ନଡିଆ ତେଲରେ କେବଳ ଏହି ଗୋଟେ ଜିନିଷ ମିଶେଇ ଲଗାଇଲେ, ଚୁଟି ମୂଳରୁ କଳା ହୋଇଥାଏ – Home remedy for hair

ବନ୍ଧୁଗଣ କେଶ ଝଡିବା ଓ କେଶ ଧଳା ହୋଇଯିବା ଭଳି ପ୍ରୋବ୍ଲେମ ଅନେକଙ୍କ ଠାରେ ଦେଖାଯାଉଛି । ଏହି ପ୍ରୋବ୍ଲେମକୁ ଠିକ କରିବାକୁ ଚାହୁଁଥିଲେ । ଆପଣଙ୍କୁ ଏହି ଘରୋଇ ଉପଚାର ନିଜ କେଶରେ ପ୍ରୟୋଗ କରିବାକୁ ପଡିବ । ଏହା ଆପଣଙ୍କ କେଶକୁ ବୃଦ୍ଧି ବୃଦ୍ଧି କରିବାରେ ସାହାଜ୍ଯ କରିବା ସହ ରୂପୀ ସମସ୍ଯା ଥିଲେ ତାକୁ ମଧ୍ୟ ସଂପୂର୍ଣ୍ଣ ଭାବେ ଭଲ କରିଦେବ । ଏହି ଚମତ୍କାରୀ ତେଲ ଆପଣଙ୍କ କେଶକୁ କଳା କରିବା ସହ ସମସ୍ତ ସମସ୍ଯା ଦୂର କରିଦେବ । ତେବେ ଚାଲନ୍ତୁ ଦେଖିବା କିପରି ଏହି ତେଲକୁ ପ୍ରସ୍ତୁତ କରିବେ ।

ଏହି ତେଲ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ପ୍ରଥମେ ଦରକାର ହେବ କଳାଜୀରା । ଏହି କଳାଜୀରାର ଖୁବ ଔଷଧୀୟ ଗୁଣ ରହିଛି । ଏହା କେଶ ଝଡିବା ରୋକିବା ସହ କେଶକୁ ବୃଦ୍ଧି ପାଇବାରେ ମଧ୍ୟ ସାହାଯ୍ୟ କରେ । ଆପଣ ଦୁଇ ଚାମୁଚ କଳାଜୀରାକୁ ଏକ ତାୱାରେ ଭଲ ଭାବେ ଭାଜି ଦିଅନ୍ତୁ । ସେଥିରେ ୫ ରୁ ୬ ଟି ଲବଙ୍ଗ ମଧ୍ୟ ପକାନ୍ତୁ । ଏହାକୁ କମ୍ ଆଞ୍ଚରେ ଭାଜନ୍ତୁ । ଭାଜି ସାରିବା ପରେ ଏହାକୁ ଗ୍ରାଇଣ୍ଡିଙ୍ଗ କରି ଗୁଣ୍ଡ ପ୍ରସ୍ତୁତ କରି ନିଅନ୍ତୁ ।

ଏହା ପରେ ଆପଣଙ୍କୁ ଆବଶ୍ୟକ ହେବ ଖାଇବା କର୍ପୁର । କର୍ପୁର ଆପଣଙ୍କ କେଶ ପାଇଁ ଖୁବ ଲାଭଦାୟକ । ଏହା ଆପଣଙ୍କ କେଶକୁ କଳା ଏବଂ ସୁସ୍ଥ ରଖିବାରେ ଖୁବ ସହାୟକ ହୋଇଥାଏ । ମୁଣ୍ଡ କୁଣ୍ଡାଇ ହେଉଥିଲେ କି ଅନ୍ୟ କୌଣସି ସଂକ୍ରମଣ ହୋଇଥିଲେ ଏହି ସମସ୍ୟାକୁ ମଧ୍ୟ କର୍ପୁର ଦୂର କରିଥାଏ । ଦୁଇଟି କର୍ପୂରକୁ ଏକ ହେମଦସ୍ତାରେ ଭଲ ଭାବେ ଛେଚି ଗୁଣ୍ଡ କରି ଦିଅନ୍ତୁ ।

ବର୍ତ୍ତମାନ ଏକ କଡେଇରେ ୧୦୦ ଗ୍ରାମ ନଡିଆ ତେଲକୁ ଉଷୁମ କରି ଦିଅନ୍ତୁ । ଆପଣ ଚାହିଁଲେ ସୋରିଷ ତେଲ କିମ୍ବା ଓଲିଭ ଅଏଲ ମଧ୍ୟ ନେଇ ପାରିବେ । ଗ୍ଯାସ ବନ୍ଦ କରି ସାରିବା ପରେ ଆପଣ ସେଥିରେ କଳାଜୀରା ଏବଂ ଲବଙ୍ଗ ଗୁଣ୍ଡ ମିଶାନ୍ତୁ  ଓ ତାପରେ କର୍ପୁର ଗୁଣ୍ଡ ମିଶାନ୍ତୁ । ଧ୍ୟାନ ରଖନ୍ତୁ ତେଲ ଯେପରି ବହୁତ ଅଧିକ ଗରମ ହେବ ନାହିଁ । ଏହି ସବୁକୁ ଆପଣ ଭଲ ଭାବେ ମିଶାଇ ଦିଅନ୍ତୁ ।

ଏହା ମାନସିକ ଶାନ୍ତି ଦେବା ସହ ମୁଣ୍ଡ ବିନ୍ଧା ମଧ୍ୟ ଭଲ କରିଥାଏ । ଆପଣ ଏହି ତେଲ ମିଶ୍ରଣକୁ ରାତି ସାରା ସେମିତି ରଖି ଦିଅନ୍ତୁ ଓ ସକାଳେ ଏକ କପଡା ସାହାଯ୍ୟରେ ଛାଣି ଦିଅନ୍ତୁ । ଶେଷରେ ଏହି ତେଲରେ ଚାରୋଟି ଭିଟାମିନ-ଇ କ୍ୟାପସୁଲ ମିଶାଇ ଦିଅନ୍ତୁ । ଭିଟାମିନ-ଇ ଆପଣଙ୍କ କେଶକୁ ପୋଷଣ ଦେଇଥାଏ । ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ତେଲ ।

ଏହାକୁ ସମସ୍ତ ବୟସର ଲୋକମାନେ ବ୍ୟବହାର କରିପାରିବେ । ଏହାକୁ ଉଷୁମ କରି କେଶରେ ଲଗାଇ ରାତି ସାରା ରଖନ୍ତୁ । ଦେଖିବେ କେଶଜନିତ ସମସ୍ତ ସମସ୍ଯା ଧୀରେ ଧୀରେ କରି ଦୂର ହେବାରେ ଲାଗିବ । ଆଶା କରୁଛୁ ଆପଣ ମାନଙ୍କୁ ପୋଷ୍ଟଟି ଭଲ ଲାଗିଥିବ । ତେବେ ପେଜକୁ ଗୋଟେ ଲାଇକ୍ କରିଦେବା ସହ ଅନ୍ୟ ମାନଙ୍କ ସହ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *