ନାକର Shape କହିଥାଏ ଆପଣଙ୍କ ସ୍ୱଭାବ ଏବଂ ଭବିଷ୍ୟତ- ଦେଖନ୍ତୁ କଣ କହୁଛି ଆପଣଙ୍କ ନାକର ଆକର

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଏହି ଦୁନିଆରେ ବହୁତ ଜଣକ ଠାରୁ ଶୁଣିବାକୁ ମିଳିଥାଏ ଯେ ଏହି ଦୁନିଆରେ ଏକ ପ୍ରକାର ଦେଖା ଯାଉଥିବା ୭ ଜଣ ମନୁଷ୍ୟ ବାସ କରନ୍ତି । କିନ୍ତୁ ଏହି କଥାରେ କେତେ ମାତ୍ରାରେ ସତ୍ୟତା ରହିଛି ତାହା ଜାଣିବା ଯଦିଓ ଅସମ୍ଭବ କିନ୍ତୁ ଆପଣ ମାନେ ଏହା ନିଶ୍ଚିତ ଭାବରେ ଦେଖିଥିବେ ଯେ, ଏହି ଦୁନିଆ ର ପ୍ରତ୍ୟେକ ବ୍ୟକ୍ତି ଙ୍କ ଶରୀରର ଅଙ୍ଗ କିଛି ବ୍ୟକ୍ତି ଙ୍କ ସହିତ ମିଶିଥାଏ ଏବଂ ଏକା ଭଳି ଦେଖାଯାଇଥାଏ ।

ପ୍ରତ୍ୟେକ ବ୍ୟକ୍ତି ର ଶରୀରର ଅଙ୍ଗ ହିଁ ସେହି ବ୍ୟକ୍ତି ର ସ୍ୱଭାବ ସମ୍ବନ୍ଧରେ କହିଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ପ୍ରତ୍ୟେକ ବ୍ୟକ୍ତି ଙ୍କ ଶରୀରର ନାକ ଅନୁସାରେ ସେହି ବ୍ୟକ୍ତି ଙ୍କ ସ୍ୱଭାବ ସମ୍ବନ୍ଧରେ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ଵିସ୍ତା ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ ଯେଉଁ ବ୍ୟକ୍ତି ଙ୍କ ନାକ ର ଆକାର ମୂଳ ରୁ ନେଇ ଶେଷ ପର୍ଯ୍ୟନ୍ତ ସମାନ ରହିଥାଏ, ସେହି ବ୍ୟକ୍ତି ଅତ୍ୟନ୍ତ ବୁଦ୍ଧିମାନ ହୋଇଥାନ୍ତି ଏବଂ ସେମାନେ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ର ପ୍ରତୀକ ସାଜିଥାନ୍ତି । ଏପରି ବ୍ୟକ୍ତି ଙ୍କ ପାଖରେ ସମସ୍ତ ପ୍ରକାର ଦକ୍ଷତା ରହିଥାଏ । ଏହି ବ୍ୟକ୍ତି ମାନେ କେବେବି ସହଜରେ କୌଣସି ବ୍ୟକ୍ତି ଙ୍କ ସାମ୍ନା ରେ ନିଜ ମନ ଭିତରେ ରେ ଥିବା ଭାବନା କୁ ପ୍ରକାଶ କରି ପାରନ୍ତି ନାହିଁ ।

