Anubhab ଓ Barsha ଙ୍କ ଛାଡ଼ପତ୍ରକୁ ନେଇ କିଛି ମେଇତି କହିଲେ Prakruti… ଦେଖନ୍ତୁ Video

ବନ୍ଧୁଗଣ ଗତ କିଛି ସମୟ ହେବ ଓଡିଆ ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଲାଗି ରହିଛି । ଉଭୟଙ୍କ ପାରିବାରିକ ବିବାଦ ଏ ଯାଏଁ କଟକ କୋର୍ଟରେ ବିଚାରଧିନ ଅବସ୍ଥାରେ ଚାଲିଛି । ଉଭୟ ପରସ୍ପର ଠାରୁ ଏବେ ଅଲଗା ରହୁଛନ୍ତି । ଆଜି କାଲି ନୁହେଁ ଦୀର୍ଘ ଅନେକ ସମୟ ହେବ ଉଭୟଙ୍କ ପାରିବାରିକ ବିବାଦର କୌଣସି ସମାଧାନ ହୋଇପାରୁ ନାହିଁ  ।

ଦୁହିଙ୍କ ମଧ୍ୟରେ ତିକ୍ତତା ଏତେ ବଢି ଯାଇଛି କି ଦୁହେଁ ପରସ୍ପର ଠାରୁ ଅଲଗା ରହି ପରସ୍ପର ବିରୁଦ୍ଧରେ ହୋଇ ଯାଇଛନ୍ତି । ଯାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ଉଭୟ ଦମ୍ପତି ଙ୍କ ପାରିବାରିକ ବିବାଦକୁ ନେଇ ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ର ନିଜର ବଡ ବୟାନ ଗଣମାଧ୍ୟମରେ ଦେଇଛନ୍ତି । ସୋସିଆଲ ମିଡିଆରେ ପ୍ରକୃତିଙ୍କ ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ।

ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ପ୍ରକୃତି ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ମୋର ଗୋଟେ ଅଲଗା ମନ୍ତବ୍ୟ ଏହି ମାମଲାରେ ଯେତେବେଳେ ଦୁଇଟି ଲୋକ ଏକା ସହ ନିଷ୍ପତ୍ତି ନେଇ ବାହା ହୁଅନ୍ତି ଆଉ ପରେ ଯେବେ କିଛି ଠିକ ହୁଏ ନାହି ସେତେବେଳେ ବାଡା ବାଡି ହେଇକି ଛିଲା ଛାପଟା ହେଇକି ରହିବା ଠାରୁ ଭଲ ନିଜ ସେଲ୍ଫ ରେସପେକ୍ଟକୁ ଦେଖି ଅଲଗା ହେଇଯିବା ଦରକାର ।

ଯଦି ଦୁଇ ଟା ଲୋକ କୁ ନେଇ ପରିବାର ହୁଏ ଯଦି ସେମାନଙ୍କ ଭିତରୁ ଜଣେ ବି ଖୁସିରେ ନାହି ତା ହେଲେ ସେଇଟା ବହୁତ ଟକସିକ ହେଇଯାଏ ଆଉ ସେ ରିଲେସନସିପ ଟା ତଣ୍ଟିରେ ଦଉଡି ଭଳି ଲାଗେ । ଆଉ ଯେଉଁଥି ପାଇଁ ଅନୁଭବ ଭାଇ ତାଙ୍କ ଲାଇଫରେ ଏକ ଷ୍ଟଣ୍ଡ ନେଇଛନ୍ତି । ତାଙ୍କର ଏଇଟା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ତାଙ୍କୁ କାହା ସହ ରହିବାର ଅଛି ଆଉ କାହା ସହ ରହିବାର ନାହିଁ ସେ ନିଷ୍ପତ୍ତି ନେବେ । ଏଥିରେ କେହି କିଛି କହିବା ଉଚିତ ନୁହେଁ ।

ଯଦି ମୋତେ କହିବେ ତା ହେଲେ ମୁଁ ସେଲ୍ଫ ରେସପେକ୍ଟକୁ ସବୁବେଳେ ଉପରେ ରଖିବି । ଯଦି ମତେ କିଏ ହାର୍ଟ କରୁଛି ଆଉ ମୁଁ ସେ ଜିନିଷରେ ଓକେ ନାହିଁ ମୁଁ ତ ପର୍ଶନାଲି ସେ ଜାଗାରେ କେବେ ରହିପାରିବି ନାହିଁ’ ।

ତେବେ ଏହି ଭଳି ଅଭିନେତ୍ରୀ ପ୍ରକୃତି ଅନୁଭବ ଓ ବର୍ଷା ଙ୍କ ପାରିବାରିକ ବିବାଦକୁ ନେଇ ମନ୍ତବ୍ୟ ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *