ରାଶି ନଥିଲେ କ’ଣ କରିବେ ? ନିଜ ନାମର ପ୍ରଥମ ଅକ୍ଷରରୁ ନିଜ ରାଶି ବିଷୟରେ ଜାଣନ୍ତୁ । Astrology

ବନ୍ଧୁଗଣ ଅନେକ ଲୋକଙ୍କର ନିଜର ଜନ୍ମକୁଣ୍ଡଳୀ କି ରାଶି ଏ ସବୁ ନଥାଏ । ତେଣୁ ସେମାନେ ପ୍ରାୟତଃ ନାମ ରାଶି ଉପରେ ଭରଷା କରିଥାନ୍ତି । କୌଣସି କାରଣ ବଶତଃ ଯଦି ବ୍ୟକ୍ତିର ଜନ୍ମ ତାରିଖ ଆଦି କିଛି ଟିପଣୀ ନଥାଏ । ତେବେ ସେମାନଙ୍କର ଜାତକ ବାହାରି ପାରିନଥାଏ । ହେଲେ ସେମାନେ ଯଦି ଚାହିଁବେ ତେବେ ନିଜ ନାମରୁ ନିଜର ରାଶି କଣ ଜାଣିପାରିବେ । ତେବେ ନାମରୁ ସହଜରେ କେମିତି ରାଶି ବିଷୟରେ ଜାଣିପାରିବା ଚାଲନ୍ତୁ ସେ ସମ୍ପର୍କରେ ଏଠାରେ ଜାଣିବା ।

1- ଚୁ, ଚେ, ଚୋ, ଲ, ଲି, ଲୁ, ଲୋ, ଅ ଏହିଭଳି ଯଦି ନାମର ପ୍ରଥମ ଅକ୍ଷର ରହିଥାଏ । ତେବେ ସେହି ବ୍ୟକ୍ତିର ରାଶି ମେଷ ରାଶି ହୋଇଥାଏ ।

2- ଇ, ଊ, ଏ, ଓ, ବା, ବି, ବୁବେ, ବୋ ଯଦି ଏହିଭଳି ନାମର ପ୍ରଥମ ଅକ୍ଷର ରହିଥାଏ । ତେବେ ବ୍ୟକ୍ତିର ବୃଷ ରାଶି ହୋଇଥାଏ ।

3- କ, କି, କୁ, ଘ, ଉଁ, ଛ, କେ, କୋ, ହ ଯଦି ଏହିଭଳି ନାମର ପ୍ରଥମ ଅକ୍ଷର ରହିଥାଏ । ତେବେ ବ୍ୟକ୍ତିର ମିଥୁନ ରାଶି ହୋଇଥାଏ ।

4- ହି, ହୁ, ହେ, ହୋ, ଡ, ଡି, ଡୂ, ଡେ, ଡୋ ଏହିଭଳି ନାମର ପ୍ରଥମ ଅକ୍ଷର ଥିଲେ ସେହି ଲୋକର କର୍କଟ ରାଶି ହୋଇଥାଏ ।

5- ମା, ମି, ମୁ, ମେ, ମୋ, ଟା, ଟି, ଟ, ଟେ ଏହିଭଳି ନାମର ପ୍ରଥମ ଅକ୍ଷର ଥିଲେ। ସେହି ବ୍ୟକ୍ତିର ସିଂହ ରାଶି ହୋଇଥାଏ ।

6- ଟୋ, ପା, ପି, ପପୁ, ପ, ଣ, ଠ, ପେ, ପୋ, ଏହିଭଳି ନାମର ପ୍ରଥମ ଅକ୍ଷର ରହିଥିଲେ । ସେହି ବ୍ୟକ୍ତିର କନ୍ୟା ରାଶି ହୋଇଥାଏ ।

7- ରା, ରି, ରୁ, ରେ, ରୋ, ତା, ତି, ତୁ, ତେ ଏହିଭଳି ନାମର ପ୍ରଥମ ଅକ୍ଷର ଥିଲେ । ସେହି ବ୍ୟକ୍ତିର ତୁଳା ରାଶି ହୋଇଥାଏ ।

8- ତୋ, ନ, ନି, ନୁ, ନେ, ନୋ, ଯ, ଯି, ଯୁ, ଏହିଭଳି ନାମର ପ୍ରଥମ ଅକ୍ଷର ଥିଲେ । ସେହି ବ୍ୟକ୍ତିର ବିଛା ରାଶି ହୋଇଥାଏ ।

9- ଯେ, ଯୋ, ଭ, ଭି, ଭୁ, ଧ, ଫ, ଢ, ଭେ ଏହିଭଳି ନାମର ପ୍ରଥମ ଅକ୍ଷର ଥିଲେ । ସେହି ବ୍ୟକ୍ତିର ଧନୁ ରାଶି ହୋଇଥାଏ ।

10- ଭୋ, ଜ, ଜି, ଖି, ଖୁ, ଖେ, ଖୋ, ଗା, ଗି ଏହିଭଳି ନାମର ପ୍ରଥମ ଅକ୍ଷର ଥିଲେ । ସେହି ବ୍ୟକ୍ତିର ମକର ରାଶି ହୋଇଥାଏ ।

11- ଗୁ, ଗେ, ଗୋ, ଶ, ଶୀ, ଶୁ, ସେ, ସୋ, ଦ ଏହିଭଳି ନାମର ପ୍ରଥମ ଅକ୍ଷର ଥିଲେ । ସେହି ବ୍ୟକ୍ତିର କୁମ୍ଭ ରାଶି ହୋଇଥାଏ ।

12- ଦି, ଦୁ, ଥ, ଝ, ଜ୍ଞ ଦେ, ଦୋ, ଚ, ଚି ଏହିଭଳି ନାମର ପ୍ରଥମ ଅକ୍ଷର ଥିଲେ । ସେହି ବ୍ୟକ୍ତିର ମୀନ ରାଶି ହୋଇଥାଏ ।

 

ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଗୋଟେ ଲାଇକ୍ ଓ ଅନ୍ୟ ମାନଙ୍କ ସହ ଶେୟାର କରିବାକୁ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *