ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଆଜି ହେଉଛି ବର୍ଷ ୨୦୨୧ ର ଶେଷ ଦିନ । ଆରମ୍ଭ ହେବାକୁ ଯାଉଛି ନୂତନ ବର୍ଷ ୨୦୨୨ । ତେବେ ବର୍ଷ ଆରମ୍ଭରୁ ଗ୍ରାହକ ମାନଙ୍କୁ ଲାଗିପାରେ ମହଙ୍ଗା ମାଡ । ଏଭଳି ସ୍ଥିତି ରେ ୨୦୨୨ ଜାନୁଆରୀ ପହିଲାରୁ ଦେଶରେ ଅନେକ ପରିବର୍ତ୍ତନ ବା ନୂତନ ନିୟମ ଲାଗୁ ହେବାକୁ ଯାଉଛି । ବିଶେଷ କରି ସାଧାରଣ ଗ୍ରାହକ ଙ୍କ ଉପରେ ଏହାର ପ୍ରଭାବ ପଡିବ ।
ନୂତନ ବର୍ଷର ପ୍ରଥମ ତାରିଖରେ ରୋଷେଇରେ ବ୍ୟବହାର କରା ଯାଉଥିବା ଏଲପିଜି ସିଲିଣ୍ଡର ଉପରେ ଏକ ବଡ ନିଷ୍ପତିୟ ନିଆଯିବ ବୋଲି ସୂଚନା ରହିଛି । ଏଲପିଜି ସିଲିଣ୍ଡର ର ମୂଲ୍ୟ ବୃଦ୍ଧି ହେବାର ଆଶଙ୍କା ରହିଛି । ସୂଚନା ଯୋଗ୍ୟ କି ପ୍ରତି ମାସର ଆରମ୍ଭରେ ଏଲପିଜି ସିଲିଣ୍ଡର ଉପରେ ସମୀକ୍ଷା କରା ଯାଇଥାଏ । ଏଭଳି ସ୍ଥିତି ରେ ଏଲପିଜି ସିଲିଣ୍ଡର ର ମୂଲ୍ୟ ଅଧିକ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।
କାରଣ ଆନ୍ତର୍ଜାତୀୟ ବଜାର ରେ ତୈଳ ଦର ସାମାନ୍ୟ ବୃଦ୍ଧି ପାଇଛି । ନୂଆ ବର୍ଷର ପ୍ରଥମ ତାରିଖ ଜାନୁଆରୀ ୧ ତାରିଖ ସମସ୍ତଙ୍କ ବିଶେଷ ରହିବ । ନୂଆ ବର୍ଷରେ ରୋଷେଇ ଘର ଠାରୁ ଆରମ୍ଭ କରି ପକେଟ ବଜେଟ ଯାଏଁ ଅବସ୍ଥା ଖରାପ ହୋଇପାରେ ।
ଏହି ପରିବର୍ତ୍ତନ ସାଧାରଣ ଖାଉଟି ଙ୍କୁ ବିଶେଷ ଭାବେ ପ୍ରଭାବିତ କରିବ । ସୂଚନା ଅନୁସାରେ ଏଲପିଜି ସିଲିଣ୍ଡର ଉପରେ ୨୬୬ ଟଙ୍କା ବୃଦ୍ଧି କରା ଯାଇଥିଲା । ଯଦିଓ ଏହା କେବଳ ବ୍ଯବସାୟିକ ସିଲିଣ୍ଡର ଉପରେ ଲାଗୁ ହୋଇଥିଲା ।
ଘରୋଇ ଏଲପିଯି ସିଲିଣ୍ଡର ର ମୂଲ୍ୟ ରେ କୌଣସି ପରିବର୍ତ୍ତନ ହୋଇ ନାହି । ଏମିତି କି ଦୀପାବଳି ପୂର୍ବରୁ ଏଲପିଯି ସିଲିଣ୍ଡର ର ମୂଲ୍ୟ ବୃଦ୍ଧି କରାଯାଇ ଥିଲା । ଦିଲ୍ଲୀ ରେ କାରସିୟାଲ ସିଲିଣ୍ଡର ର ମୂଲ୍ୟ ୨୦୦୦ ଟଙ୍କା ରୁ ଅଧିକ ରହିଛି । ଏହା ପୂର୍ବରୁ ସିଲିଣ୍ଡର ର ମୂଲ୍ୟ ୧୭୩୩ ଟଙ୍କା ରହିଥିଲା ।
ଏହା ସହ ମୁମ୍ବାଇ ରେ ୧୬୮୩ ଟଙ୍କାରେ ମିଳିଥୁବା ୧୯ କିଲୋଗ୍ରାମ ସିଲିଣ୍ଡର ର ମୂଲ୍ୟ ବର୍ତ୍ତମାନ ୧୯୫୦ ଟଙ୍କାରେ ମିଳୁଛି । ତେବେ ଏଲପିଜି ସିଲିଣ୍ଡର ଉପରେ କେଉଁ ବଡ ନିସ୍ପତି ନିଆ ଯାଇଛି ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହି । ତେବେ ପୁଣି ଥରେ ଯଦି ଏଲପିଜି ସିଲିଣ୍ଡର ଦର ବୃଦ୍ଧି କରାଯାଏ ତେବେ ଗ୍ରାହକ ମାନଙ୍କ ଉପରେ ଅଧିକ ପ୍ରଭାବ ପଡିବ ।
ବନ୍ଧୁଗଣ ଆପଣ ମାନଙ୍କର ଏଲପିଜି ସିଲିଣ୍ଡର ର ମୂଲ୍ୟ ବୃଦ୍ଧି ହେବାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।