ବାଲିଆପାଳର ପକୁଡି ଭାଇନା, A to Z ପରିବାରେ ବନାଉଛନ୍ତି ପକୁଡି….

ତତଲା ତେଲରେ ଗରମା ଗରମ ପକୁଡି ଛାଣିଲେ ଦେଖିଲେ ଭାରି ଲୋଭ ଲାଗିଥାଏ । ପକୁଡି ଖାଇବାକୁ ସମସ୍ତେ ଚାହିଁଥାନ୍ତି କାରଣ ସମସ୍ତଙ୍କ ପ୍ରିୟ ହୋଇଥାଏ । ସକାଳ ହେଉ ବା ସନ୍ଧ୍ୟା ହେଉ ବା କୋହଲା ପାଗ ହେଉ ସମସ୍ତେରେ ଇଚ୍ଛା କରିଥାନ୍ତି ପକୁଡି ଖାଇବାକୁ । ଆଳୁ ପକୁଡି, ପିଆଜ ପକୁଡି, କୋବି ପକୁଡି ପ୍ରାୟ ସମସ୍ତେ ଖାଇଥିବେ । କିନ୍ତୁ ସବୁ ପରିବାରେ ପକୁଡି ଛଣା ହୋଇ ପାରିବ ଯାହା ସମସ୍ତଙ୍କର ପାଟିକୁ ଭଲ ଲାଗିବ ।

ଏହି କଥାକୁ ସତ କରି ଦେଖାଇଛନ୍ତି ବାଲିଆପାଳର ପକୁଡି ଭାଇନା । ବାଲେଶ୍ଵର ବାଲିଆପାଳ ଛକରେ ପକୁଡି ଦୋକାନ କରିଛନ୍ତି ଗଦାଧର ସାହୁ । ଏଠାରେ ଗଦା ଭାଇନାଙ୍କ ଯେଉଁ ପରିବାରେ ପକୁଡି ଚାହିଁବେ ତାହା ପାଇ ପାରିବେ । ଆଳୁ, ପିଆଜ, ବାଇଗଣ ପକୁଡିଆ ଆମେ ଘରେ ତିଆରି କରିଥାଉ ।

କିନ୍ତୁ ଗଦା ଭାଇନାଙ୍କ ପକୁଡି ଦୋକାନରେ ଶାଗ, କଲରା, କଦଳୀ, ଝୁଡୁଙ୍ଗ, ବିଲାତି, ଗାଜର, କୁନ୍ଦୁରୀ, ଭେଣ୍ଡି ଏମିତିକି ଧନିଆ ପତ୍ରରେ ପକୁଡି ଛାଣି ଲୋକଙ୍କୁ ଖୁଆଇଥାନ୍ତି । ଲୋକ ମାନେ ଯାହା ଖୋଜୁଛନ୍ତି ସମସ୍ତଙ୍କ ମନ ଜିଣୁଛନ୍ତି ପକୁଡି ଛାଣି ଗଦା ଭାଇନା । ଖାଲି ଭେରାଇଟି ପକୁଡି ନୁହେ ବରଂ ତାଙ୍କ ଆହତ ତିଆରି ପକୁଡି ଖାଇବାକୁ ଟେଷ୍ଟି ଲାଗେ ।

ଗରମ ଗରମ ପକୁଡି ସହ ଛଣା କଞ୍ଚାଲଙ୍କା ଲୋକଙ୍କୁ ତାଙ୍କ ଦୋକାନ ଆଡକୁ ଟାଣି ଆଣିଥାଏ । ତେଲ ଛଣା ସହ ତାଳ ପତ୍ରରେ ମୁଢି ଆଳୁଦମ ମଧ୍ୟ ଖାଇବାକୁ ଲୋକ ମାନଙ୍କର ଭିଡ ଜମିଥାଏ । ତାଙ୍କର ଦୈନିକ ରୋଜଗାର ପ୍ରାୟ ୩୦୦୦ ଟଙ୍କାରୁ ଅଧିକ ହୋଇଥାଏ । ବାଲେଶ୍ଵର ରେ ଏମିତି କୌଣସି ଜାଗା ନାହି ଯେ ଏମିତି ପକୁଡି ମିଲିଛୁ ବୋଲି ସ୍ଥାନୟୟ ଲୋକ ମାନେ କହିଛନ୍ତି ।

ଦୀର୍ଘ ୧୨ ବର୍ଷ ହେଲା ଲୋକ ମାନେ ତାଙ୍କ ଦୋକାର ପକୁଡି ଖାଇ ତାଙ୍କର ପ୍ରଶଂସା କରୁଛନ୍ତି । ସକାଳ ୬ଟା ରୁ ଦିନ ୧୧ଟା ଯାଏଁ ଗଧାର ଦୋକାନ ଖୋଲିଥିବା ବେଳେ ନିଜେ ବୁଦ୍ଧି ଖଟାଇ ବିଭିନ୍ନ ପ୍ରକାର ପାରିବାର ପକୁଡି ଛାଣୁଛନ୍ତି । ତାଙ୍କ ହାତ ତିଆରି ପକୁଡି ଖାଇବାକୁ ଲୋକ ମାନେ ଆପେ ଆପେ ଭିଡ ଜମାଉଛନ୍ତି ।

ପୂର୍ବରୁ ତାଙ୍କ ଦୋକାନରେ ୩୦୦୦ ରୁ ୪୦୦୦ ଟଙ୍କା ବେପାର ହେଉଥିବା ବେଳେ କୋରୋନା ସମୟରେ ବେପାର ମାନ୍ଦା ହୋଇ ଯାଇଛି । ହେଲେ ଗଦାଧର ଭାଇଙ୍କ ପକୁଡି ଯିଏ ଖାଇଛି ସିଏ କେବେ ଭୁଲିପାରି ନାହି । ବରଂ ଆଉ ଥରେ ଖାଇବାକୁ ଗଦାଧର ଭାଇଙ୍କ ଦୋକାନ ଯାଇଛି । ତାଙ୍କ ହାତ ତିଆରି ପକୁଡିରେ ଏତେ ଟେଷ୍ଟ ଅଛି ଯାହାକୁ ଖାଇବାକୁ ଦୂର ଦୁରାନ୍ତର ରୁ ଲୋକ ମାନେ ଆସି ଭିଡ ଜମାଇଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ମତାମତ ଗଦାଧର ଭାଇଙ୍କ ବିଭିନ୍ନ ପ୍ରକାର ପରିବାର ପକୁଡି ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *