ଦୁଇ ସପ୍ତାହ ମଧ୍ୟରେ ଆପଣ ନିଜର କେସକୁ ଆଜିର ଆମର ଏହି ଆୟୁର୍ବେଦିକ ଉପାୟ ମାଧ୍ୟମରେ ଲମ୍ବା କରି ପାରିବେ । ଏଥିପାଇଁ ଆପଣଙ୍କୁ କେବଳ ୫ ଟଙ୍କା ଦରାକାର । ଏହି ଆୟୁର୍ବେଦିକ ଉପାୟକୁ ବ୍ୟବହାର କରିବା ଦ୍ଵାରା ଆପଣ ନିଜର କେସର ଧ୍ୟାନ ସହ କେସକୁ ଲମ୍ବା ଓ ଘନ କରି ପାରିବେ । ଦୁଇ ସପ୍ତାହ ପର୍ଯ୍ୟନ୍ତ ଯଦି ଆପଣ ଏହି ତେଲକୁ କେସରେ ଲଗାଇବେ ତେବେ ଆପଣଙ୍କ କେସ ଲମ୍ବା ହୋଇଯିବ । କେସ ଝଡିବା ବି ବନ୍ଦ ହୋଇଯିବ ।
ଏହି ଆୟୁର୍ବେଦିକ ଉପାୟ ପାଇଁ ଆପଣ ପ୍ରଥେମ ଗୋଟିଏ ପାନ ପତ୍ର ନେଇ ତାକୁ ଛୋଟ ଛୋଟ କରି କାଟି ଦିଅନ୍ତି । ଯେଉଁ ମହିଳା କିମ୍ବା ପୁରୁଷମାନଙ୍କ କେସ ପତଳା ହୋଇଥାଏ ଓ ସେମାନେ ନିଜର କେସକୁ ମୋଟା କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ପାନପାତ୍ର ବହୁତ ଅଧିକ ଲାଭଦାୟକ ଅଟେ ।
ଏହା ସହିତ କେସ ଝଡିବା, ମୁଣ୍ଡରେ ଡାଣ୍ଡରପ ଭଳି ସମସ୍ୟା ପାଇଁ ପାନପାତ୍ର ଭଲ ଅଟେ । ଦ୍ଵିତୀୟ ସାମଗ୍ରୀ ହେଉଛି ରସୁଣ । ୫ – ୬ ଟି ରସୁଣର ଚୋପା କାଢି ଦିଅନ୍ତୁ । ସବୁ ରସୁଣର ମଝିକୁ ଅଳ୍ପ କାଟି ଦିଅନ୍ତୁ । ତୃତୀୟ ସାମଗ୍ରୀ ହେଉଛି ମେଥି । ଏହି ଆୟୁର୍ବେଦିକ ଉପାୟକୁ ତିଆରି କରିବା ପାଇଁ ପ୍ରଥମେ ଆପଣ ଏକ ଲୁହା କଢେଇକୁ ଗ୍ୟାସରେ ରଖି ସେଥିରେ ୧୦୦ ରୁ ୧୫୦ ଗ୍ରାମ ନଡିଆ ତେଲ ଦିଅନ୍ତୁ ।
ଏଥିରେ ଦୁଇ ରୁ ଅଢେଇ ଚାମଚ ମେଥି ଦାନା ଦିଅନ୍ତୁ । ଏଥିରେ ରସୁଣ ଓ ପାନପାତ୍ର ଦିଅନ୍ତୁ । ଆପଣ ଏହି ସବୁକୁ ଗ୍ୟାସକୁ କମ କରି ଫୁଟାନ୍ତୁ । ଯେତେବେଳେ ଏହାର ରଙ୍ଗ ଚେଞ୍ଜ ହୋଇଯିବ ତେବେ ସେହି ସମୟରେ ଜାଣିବେ କି ଆପଣଙ୍କ ତେଲ ପ୍ରସ୍ତୁତ ହୋଇ ଯାଇଛି । ଆପଣ ଏହି ତେଲକୁ ଅନ୍ୟ ଏକ ପାତ୍ରରେ ଛାଣି ଦିଅନ୍ତୁ ।
ବର୍ତ୍ତମାନ ଆପଣଙ୍କ କେସ ସମସ୍ୟାର ସମାଧାନ ତେଲ ପ୍ରସ୍ତୁତ । ଏହି ତେଲକୁ ଆପଣ କୌଣସି କାଚ ପାତ୍ରରେ ରଖି ପାରିବେ । ବର୍ତ୍ତମାନ ଜାଣି ନିଅନ୍ତୁ ଏହି ତେଲକୁ କେମିତି ନିଜ କେସରେ ଲଗାଇବେ । ଏହି ତେଲକୁ ଲଗାଇବା ପୂର୍ବରୁ ଧ୍ୟାନ ରଖନ୍ତୁ ଆପଣଙ୍କ ତେଲରେ ଅନ୍ୟ କିଛି ତେଲ ଲାଗି ନ ଥିବ ।
ଯଦି ଆପଣଙ୍କ କେସ ଅଳ୍ପ ଅଛି ତେବେ ଏକ ଚାମଚ ଓ ମହିଳାମାନେ ଦୁଇ ଚାମଚ ନିଜ କେସରେ ଲଗାନ୍ତୁ । ଆପଣ ନିଜର ଆଙ୍ଗୁଠି ଦ୍ଵାରା ନିଜର କେସରେ ୨ ରୁ ୩ ମିନିଟ ମସାଜ କରନ୍ତୁ । ଆଉ କିଛି ତେଲକୁ କେସରେ ଲଗାନ୍ତୁ ଓ କେସରେ ମୂଳକୁ ଏହି ତେଲରେ ଲଗାନ୍ତୁ । ଏହି ତେଲକୁ ଆପଣ ସପ୍ତାହକୁ ଦୁଇ ଥର କିମ୍ବା ଯଦି ଆପଣଙ୍କ କେସ ଅଧିକ ଝଡୁଛି ସପ୍ତାହକୁ ତିନି ଥର ଏହି ତେଲକୁ ନିଜ କେସରେ ଲଗାନ୍ତୁ । ଏହାକୁ ଲଗାଇବାର୧ ଘଣ୍ଟା ପରେ କୌଣସି ବି ସାମ୍ପୁ ସାହାର୍ଯ୍ୟରେ ନିଜର କେସକୁ ଧୋଇ ଦିଅନ୍ତୁ ।