ଓଡିଶାର ସବୁଠାରୁ 5ଟି ଖତରନାକ ଡ୍ୟାମ, ଦେଖନ୍ତୁ Video

ଡ୍ୟାମ ହେଉଛି କୌଣସି ନଦୀ ବା ନାଳରୁ ବହି ଯାଉଥିବା ଅକାତ ପାଣି ଅଟକାଇ ସେହି ପାଣିରୁ ବିଜୁଳି ଓ ଖରା ଦିନେ ଜଳସେଚନ କରିବା ପାଇଁ ଡ୍ୟାମ ତିଆରି କରାଯାଏ । ଅନେକ ସମୟରେ ବନ୍ୟା କାରଣରୁ ଡ୍ୟାମରେ ପାଣି ଅଧିକ ହେବ କାରଣନରୁ ଡ୍ୟାମ ଖତରନାକ ଲାଗିଥାଏ । ଡ୍ୟାମକୁ ଖତରନାକ ବାମ ମଧ୍ୟ କୁହାଯାଏ । ଆଜି ଆମେ ଆପଣଙ୍କୁ ଓଡିଶାର ୫ଟି ଭୟଙ୍କର ବା ଖତରନାକ ଡ୍ୟାମ କେଉଁଠି ଅଛି ସେହି ବିଷୟରେ କହିବାକୁ ଯାଉଛୁ ।

୧- ହୀରାକୁଦ ଡ୍ୟାମ, ସମ୍ବଲପୁର : ଓଡିଶାର ସମ୍ବଲପୁର ସହର ଠାରୁ ମାତ୍ର ୧୫ କିମି ଦୂରରେ ରହିଛି ହୀରାକୁଦ ଡ୍ୟାମ । ଏହା ଓଡିଶାର ବୃହତ୍ତମ ଡ୍ୟାମ ଅଟେ । ଏହି ଡ୍ୟାମର ଲମ୍ବା ୪.୮କିମି ଓ ଉଚ୍ଚତା ୨୦୦ ଫୁଟ । ଏହି ଡ୍ୟାମରେ ମୋଟ ୯୮ଟି ଗେଟ ଅଛନ୍ତି ସେଥିମଧ୍ୟରୁ ୬୪ଟି ସୁଇସ ଗେଟ ଓ ୩୪ଟି ଗ୍ରେଷ୍ଟ ଗେଟ ଅଛି । ଏହି ଡ୍ୟାମର ପାଣି ପ୍ରାୟର ୫୫କିମି ଦୂର ଯାଏଁ ରହିଛି । ଯେବେ ଅଧିକ ବର୍ଷା ହୋଇଥାଏ ଏହି ଡ୍ୟାମ ଖତରନାକ ଦେଖାଯାଇଥାଏ ।

୨- ରେଙ୍ଗାଳୀ ଡ୍ୟାମ, ଅନୁଗୁଳ : ଅନୁଗୁଳ ଜିଲ୍ଲାର ପାଖାପାଖି ୭୦କିମି ଦୂରରେ ରେଙ୍ଗାଳୀ ଗାଁ ପାଖରେ ରହିଛି ରେଙ୍ଗାଳୀ ଡ୍ୟାମ । ଓଡିଶାର ହୀରାକୁଦ ଡ୍ୟାମ ପରେ ଏହା ଦ୍ଵିତୀୟ ବୃହତ୍ତମ ଡ୍ୟାମ । ଏହି ଡ୍ୟାମ ମଧ୍ୟ ବହୁତ ଖତରନାକ । ଏହି ଡ୍ୟାମକୁ ୧୯୭୫ରେ ତିଆରି କରାଯାଇଥିଲା । ଏହି ଡ୍ୟାମର ଉଚ୍ଚତା ୭୦.୫ ମିଟର ଓ ଲମ୍ବା ୧୦୪୦ମିଟର । ଏହି ଡ୍ୟାମର ଆୟୁଷ ୧୦୦ ବର୍ଷ ହୋଇଥିଲା । ଏଥିରୁ ଭାବି ପାରୁଥିବେ ଏହା କେତେ ଖତରନାକ ।

୩- ଇନ୍ଦ୍ରାବତୀ ଡ୍ୟାମ, କଳାହାଣ୍ଡି : ଇନ୍ଦ୍ରାବତୀ ଦ୍ୟମାକୁ ଓଡିଶାର ପ୍ରାଣ କେନ୍ଦ୍ର ବୋଲି କୁହାଯାଏ । ଏହି ଡ୍ୟାମଟି ୨୦୦୧ ମସିହାରେ ତିଆରି କରାଯାଇଥିଲା । ଏହି ଡ୍ୟାମର ଉଚ୍ଚତା ୪୫ ମିଟର ଓ ଲମ୍ବ ୫୩୯ ମିଟର । ଏହି ଡ୍ୟାମରୁ ୬୦୦ ମେଗା ୱାଟର ବିଜୁଳି ବାହାରିଥାଏ । ଅଧିକ ବର୍ଷ ହେଲେ ଏହି ଡ୍ୟାମ ବହୁତ ଖତରାନାକ ଦେଖାଯାଏ ।

୪- ସାପୁଆ ଡ୍ୟାମ, ଢେଙ୍କାନାଳ : ଏହି ଡ୍ୟାମ ଟି ଦେଖିବାକୁ ସାପ ଭଳି ଅଙ୍କା ବଙ୍କା ଆଉ ସୁନ୍ଦର ମଧ୍ୟ ଦେଖାଯାଏ । ଏହି ଡ୍ୟାମର ପାଣିରୁ ଖରି ଫସଲ ୮୫୫ ହେକ୍ଟର ଏରିଆରେ ହୋଇଥାଏ । ଢେଙ୍କାନାଳର ହିନ୍ଦୋଳ ବ୍ଲକରେ ଏହି ଡ୍ୟାମ ରହିଛି । ଏହି ଡ୍ୟାମ ପାଖରେ ସୁନ୍ଦର ଜଙ୍ଗଲ ମଧ୍ୟ ଅଛି । ଏଠାକୁ ଲୋକେ ଗାଧୋଇବାକୁ ଆସିଥାନ୍ତି କିନ୍ତୁ ଅନେକ ଲୋକଙ୍କର ଜୀବନ ମଧ୍ୟ ଯାଇଛି । ତେବେ ଭାବନ୍ତୁ ଏହି ଡ୍ୟାମ କେତେ ଖତରନାକ ଅଟେ ।

୫- ମନ୍ଦିରା ଡ୍ୟାମ, ସୁନ୍ଦଗଡ : ଏହି ଡ୍ୟାମ ରାଉରକେଲାର ଏକ ପ୍ରସିଦ୍ଧ ଡ୍ୟାମ ଅଟେ । ଏହି ଡ୍ୟାମକୁ ଶଙ୍ଖ ନଦୀରୁ ନିର୍ମାଣ କରାଯାଇଛି । ଏହି ଡ୍ୟାମରୁ ପାଣି ରାଉରକେଲା ଷ୍ଟିଲ ପ୍ଳାଣ୍ଟକୁ ଯାଇଥାଏ । ଏହି ଡ୍ୟାମରୁ ୨୪୦୦ ପରିବାର ବିସ୍ଥାପିତ ହୋଇଥିଲେ । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *