ଚାଷୀଙ୍କ ଏମିତି ଅବସ୍ଥା ଦେଖି ଆପଣଙ୍କ ଆଖିରେ ଆସିଯିବ ଲୁହ, ନେତା ପ୍ରଶାସକ ଶୁଣିଲେନି ବୋଲି ନିଜ ପାଇଆନ ବନ୍ଧ ବାନ୍ଧିଲେ ଚାଷୀ…… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଭୋଟ ନେଲେ କିନ୍ତୁ ଶୁଣିଲେଣି ନେତା । ପ୍ରଶାସନ ମଧ୍ୟ ଗାଁ ଲୋକଙ୍କ କଥା ଶୁଣିଲା ନାହି । ତେଣୁ ଗାଁ ଲୋକେ ମିଶି ନିଜ କାମ ନିଜେ ଆରମ୍ଭ କରିଲେ । ହାତକୁ ହାତ ଚଳାଇ ଆସିଛୁ ମାଟି ଓ ଚାଲିଛି ବନ୍ଧ କାମ । ଏ ଦୃଶ୍ୟ ହେଉଛି ଭଦ୍ରକ ଜିଲ୍ଲା ତିହିଡିର ତଳିଆ ଅଞ୍ଚଳ ଭାବେ ଜଣାଶୁଣା ଗୋବିନ୍ଦପୁରର । ବୈତରଣୀ ଶାଖା ନଦୀ ଗେଙ୍ଗୁଟିରେ ପ୍ରତିବର୍ଷ ଆସୁଥିବା ବନ୍ୟା ପାଇଁ ପରିସ୍ଥିତି ଅସମ୍ବାଳ ହୋଇ ପଡୁଛି । ଏମିତିକି ପୂର୍ଣ୍ଣିମା ଓ ଅମାବାସ୍ୟା ଆସିଲେ ହଜାର ହଜାର ଏକରର ଧାନ ଜମି ନଷ୍ଟ କରିଦିଏ ବନ୍ୟା ପାଣି ।

ଶେଷରେ ମଧୁପୂର ଓ ତଳ ଅଞ୍ଚଳର ହଜାର ହଜାର ଚାଷୀ ମିଳିମିଶି ଏହି ସମସ୍ୟାର ସମାଧାନ କରିଛନ୍ତି । ଦୀର୍ଘ ୫ ଦିନ ଧରି ଅକ୍ଲାନ୍ତ ପରିଶ୍ରମ କରି ତିଆରି କରିଛନ୍ତି ଏହି ବନ୍ଧ । ପ୍ରତିବର୍ଷ ଚାଷୀ ମାନେ ପାଚିଲା ଧାନର କ୍ଷତି ସହି ଆସୁଥିଲେ । ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ଆଗରେ ଗୁହାରି କରୁଥିଲେ ମଧ୍ୟ କିଛି ହେଲା ନାହି । ଶେଷରେ ଗାଁ ଲୋକ ଏମାନେ ଏକତ୍ର ହୋଇ ଦୁଇଟି ମାଟି ଉଠାଉଥିବା ମେସିନ ସାହାଜ୍ଯରେ ମାଟି ଉତହାଇ ବନ୍ଧା ବାନ୍ଧିବାରେ ସଫଳ ହୋଇଛନ୍ତି ।

ଦିନ ରାତି ଏକ କରି ଗାଁର ପ୍ରତେକ ଘରୁ ଜଣେ ଲେଖାଏଁ ବ୍ୟକ୍ତି ଆସି ବନ୍ଧ ବାନ୍ଧିବାକୁ ଲାଗିଲେ । ଧାନ ଅମଳ ହେବା ପୂର୍ବରୁ ଓ ବର୍ଷା ଆସିବା ପୂର୍ବରୁ ବନ୍ଧକୁ ଭାଙ୍ଗି ଦିଆଯିବ । ଫଳରେ ଜୁଆର ପାଣିରେ ଲୋକ ମାନେ ଚାଷ କାମ କରି ପାରିବେ । କିନ୍ତୁ ପ୍ରତି ବର୍ଷ ବନ୍ଧା ଭ୍ନାଗିବା ଓ ତିଆରି କରିବା ଚାଷୀ ମାନଙ୍କ ପାଇଁ ଚିନ୍ତାର ବିଷୟ ହୋଇ ପଡିଛି । କିନ୍ତୁ ଯଦି ସୁଇଲ୍ସ ଗେଟ ସହ ମଧୁପୁରରୁ କୁଡୋଯୋଡି ଓ ହଂସପାଟ ମଧ୍ୟରେ ରେବ ନଦୀରେ ଏକ ଆଦି ବନ୍ଧନର ବ୍ୟବସ୍ଥା କରାଯାଇ ପାରନ୍ତା ତେବେ ସ୍ଥାୟୀ ସମାଧାନ ହୋଇ ପାରନ୍ତା ବୋଲି ଚାଷୀ ମାନେ ଦାବି କରିଛନ୍ତି ।

ଚାଷୀ ଏମନେ କହିଛନ୍ତି ଯେ ସେମାନନେ ନିଜ ହାତରୁ ୧୦୦୦ ଟଙ୍କା ଲେଖାଏଁ ଆଦାଯ କରି ଏହି ବନ୍ଧା ତିଆରି କରିଛନ୍ତି । ସେମାନଙ୍କୁ ପ୍ରତି ବର୍ଷ ଅନେକ ସମସ୍ୟାର ସମୁଖିନ୍ନ କରିବାକୁ ପଡୁଛି । ପ୍ରଶାସନ ଆଗରେ ନିବେଦନ କରା ଯାଇଥିଲେ ମଧ୍ୟ କୌଣସି ଫଳ ମିଳୁ ନାହି । ବର୍ତ୍ତମାନ ଗାଁ ଲୋକଙ୍କ ମିଟିତ ପରିଶ୍ରମ ଯୋଗୁ ହଜାର ହଜାର ହେକ୍ଟର ଜମି ରକ୍ଷା ପାଇ ପାରିଛି । ଗାଁ ଲୋକେ ମତଦାନ କରିଛନ୍ତି ଯେ ମିଡିଆ ଠାରୁ ଆରମ୍ଭ କରି ରାଜନୀତିର ନେତା ମାନେ ଆସି ପ୍ରତିଶ୍ରୁତି ଦେଉଛନ୍ତି କିନ୍ତୁ କିଛି ଲାଭ ନାହି ।

ସେମାନେ ନିଜ ଭାଗ୍ୟକୁ ଆଦରି ରହିଛନ୍ତି ବୋଲି ଗଣ ଲୋକେ ମତ ଦେଇଛନ୍ତି । ଅନେକ ସମୟରେ ଲୁଣା ପାଣି ମାଡି ଯାଉଥିବାରୁ ବନ୍ଧା ହୋଇ ଥିବାରୁ ଧାନ ଜମି ରକ୍ଷା ପାଇ ପାରୁଛି । ତେବେ ଏହିପରି ଭାବେ ଗାଁ ଲୋକେ ମିଶି ବନ୍ଧା ତିଆରି କରିଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ଚାଷୀ ମାନଙ୍କର ଏହି କାମକୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *