ବନ୍ଧୁଗଣ ସେ ଝିଅ ନୁହେଁ ଘରର ପୁଅ ଥିଲା । ବୟସ ମାତ୍ର ୧୬ ବର୍ଷ ହୋଇଥିଲା ସିନା କିନ୍ତୁ ବାପାଙ୍କର ଭାରି ଗେଲହା । ସେହି ଗେଲହା ଝିଅ ଯେବେ ଗାର ଅଗଣାରେ ମାରି ସୋଇଥିବ ତାକୁ ଦେଖିବା ପରେ ବାପର ଦୁଖକୁ ଶବ୍ଦ ରେ ବର୍ଣ୍ଣନା କରିବା ଅସମ୍ଭବ ଅଟେ । ଆଗାମୀ କାଲିର ସୁନେଲି ସ୍ଵପ୍ନ ଦେଖୁଥିବା ନାବାଳିକା ଜଣକ କେବେ ବି ଭାବି ନ ଥିଲେ ଏମିତି ପରିସ୍ଥିତି ଆସିବ କି ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିବ । ଅଶ୍ଳୀଳ ଫୋଟୋ ଭାଇରାଲ ହେବା ଘଟଣା କୁ ନାବାଳିକା ଜଣକ ସହିପାରିଲେ ନାହି ।
ଲୋକ ଲଜ୍ୟା କୁ ଭୟ କରି ଶେଷରେ ଜୀବନ ହାରି ଦେଲେ । କିନ୍ତୁ ମୃତ୍ୟୁ ପୂର୍ବରୁ ନିଜର ଆତ୍ମହତ୍ୟାର ସମ୍ପର୍କରେ ଥାନା ଅଧିକାରି ଙ୍କୁ ଜଣାଇବା ସହ ଏହା ପଛରେ ଥିବା ଯୁବକ ଙ୍କ ନାଁ ମଧ୍ୟ ଲେଖି ଯାଇଛନ୍ତି । ତେବେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ନିରାକରପୁର ଥାନା ଅଞ୍ଚଳ ରେ ଖଜୁରୀପଡାରେ ଘଟି ଯାଇଛି । ସୂଚନା ଅନୁଯାୟୀ ନାବାଳିକା ଜଣକ ଯୁକ୍ତ୨ ରେ ପଢୁଥିବା ବେଳେ ତାଙ୍କର କିଛି ଅଶ୍ଳୀଳ ଫୋଟୋ କିଛି ଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା ।
ଖଜୁରୀପଡା ର ଜଣେ ଯୁବକ ଏ ସବୁ ଫୋଟୋ ଭାଇରାଲ କରିଥିବା ବେଳେ ଯୁବତୀ ଓ ତାଙ୍କ ପରିବାରକୁ ଜୀବନରୁ ମାରି ଦେବକାଉ ଧମକ ମଧ୍ୟ ଦେଇଥିଲା ବୋଲି ଅଭିଯୋଗ ହୋଇଛି । ଏହାକୁ ନେଇ ଗାଁ ରେ ଟାହି ଟାପରା ହେବାରୁ ମୁଣ୍ଡ ଟେକି ଚାଲିପାରୁ ନ ଥିଲେ ପରିବାର ଲୋକେ । ଏହି ମାମଲାକୁ ନେଇ ପରିବାର ଲୋକେ ନିରାକାରପୁର ଥାନାରେ ଅଭିଯୋଗ କରୁଥିବା ବେଳେ ପୋଲିସ କିନ୍ତୁ ଏଥିରେ କୌଣସି ତତ୍ପରତା ଦେଖାଇ ନ ଥିଲା ।
ଯାହା ଫଳରେ ନାବାଳିକା ଜଣକ ମାନସିକ ସ୍ତର ରେ ସଂପୂର୍ଣ୍ଣ ଭାଙ୍ଗି ପଡିଥିଲେ ଆଉ ଶେଷରେ ଗତ ରାତିରେ ବିଷ ପିଇ ଦେଇଥିବା ଜଣା ପଡିଛି । ଏହା ପରେ ପରିବାର ଲୋକେ ଖୋର୍ଦ୍ଧା ମେଡିକାଲ କୁ ନେଇଥିବା ବେଳେ ସେଠାରେ ଡାକ୍ତର ନାବାଳିକା ଙ୍କୁ ମୃତ ଘୋଷଣା କରିଥିଲେ । ତେବେ ନିଜର ଝିଅର ମୃତ୍ୟୁ କୁ ନେଇ ବାପା କହିଛନ୍ତି ଯେମିତି ତାଙ୍କ ଝିଅକୁ ନ୍ୟାୟ ମିଳୁ । ଏହି ଘଟଣା ପରେ ଖୋର୍ଦ୍ଧା ଏସଡିପି ଓ ଥାନା ଆଇଆଇସି ଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଏହି ଘଟଣା ର ତଦନ୍ତ ଆରମ୍ଭ କରିଥିଲେ ।
କିନ୍ତୁ ଏ ନେଇ ପୂର୍ବରୁ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ କାହିଁକି ଅଭିଯୁକ୍ତ କୁ ଧରିବା ପାଇଁ ତତ୍ପରତା ଦେଖାଇଲା ନାହି ଏହା ବର୍ତ୍ତମାନ ତଦନ୍ତ ର ପରିସର ଭୁକ୍ତ ହେବ ଦରାକର । ହୁଏ ତ ପୋଲିସ ପଦକ୍ଷେପ ଗ୍ରହଣ କରିଥାନ୍ତା ତେବେ ହୁଏ ତ ନାବାଳିକା ଜଣକ ଜୀବନ ହାରି ନ ଥାନ୍ତେ ବୋଲି ଏବେ ଚାରି ଆଡେ ଚର୍ଚ୍ଚା ହେଉଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କାମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।