ନମସ୍କାର ବନ୍ଧୁଗଣ । ଆମ ଦେଶରେ ବିଭିନ୍ନ ଜାଗାରେ ସୁନା ଖଣି ରହିଛି । କିଛି ସୁନା ଖଣିର ସନ୍ଧାନ ହୋଇ ସାରିଛି ତ ଆଉ କିଛି ସୁନା ଖଣିର ସନ୍ଧାନ ଜାରି ରହିଛି । ସୁନା ଖଣି ଜଙ୍ଗଲରୁ ମିଳୁଛି ସୁନାର ସଂଭାର । ଏହି ଘଟଣାଟି ହେଉଛି କେନ୍ଦୁଝର ଜିଲ୍ଲା ପାସୁପଳା ବ୍ଲକ ଜଳଦିଆ ଗାଁ ର ସୁନାଖଣି ଜଙ୍ଗଲ ରେ । ଏଠାରେ ଦୀର୍ଘ ୧୫ ଦିନ ପୂର୍ବରୁ ଆର୍କୋଲୋଜି ଡିପାର୍ଟମେଣ୍ଟ ଇଣ୍ଡିଆର ୫ ଜଣ ସଦସ୍ୟ ଆସି ସୁନାର ସନ୍ଧାନରେ ଲାଗି ପଡିଛନ୍ତି ।
ସେଠିକାର ଗାଁ ଲୋକ ମାନେ କହିଛନ୍ତି ତାଙ୍କ ଗାଁ ରେ ଏପରି ସୁନା ଖଣି ଥିବାର ଜାଣିବା ପରେ ସେମାନେ ବହୁତ ଗର୍ବ ମାନେ କରିବା ସହ ଖୁସି ମଧ୍ୟ ଅଛନ୍ତି । ଏହା ସହ ତାଙ୍କ ଗାଁ ର ଉନ୍ନତି ମଧ୍ୟ ହୋଇପାରେ ଯଦି ସୁନା ଅଧକ ବାହାରିବ । ଏଠାରେ ଯେଉଁ ଏମାନେ ସୁନାର ସନ୍ଧାନ କରିବାକୁ ଆସିଛନ୍ତି ସେମାନେ ଡ୍ରିଲ ମେସିନ ଜରିଆରେ ସୁନାର ସନ୍ଧାନ ଜାରି ରଖିଛନ୍ତି ।
ଯେଉଁ ଠାରେ ସୁନା ଭଳି ମୂଲ୍ୟବାନ ବସ୍ତୁ ଥିବାର ସନ୍ଧେ କରା ଯାଉଛି ସ୍ଥାରେ ଗୃଳ ମେସିନ ଜରିଆରେ ଏହାକୁ ଖୋଲା ଯାଉଛି । ଏହାର ନମୁନା ଲ୍ୟାବକୁ ଟେଷ୍ଟ କରିବା ପାଇଁ ମଧ୍ୟ ପଠା ଯାଇଛି । ସଂପୂର୍ଣ୍ଣ ଭାବେ ପରୀକ୍ଷା ସାରିବା ପରେ ଜଣା ପଡିବ ଏହି ଅଞ୍ଚଳ ରେ କେତେ ପରିମାଣରେ ସୁନା ଗଚ୍ଛିତ ରହିଛି । ସର୍ଭେ ପରେ ସଠିକ ରୂପରେ ଜଣା ପଡିବ ଯେ କେତେ ପରିମାଣର ସୁନା ଏଠାରେ ଗୁପ୍ତ ଭାବରେ ରହିଛି ।
ପୂର୍ବରୁ ଟେକ୍ନୋଲୋଜି ଏତେ ଆଗେଇ ନ ଥିଲା କିନ୍ତୁ ଆଜିକା ଦେତେରେ ଟେକ୍ନୋଲୋଜି ବହୁତ ଆଗକୁ ଯାଇ ପାରିଛି । ଯାହା ପାଇଁ କମ ସମୟରେ କମ ପରିଶ୍ରମ ରେ ଅଧିକ କାମ ହୋଇ ପାରୁଛି । ଯଦି ଏହି ଅଞ୍ଚଳ ରେ ସୁନାଖଣି ରହିଥାଏ ତେବେ ଗାଁ ଲୋକ ମାନେ ବହୁତ ଖୁସି ହେବେ ବୋଲି ସ୍ଥାନୀୟ ବାସିନ୍ଦା ମାନେ ମତ ଦେଇଛନ୍ତି ।
ଏହି ଅଞ୍ଚଳ ରେ ସୁନାଖଣି ଥିବାର ଯେଉଁ ସର୍ଭେ କରା ଯାଉଛି ତାହା ନେଇ ସ୍ଥାନୀୟ ଲୋକ ମାନେ ବେଶ ଖୁସି ଅଛନ୍ତି ବୋଲି ସୂଚନା ରହିଛି । ଗାଁ ଲୋକ ମାନେ କହିଛନ୍ତି ଏହି ଅଞ୍ଚଳ ଯଦି ସୁନା ଖଣି ରହିଥାଏ ତେବେ ଗାଁ ସୁନାରେ ପରିଣତ ହୋଇଯିବ । ତେବେ ସର୍ଭେ କରିବାକୁ ଆସିଥିବା ଟିମ ଏହା ବିଷୟରେ ଅଧିକ ତଥ୍ୟ ସନ୍ଧାନ କରିବାକୁ ଉଦ୍ୟମ ଜାରି ରଖିଛନ୍ତି ।
ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।