୨. ବନ୍ଧୁଗଣ ଦ୍ବିତୀୟତଃ, ଯେଉଁ ବ୍ୟକ୍ତି ଙ୍କ ନାକ ର ଆକାର ଉପରି ଭାଗ ଏବଂ ତଳ ଭାଗ ସମାନ ଥାଏ ଏବଂ ମଧ୍ୟ ଭାଗ ଅଳ୍ପ ଉଠିଥାଏ ସେହି ବ୍ୟକ୍ତି ମାନେ କେବେବି ଧର୍ଯ୍ୟ ର ସହିତ ରୁହନ୍ତି ନାହିଁ ଏବଂ ସର୍ଵଦା ସମସ୍ତ କାର୍ଯ୍ୟ ଶୀଘ୍ରତା ରେ କରିଥାନ୍ତି । କିନ୍ତୁ ଏହି ବ୍ୟକ୍ତି ମାନଙ୍କ ଖାସ ଗୁଣ ହେଉଛି ଏମାନଙ୍କ ମଧ୍ୟରେ ନେତୃତ୍ୱ କରିବାର ଅପାର କ୍ଷମତା ରହିଥାଏ ଯାହା ଅନ୍ୟ ମାନେ ଏମାନଙ୍କ ଠାରୁ ଶିଖିବାକୁ ପସନ୍ଦ କରିଥାନ୍ତି । ଏହା ସହିତ ଏମାନେ ଜଣେ ଭଲ ପ୍ରବନ୍ଧକ ମଧ୍ୟ ଅଟନ୍ତି । ଏପରି ବ୍ୟକ୍ତି ଅତ୍ୟନ୍ତ ରାଗୀ ସ୍ୱଭାବ ର ହୋଇଥାନ୍ତି ।


୩. ବନ୍ଧୁଗଣ ତୃତୀୟତଃ, ଯେଉଁ ବ୍ୟକ୍ତି ଙ୍କ ନାକର ଆକାର ମଧ୍ୟ ଭାଗରେ ଭିତର ଆଡ଼କୁ ଏବଂ ଉପରି ଭାଗ ଆଡ଼କୁ ମୋଡ଼ି ହୋଇ ରହିଥାଏ ସେହି ବ୍ୟକ୍ତି ମାନେ ସର୍ଵଦା ନିଜ ମନରେ ଏକ ସକାରାତ୍ମକ ଭାବନା ରଖିଥାନ୍ତି ଏବଂ ଏହି ବ୍ୟକ୍ତି ମାନେ ଅତ୍ୟନ୍ତ ସଂବେଦନଶୀଳ ଏବଂ କୋମଳ ତଥା ଉଦାରବାଦୀ ବ୍ୟକ୍ତିତ୍ବ ଅଟନ୍ତି । ଏପରି ବ୍ୟକ୍ତି ମାନେ କେବେବି ଅନ୍ୟ ର ଦୁଃଖ କୁ ଦେଖି ପାରନ୍ତି ନାହିଁ ।

୪. ବନ୍ଧୁଗଣ ଚତୁର୍ଥତଃ, ଯେଉଁ ବ୍ୟକ୍ତି ଙ୍କ ନାକ ର ଆକାର ପୂର୍ଣ୍ଣ ସମାନ ହୋଇଥାଏ ସେହି ବ୍ୟକ୍ତି ମାନେ ରାଗୀ ଗଲେ ବହୁତ ଖରାପ ହୋଇଯାନ୍ତି । ତେଣୁ ଏମାନଙ୍କ ସମ୍ବନ୍ଧରେ କୌଣସି ଅନ୍ୟ ବ୍ୟକ୍ତି ଭାବିଚିନ୍ତି କୁହନ୍ତି । କିନ୍ତୁ ଏମାନଙ୍କ ଏକ ଭଲ ଗୁଣ ଏହା ଯେ ଏମାନେ ସର୍ଵଦା ଅନ୍ୟର ସାହାଯ୍ୟ କରନ୍ତି ।

୫. ଯେଉଁ ବ୍ୟକ୍ତି ମାନଙ୍କ ନାକର ଆକାର ଚଉଡ଼ା ହୋଇଥାଏ ସେହି ବ୍ୟକ୍ତି ମାନେ ଅତ୍ୟନ୍ତ ଜିଜ୍ଞାସୁ ସ୍ୱଭାବ ର ହୋଇଥାନ୍ତି । ଏମାନେ ଦୁନିଆର ସମସ୍ତ ଜ୍ଞାନ ର ଅଧିକାରୀ ହେବାକୁ ଚାହିଁଥାନ୍ତି । ଏହା ସହିତ ଏହି ବ୍ୟକ୍ତି ମାନେ ନିଜ ଜୀବନର ସମସ୍ତ ସମସ୍ୟା କୁ ଅତି ସହଜରେ ସମାଧାନ କରିଥାନ୍ତି । ଏହି ବ୍ୟକ୍ତି ମାନେ ଅତ୍ୟନ୍ତ ଆକର୍ଷଣୀୟ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *