ନିଜର କିଏ ? ଥରେ ନିଶ୍ଚୟ ଦେଖନ୍ତୁ ଆପଣଙ୍କ ଜୀବନ ବଦଳିଯିବ- Krishna Vani

ଆଜି ଆମେ ଆପଣଙ୍କୁ ଏମିତି ଗୋଟେ କାହାଣୀ କହିବାକୁ ଯାଉଛୁ ଯାହା ଶୁଣିବା ପରେ ଆପଣ ଜାଣି ପାରିବେ ଯେ ଦୁନିଆରେ ଆପଣଙ୍କର କିଏ ନିଜର ଓ କିଏ ପର । ଗୋଟେ ଗାଁରେ ଜଣେ ଜମିଦାର ରହୁଥିଲେ ତାଙ୍କର ୪ଟି ସ୍ତ୍ରୀ ଥିଲେ ଜମିଦାର ୪ଟି ସ୍ତ୍ରୀଙ୍କୁ ବିବାହ କରିଥିଲେ । ଏହି ସ୍ତ୍ରୀ ମାନଙ୍କ ମଧ୍ୟରୁ ଜମିଦାର ସବା ସାନ ସ୍ତ୍ରୀକୁ ନିଜ ଠାରୁ ବି ଅଧିକ ଭଲ ପାଉଥିଲେ ଓ ସବା ବଡକୁ ଦେଖିବାକୁ ମଧ୍ୟ ତାଙ୍କ ପାଖରେ ସମୟ ନଥିଲା । ତେବେ ଜମିଦାର ନିଜ ସ୍ତ୍ରୀ ମାନଙ୍କ ସହ ବହୁତ ସୁଖ ଜୀବନ ବ୍ଯତୀତ କରୁଥିଲେ ଓ ନିଜ ଜୀବନରେ ତାଙ୍କୁ କିଛି ଦୁଃଖ ନଥିଲା ।

ହଟାତ ଦିନେ ଜମିଦାର ସ୍ୱାସ୍ଥ୍ୟ ଖରାପ ହେଲା ଓ ଜମିଦାର ବିଛଣାରେ ପଡି ଗଲେ ଏହା ପରେ ଚିକିତ୍ସା ଦ୍ଵାରା ବଇଦରାଜ କହିଲେ ଜମିଦାର ବାବୁ ଆପଣଙ୍କୁ କର୍କଟ ରୋଗ ହେଇଛି, ଯାହା ଶୁଣି ଜମିଦାର ବାବୁ ଦୁଃଖରେ ବୁଡି ଗଲେ ।

Image Courtesy: Google

କିଛି ମାସ ଚିକିତ୍ସା ପରେ ବଇଦରାଜ ଦେଖିବାକୁ ପାଇଲେ କିଛି ଉନ୍ନତି ହେଉ ନାହିଁ ତା ପରେ ସେ ଜମିଦାର ବାବୁଙ୍କୁ କହିଲେ ଆପଣଙ୍କ ପାଖରେ ବହୁତ କମ ସମୟ ଅଛି ଆପଣ ଆଉ ଅଧିକ ଦିନ ବଞ୍ଚିବେ ନାହିଁ ଏହି କଥା ଶୁଣି ଜମିଦାର ବହୁତ ଦୁଃଖିତ ହେଲେ । ଏହା ପରେ ସେ ନିଜ ସବା ସାନ ସ୍ତ୍ରୀ ପାଖକୁ ଗଲେ ଓ କହିଲେ ଜାଣିଛ ମତେ କର୍କଟ ରୋଗ ହେଇଛି ମୁଁ ରାତି ପାହିଲେ ମୃତ୍ୟୁ ବରଣ କରିବି ତମେ ମୋ ସାଥ ଦବଟି । ସାନ ସ୍ତ୍ରୀ ଜଣକ କହିଲେ ମୁଁ କାଇଁ ତମ ସହ ଜୀବି ମୁଁ ତମ ଯିବା ଆଗରୁ ଆଉ କାହା ସହ ପଳେଇବି ।

Image Courtesy: Google

ଏହି କଥା ଶୁଣି ଜମିଦାର ମନକୁ ବହୁତ କଷ୍ଟ ହେଲା ଓ ସେ କହିଲେ ଯାହାକୁ ମୁଁ ସବୁଠାରୁ ଅଧିକ ଭଲ ପାଇଲି ସେ କହୁଛି ମୋ ଯିବା ଆଗରୁ ମତେ ଛାଡି ଆଉ କାହା ପାଖକୁ ପଳେଇବ । ଏହା ପରେ ଜମିଦାର ତୃତୀୟ ସ୍ତ୍ରୀ ପାଖକୁ ଗଲେ ଓ ସେହି କଥା କହିଲେ ଓ ପଚାରିଲେ ତମେ ମୋ ସାଥ ଦବ ଟି ତୃତୀୟ ସ୍ତ୍ରୀ କହିଲେ ମୁଁ ତମ ସାଥ କେବଳ ଘର ଦାଣ୍ଡ ପର୍ଯ୍ୟନ୍ତ ଦେଇ ପାରିବି ତା ଆଗକୁ ନୁହ । ଏହି ଉତ୍ତର ଶୁଣି ଜମିଦାର ବହୁତ ଦୁଃଖ ପ୍ରକାଶ କରି କହିଲେ ଏତେ ଭଲ ପାଇବାର ଏହା ଫଳ ।

Image Courtesy: Google

ଏହା ପରେ ଜମିଦାର ଦ୍ଵିତୀୟ ସ୍ତ୍ରୀ ପାଖକୁ ଗଲେ ଓ ସେହି ସମାନ କଥା କହିଲେ ଏହି କଥା ଶୁଣି ଦ୍ଵିତୀୟ ସ୍ତ୍ରୀ କହିଲେ ମୁଁ ତମକୁ ମସାଣି ପର୍ଯ୍ୟନ୍ତ ସାଥ ଦେଇ ପାରିବି ତା ଆଗକୁ ନୁହ । ଏହି ଉତ୍ତର ଶୁଣି ଜମିଦାର ଫେରି ଆସିଲେ । ଏହା ପରେ ସେ ସବା ବଡ ସ୍ତ୍ରୀ ପାଖକୁ ଗଲେ ଯାହାକୁ ସେ କେବେ ଧ୍ୟାନ ଦେଇନଥିଲେ ଓ ତାଙ୍କୁ ଯାଇ କହିଲେ ମୁଁ କାଲୀ ସକାଳେ ଚାଲିଯିବି ତମେ ମୋ ସାଥ ଦବ । ବଡ ସ୍ତ୍ରୀ କହିଲେ ମୁଁ ତମ ସହ କାଲୀ ବି ଥିଲି ଆଜିବି ଅଛି ଓ ତମ ସହ ଚାଲିଯିବି  କେବଳ ତମେ ମୋ ଉପରେ କେବେ ଧ୍ୟାନ ଦେଲ ନାହିଁ କିନ୍ତୁ ମୁଁ ସବୁବେଳେ ତୁମର ।

Image Courtesy: Google

ତେବେ କଣ ଆପଣ ଜାଣିଛନ୍ତି ସେହି ଜମିଦାର ଜଣକ କିଏ ସେ ହେଉଛୁ ଆମେ ଆମର ୪ଟି ସ୍ତ୍ରୀ ଅଛନ୍ତି ସବା ସାନ ସ୍ତ୍ରୀ ଧନ ଅଟେ ଯାହା ଆମ ଯିବା ଆଗରୁ ଆମକୁ ଛାଡି ଚାଲି ଯାଇଥାଏ, ଏହା ପରେ ତୃତୀୟ ସ୍ତ୍ରୀ ହେଉଛି ଆମ ଧର୍ମପତ୍ନୀ ଯାହାକୁ ଆମେ ବିବାହ କରିଥାଉ ସେ କେବଳ ଘର ଦାଣ୍ଡ ପର୍ଯ୍ୟନ୍ତ ଆସିଥାନ୍ତି ଏହା ପରେ ଦ୍ଵିତୀୟ ସ୍ତ୍ରୀ ଯିଏ ମସାଣି ପର୍ଯ୍ୟନ୍ତ ଯାଇଥାନ୍ତି ସେ ହେଉଛନ୍ତି ଆମ ସମ୍ପର୍କୀୟ ଓ ପରିବାର ଲୋକ ଓ ଯେଉଁ ସ୍ତ୍ରୀ ଧ୍ୟାନ ଆମ କେବେ ରଖୁ ନା ସବା ବଡ ସ୍ତ୍ରୀ ସେ ହେଉଛନ୍ତି ପରମାତ୍ମା ଯିଏ କେବେ ଆମ ଠାରୁ କିଛି ଇଛା କରନ୍ତି ନାହିଁ କିନ୍ତୁ ଆମ ପାଇଁ ସବୁବେଳେ ଉପସ୍ଥିତ ରହିଥାନ୍ତି ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *