ମୂଷା ଦେଇଥାଏ ଭବିଷ୍ୟତର ସୂଚନା, ଘରକୁ ଆସିବା ଶୁଭ ନା ଅଶୁଭ- Shakuna Shastra

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ପ୍ରତେକ ଜୀବଜନ୍ତୁଙ୍କ ପାଇଁ ଭାଗଣା ବରଦାନ ବା କିଛି ନା କିଛି ବିଶେଷ ସ୍ଥାନ ରଖିଛନ୍ତି । ସେମାନଙ୍କ ପାଇଁ ସବୁ ସମୟ ଅଲଗା ଅଲଗା ହୋଇଥାଏ । ମନୁଷ୍ୟ ହେଉଛି ସର୍ବଶ୍ରେଷ୍ଠ ପ୍ରାଣୀ ଯିଏ ନିଜର ବୁଦ୍ଧି ବଳରେ ସାରା ଦୁନିଆକୁ ଜିତିପାରେ । ବାସ୍ତବରେ ଦେଖିବାକୁ ଗଲେ ଏହା ସତ୍ୟ ଅଟେ । ପ୍ରତେକ ମଣିଷକୁ ଆଖପାଖରେ ଥିବା ଜିନିଷ ଦେଖି ଶିକ୍ଷା ଲାଭ କରିବା ସହ ଗୁରୁଜନ ମାନଙ୍କ ଠାରୁ କିଛି ନା କିଛି ଶିଖିବା ଉଚିତ ।

ଆମ ଜୀବନରେ ଏମିତି କିଛି ସଂକେତ ମିଳିଥାଏ ଯାହା ଆମେ ବୁଝିପାରି ନ ଥାଉ । ଯାହା ଦ୍ଵାରା ଲୋକ ମାନେ ଅନେକ ସମସ୍ୟାର ସମୁଖିନ୍ନ ହୋଇଥାନ୍ତି । କିଛି ଜୀବଜନ୍ତୁଙ୍କ ଦ୍ଵାରା ଆମକୁ କିଛି ଶୁଭ ଓ ଅଶୁଭ ସଂକେତ ମିଳିଥାଏ । ଆଜି ଆମେ ଆପଣ ମାନଙ୍କୁ ମୂଷା ଘରେ ଦେଖାଗଲେ କେଉଁ ଭଳି ସଂକେତ ମିଳିଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

ଭଗବାନ ଗଣେଶଙ୍କର ବାହନ ହେଉଛନ୍ତି ମୂଷା ଯାହାକୁ ଆମେ ଘରେ ସାଧାରଣତ ଦେଖିଥାଉ । ସାଧାରଣତ ମୂଷା ଘରେ ଦେଖିବା ଶୁଭର ପ୍ରତୀକ ଅଟେ । ମୁଷାର ପ୍ରଧାନ ଖାଦ୍ୟ ହେଉଛି ଧାନ । ଯେଉଁ ଠାରେ ଅଧିକ ଟଙ୍କା ପଇସା ରହିଥାଏ ସେଠାରେ ଅଧିକ ମୂଷା ବାସ କରିଥାନ୍ତି ।

ଯଦି ଆପଣଙ୍କ ଘରେ ମୂଷା ବାସ ଅକରୁଛନ୍ତି ତେବେ ଆପଣ ଜଣେ ଧନୀ ବ୍ୟକ୍ତି ବା ଆଗାମୀ ସମୟରେ ଧନୀ ହେବାକୁ ଯାଉଛନ୍ତି ବୋଲି ସୂଚନା ମିଳିଥାଏ । ଆପଣଙ୍କର ଆର୍ଥିକ ସ୍ଥିତି ମଧ୍ୟ ଭଲ ରହିବ । ସକାଳେ ଉଠିବା ପରେ ମୂଷା ଦେଖିଲେ ଦିନ ଟି ଶୁଭ ହୋଇଥାଏ ।

ଆପଣ ଯେ କୌଣସି କାମ କରିବେ ସେଥିରେ ସଫଳତା ମିଳିବ । ମୂଷା ଯେପରି ନିଜର ଦାନ୍ତ ରେ ସସବୁ ଜିନିଷ କାଟି ଦେଇଥାଏ ଠିକ ସେହିପରି ମଣିଷ ନିଜର ବୁଦ୍ଧି ବଳରେ ଅନେକ ସମସ୍ୟାର ସମାଧାନ କରିପାରେ । ଆମେ ସାଧାରଣ ଭାବେ ଧଳା ମୂଷା ଘରେ ରଖିଥାଉ । କିନ୍ତୁ କଳା ରଙ୍ଗର ମୂଷା କାଠ କାଟିବା ଆରମ୍ଭ କରେ ତେବେ ଆପଣ ଜାଣିବେ ଘରେ ଥିବା ସମସ୍ଯା ବୃଦ୍ଧି ପାଇଥାଏ ।

ଏହା ସହ ଘରେ କାହାରି ଦାନ୍ତ ଭାଙ୍ଗିଗଲେ ଏହାକୁ ମୂଷା ଗାତରେ ପକାଏ ତାହା ଆପଣ ମାନେ ନିଶ୍ଚିତ ଜାଣିଥିବେ । କାରଣ ଏହାକୁ ଯଦି ମୂଷା ନେଇଯାଏ ତେବ ଏହା ଶୁଭର କାରଣ ହୋଇଥାଏ । ଭାଙ୍ଗି ଯାଇଥିବା ଦାନ୍ତ ପିଲା ବା ବ୍ୟକ୍ତିର ଦାନ୍ତ ମଜବୁତ ରହିଥାଏ । ଯଦି ଆପଣ ସ୍ଵପ୍ନ ରେ ମୂଷା ଦେଖନ୍ତି ତେବେ ଦାଂପତ୍ଯ ଜୀବନରେ ଖୁଶିର ସମୟ ଆସିବାର ସଙ୍କେତ ମିଳିଥାଏ ।

କିନ୍ତୁ ଯଦି ସାପ ମୂଷା କୁ କାମୁଡିବାର ଦେଖନ୍ତି ତେବେ ଏହା ଅଶୁଭ ମାନାଯାଏ । ଯେଉଁ ମାନେ ଅବିବାହିତ ସେମାନେ ମୂଷା ସ୍ଵପ୍ନ ରେ ଦେଖିଲେ ବିବାହର ଯୋଗ ଫିଟିଥାଏ । ତେବେ ଏହି ସବୁ ମାଧ୍ୟମରେ ମୂଷା ଆମକୁ ଆମର ଆଗାମୀ ଭବିଷ୍ୟତ ବିଷୟରେ ସୂଚନା ପ୍ରଦାନ କରିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *