବାକୁ ଦେବାକୁ ବାଙ୍ଗାଲୋର ରେ ଦାଦନ ଖଟୁଥିଲା ।
୨୫ ବର୍ଷୀୟ ପୁଅର ଟ୍ରେନ ଦୁର୍ଘଟଣାରେ ଜୀବନ ଚାଲିଯାଇଛି । ଯେଉଁ ପୁଅ ଘରକୁ ଦୁଇ ପଇସା ପଠାଉଥିଲା ସେ ଆଜି ଆରପାରିକୁ ଚାଲି ଯାଇଛି । ଏ ପରିବାର ଏବେ ବେଶହାର ହୋଇ ଯାଇଛି । ଆଉ ପୁଅକୁ ହରାଇ ମା ର ପାଟି ଏବେ ବନ୍ଦ ହୋଇଯାଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଶ୍ରୀରାମପୁର ପଞ୍ଚାୟତର ଅଭିମନ୍ୟୁ ସାହୁ ଙ୍କ ପୁଅ ମାନସ ସାହୁ ଯାହାଙ୍କର ବୟସ ମାତ୍ର ୨୫ ବର୍ଷ ।
ମାତ୍ର ୧୫ ବର୍ଷ ବୟସରୁ ପରିବାରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ବାଙ୍ଗାଲୋର ଯାଇ ଦାଦନ ଭାବେ ଶ୍ରମିକ କାମ କରି ପରିବାର ପୋଷଣ କରୁଥିଲେ ମାନସ । ହେଲେ ଗତ ୨୨ ତାରିଖ ଦିନ ରୁମ ରୁ ବାହାରି ସାଇଡ କୁ କାମ କରିବାକୁ ଯାଇଥିବା ସମୟରେ ଟ୍ରେନ ଦୁର୍ଘଟଣା ରେ ଜୀବନ ଚାଲି ଯାଇଛି । ଆଉ ଏବେ ତାଙ୍କ ଗାଁ ରେ ରହିଥିବା ବୃଦ୍ଧ ବାପା ମା ଏ ଖବର ପାଇ ମୁଣ୍ଡ ବାଡଉଛନ୍ତି । ଆଉ ମା କିଭଳି ବାହୁନି ବାହୁନି କାନ୍ଦୁଛି ପୁଅ ପାଇଁ । ମଧୁମେହ ରୋଗରେ ଶିକାର ହୋଇଛନ୍ତି ବାପା ଆଉ ବୁଢୀ ମା ବି ଆସୁଥାଏ ।
ପୁଅର ମୃତ୍ୟୁ ଖବର ଶୁଣିବା ପରେ ଏବେ ଆଖିରୁ ଲୁହ ସୁଖୁ ନାହି । ଏବେ ପରିବାରକୁ କିଏ ସାହାରା ହେବ କେମିତି ଦୁନିଆରେ ସେମାନେ ଚଳିବେ । ଏ ଦୃଶ୍ୟକୁ ଦେଖି ସ୍ଥାନୀୟ ଅଞ୍ଚଳରେ ବି ସମସ୍ତଙ୍କ ଆଖିରେ ଲୁହ ଚାଲି ଆସିଛି । ମୃତ ମାନସଙ୍କ ଜେଜେମା କାନ୍ଦି କାନ୍ଦି ପ୍ରାର୍ଥନା କରି କହୁଛନ୍ତି ହେ ଭଗବାନ ଯଦି ମାରିବାର ଥିଲା ମୋତେ କାହିଁକି ମାରିଲ ନାହି ଏତେ କମ ବୟସରେ ମୋ ନାତି କୁ ନେଇ କାହିଁ ଚାଲିଗଲୁ ?
ମାନସଙ୍କ ପରିବାରର ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ଗତି କରୁଥିବା ବେଳେ ପ୍ରଶାସନିକ ସାହାଜ୍ଯ ଯୋଗାଇ ଦେବା ପାଇଁ ଆଶା ବାନ୍ଧିଛନ୍ତି । ବାପାଙ୍କ ଔଷଧ ଖର୍ଚ୍ଚ ସାଙ୍ଗକୁ ତେଲ, ଲୁଣ ର ସଂସାର କିଭଳି ଚଳାଇବେ ତାକୁ ନେଇ ଏବେ ଚିନ୍ତା ପୁରା ପରିବାରର । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।