ଓଲିଉଡ ଇଣ୍ଡଷ୍ଟ୍ରିରେ ଜବରଦସ୍ତ ଅଭିନୟ କରି କଳାକାର ମାନେ ଯେତିକି ମସୁର ହୋଇ ପାରିଛନ୍ତି ଠିକ ସେତିକି ଓଡିଆ ଜଗତର ଗାୟକ ଓ ଗାୟିକା ମାନେ ମଧ୍ୟ ବେଶ ଚର୍ଚ୍ଚା ରେ ରହିଛନ୍ତି । ଓଡିଶାର କଣ୍ଠଶିଳ୍ପୀ ମାନେ ନିଜର ସୁମଧୂର କଣ୍ଠରେ ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । ଏମିତି କିଛି ସଙ୍ଗୀତାକର ମାନେ ଅଛନ୍ତି ଯେଉଁ ମାନେ ନିଜର ଗୀତ ବ୍ୟତିତ ନିଜର ପ୍ରସନାଳ ଲାଇଫ ମଧ୍ୟ ଖୁବ ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ସଂଗୀତକାର କୁଳଦୀପ ଓ ଈପ୍ସିତାଙ୍କ ପ୍ରେମ କାହାଣୀ ବିଷୟରେ କିଛି ଜରୁରୀ କଥା କହିବାକୁ ଯାଉଛୁ ।
ଆପଣ ମାନେ ଗାୟକ କୁଳଦୀପ ଓ ଗାୟିକା ଈପ୍ସିତାଙ୍କୁ ବେଶ ଭଲ ଭାବେ ଜାଣିଥିବେ । ଦୁହେଁ ଓଡିଆ ଇଣ୍ଡଷ୍ଟ୍ରି ରେ ନିଜର ସୁମଧୁର କଣ୍ଠ ପାଇଁ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ସୃଷ୍ଟି କରିଛନ୍ତି । ତେବେ ସୂଚନା ଅନୁସାରେ ଦୁହେଁ ବହୁତ ଜଲ୍ଦି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ତେବେ ନିଜର ପ୍ରେମ କାହାଣୀ ବିଷୟରେ କୁଳଦୀପ ମତଦାନ ଦେଇଛନ୍ତି ଯେ ତାଙ୍କର ଏକ ପ୍ରୋଗ୍ରାମ ସମୟରେ ଈପ୍ସିତାଙ୍କ ସହ ଭେଟ ହୋଇଥିଲା । ପ୍ରଥମ ନଜରରେ କୁଳଦୀପ ଈପ୍ସିତାଙ୍କୁ ଭଲ ପାଇ ବସିଥିଲେ ।
କିନ୍ତୁ ସେହି ସମୟରେ ଈପ୍ସିତା କୁଳଦୀପଙ୍କୁ ଭାଇ ବୋଲି ଡାକୁଥିଲେ ବୋଲି କୁଳଦୀପ କହିଛନ୍ତି । ଏହା ପରେ କୁଳଦୀପ ନିଜର କ୍ୟାରିୟର ପାଇଁ ବମ୍ବେ ଚାଲି ଯାଇଥିଲେ । କିନ୍ତୁ ଭାଗ୍ୟର ସାଥ ଯୋଗୁ ଆଜି ଆମେ ଏକାଠି ହୋଇ ପାରିଛୁ ବୋଲି କୁଳଦୀପ କହିଛନ୍ତି । କାରଣ ବମ୍ବେରୁ ଫେରିବା ପରେ କୁଳଦୀପଙ୍କର ଈପ୍ସିତାଙ୍କ ସହ ଷ୍ଟୂଡିଓରେ ପୁଣି ଥରେ ଭେଟ ହୋଇଥିଲା । ଏହା ପରେ ଦୁହିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଈପ୍ସିତା ନିଜ ମତରେ କହିଛନ୍ତି ଯେ ସେ କୁଳଦୀପଙ୍କ ପର୍ଶନାଲିଟି ଓ ଟ୍ୟାଲେନ୍ଟକୁ ବେଶ ପସନ୍ଦ କରୁଥିଲେ ।
ଈପ୍ସିତା କୁଳଦୀପଙ୍କ ଠାରୁ ସିନିୟର ହୋଇ ଥିବାରୁ ଈପ୍ସିତା ତାଙ୍କୁ ବହୁତ ସମ୍ମାନ କରୁଥିଲେ । ଦୁହିଙ୍କ ପ୍ରେମ ସମ୍ପର୍କ ଦୀର୍ଘ ୧୦ ବର୍ଷ ହେବ ଆରମ୍ଭ ହୋଇ ସାରିଛି ବୋଲି କୁଳଦୀପ ମତ ଦେଇଛନ୍ତି । କୁଳଦୀପ ନିଜ କ୍ଯାରିୟରରେ ସଫଳ ହେବା ପରେ ସ୍ପିସତାଙ୍କୁ ନିଜ ମନ କଥା କହିଥିଲେ । ଈପ୍ସିତା କୁଳଦୀପଙ୍କ ବିଷୟରେ କହିଛନ୍ତି ଯେ ସମ୍ପର୍କକୁ ନେଇ ସେ ବହୁତ ସିରିଏସ ଅଟନ୍ତି । ଯାହା ଆଜିକାଲି ପ୍ରେମୀ ଯୁଗଳଙ୍କ ମଧ୍ୟରେ ଖୁବ କମ ଦେଖା ଯାଉଛି ।
ଆଜି ଗର୍ବର ସହ ଈପ୍ସିତା କୁଳଦୀପଙ୍କ ସ୍ତ୍ରୀ ହେବାକୁ ଯାଉଛନ୍ତି ବୋଲି କହିଛନ୍ତି । ଏହା ସହ ଦର୍ଶକ ମାନେ ଦୁହିଙ୍କ ଯୋଡିକୁ ବହୁତ ସାରା ଭଲ ପାଇବା ଦେଇ ଥିବାରୁ ଦୁହେଁ ଧନ୍ୟବାଦ ଜଣାଇଛନ୍ତି । ଏହି ଭିଡିଓରେ କୁଳଦୀପ ଈପ୍ସିତାଙ୍କୁ ଫୁଲ ତୋଡା ଦେଇ ପ୍ରପୋଜ କରିବାର ନଜର ଆସୁଛନ୍ତି ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।
ବନ୍ଧୁଗଣ ଆପଣ ମାନଙ୍କର କୁଳଦୀପ ଓ ଈପ୍ସିତାଙ୍କ ପ୍ରେମ କାହାଣୀକୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।