ମୁହଁ ଖୋଲିଲେ Viratଙ୍କ କୋଚ, Virat ଙ୍କ ଜାଗାରେ Rohitଙ୍କୁ Captian କରିବା କଥାରେ ଦେଲେ ଏହି ବଡ ବୟାନ- ଦେଖନ୍ତୁ କଣ କହିଲେ

ନମସ୍କାର ବନ୍ଧୁଗଣ । ବର୍ତ୍ତମାନର ବଡ ଖବର ହେଉଛି ଟିମ ଇଣ୍ଡିଆର କ୍ଯାପଟେନ ପଦବୀ କୁ ନେଇ ଜୋର ସୋରରେ ଚର୍ଚ୍ଚା ଲାଗି ରହିଛି । ଭାରତ ଟିମ ପକ୍ଷରୁ ବିରାଟ କୋହଲି ଇସ୍ତଫା ଦେଇ ନ ଥିବା ବେଳେ ତାଙ୍କୁ ହଟାଇ ରୋହିତ ଶର୍ମାଙ୍କୁ ଦିନିକିଆ ଟିମର କ୍ଯାପଟେନ କରି ଦିଆ ଯାଇଛି । ଯାହାକୁ ନେଇ କ୍ରିକେଟ ପ୍ରେମୀ ମାନଙ୍କ ଅଧ୍ୟରେ ଚର୍ଚ୍ଚା ଲାଗି ରହିଛି । ଏହା ସହ ଏହି କଥା ଉପରେ ନିଜର ମନ୍ତବ୍ୟ ଦେଇଛନ୍ତି ବିରାଟ କୋହଲିଙ୍କ ପିଲା ଦିନର କୋଚ ରାଜକୁମାର ଶର୍ମା ।

ଟିମ ଇଣ୍ଡିଆର ମ୍ୟାନେଜମେଣ୍ଟ ଓ ଚୟନ କର୍ତ୍ତା ବିଶେଷ ସଭାପତି ସୌରଭ ଗାଙ୍ଗୁଲି ଆଗକୁ କଣ ଚାହୁଁଛନ୍ତି ତାହା କିଛି ଜାଣି ହଉନି ବୋଲି କହିଛନ୍ତି ରାଜ୍କୁମାର ଶର୍ମା । ଚୟନ କର୍ତ୍ତା ବିରାଟ କୋହଲି ଙ୍କୁ ଉଭୟ ଟି-୨୦ ଓ ଦିନିକିଆ କ୍ଯାପଟେନ ପଦ ଛାଡିବାକୁ ଚାହୁଁଛନ୍ତି କି ନାହିଁ ସେ ବିଷୟରେ ପଚାରିବାର ଥିଲା ବୋଲି କୋଚ ରାଜ୍କୁମାର ଶର୍ମା ମନ୍ତବ୍ୟ ଦେଇଛନ୍ତି ।

ବିରାଟ କୋହଲିଙ୍କ ସହ ବିନା ଆଲୋଚନାରେ ଏମିତି ତାଙ୍କୁ ପଦବୀ ରୁ ହଟାଇ ଦେବା ଠିକ ନୁହେ ବୋଲି କହିଛନ୍ତି କୋଚ ରାଜ୍କୁମାର ଶର୍ମା । ବିରାଟ କୋହଲି ଙ୍କ ଫୋନ କୌଣସି କାରଣ ପାଇଁ ବନ୍ଦ ରହିଛି ଏଥିପାଇଁ ସେ ବିରାଟ ଙ୍କ ସହ କଥା ହୋଇପାରି ନାହାନ୍ତି ବୋଲି ରାଜ୍କୁମାର ଶର୍ମା କହିଛନ୍ତି ।

ବିରାଟ କୋହଲି ଟି-୨୦ କ୍ଯାପଟେନ ପଦ ଛାଡିବା ନେଇ ଚଳିତ ବର୍ଷ ଟି-୨୦ ବିଶ୍ଵକପ ଚାଲିଥିବା ବେଳେ ଘୋଷଣା କରା ଯାଇଥିଲା । ଯାହାର କାରଣ ମଧ୍ୟ କୁହା ଯାଇଥିଲା । ବିଶ୍ଵକପ ପରେ ଟିମ ଇଣ୍ଡିଆର ଓପନିଂ ପାଇଁ ରୋହିତ ଶର୍ମାଙ୍କୁ ଦାୟିତ୍ଵ ଦିଆ ଯାଇଥିଲା । ବର୍ତ୍ତମାନ ରୋହିତ ଶର୍ମା ଙ୍କୁ ଦିନିକିଆ ଦଳର କ୍ଯାପଟେନ ଭାବେ ଘୋଷଣା କରିଛି BCCI ।

ତେବେ ଏ ନେଇ କ୍ରିକେଟ ପ୍ରେମୀ ମାନେ ଚର୍ଚ୍ଚା କରିବା ସହ ଏହାର ପ୍ର-ତି-ବା-ଦ ମଧ୍ୟ କରିଛନ୍ତି । ବିରାଟ କୋହଲିଙ୍କୁ ନ ଜାଣି ତାଙ୍କୁ ଏମିତି ଭାବେ କ୍ଯାପଟେନ ପଦରୁ ହଟାଇ ଦେବା ଠିକ ନୁହେଁ ବୋଲି କିଛି ପ୍ରଶଂସକ ମାନେ ମନ୍ତବ୍ୟ ଦେଇଛନ୍ତି । ତେବେ ଆଗକୁ ଟିମ ଇଣ୍ଡିଆ ର ନୂଆ କ୍ଯାପଟେନ ରୋହିତ ଶର୍ମା ରହିବେ ବୋଲି ସ୍ପଷ୍ଟ ହୋଇଛି ।

ବନ୍ଧୁଗଣ ଏହି ଘଟଣାରେ ଆପଣଙ୍କର ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *