ନମସ୍କାର ବନ୍ଧୁଗଣ, ଗୋଟିଏ ସଫଳ ମଣିଷ ହେବା ପାଇଁ ବିଦ୍ୟା ବା ପାଠ ନିହାତି ଆବଶ୍ୟକ ହୋଇଥାଏ । ତେବେ ପାଠ ପଢିବାର ସବୁଠାରୁ ଗୁରୁତ୍ଵପୂର୍ଣ ଭୂମିକା ହୋଇଥାଏ ପରୀକ୍ଷା । ସେହି ପରୀକ୍ଷା ଉପରେ ହିଁ ଗୋଟିଏ ବିଦ୍ୟାର୍ଥୀର ଭାଗ୍ୟ ଭବିଷ୍ୟତ ନିର୍ଭର କରିଥାଏ । ବେଳେ ବେଳେ ପିଲାମାନେ କଷ୍ଟ କରି ପଢି ଯାଇଥିବା କୌଣସି ପ୍ରଶ୍ନ ମଧ୍ୟ ପରକ୍ଷା ଖାତାରେ ନଥାଏ ବା ପିଲାମାନଙ୍କର ମନେ ପଡେ ନାହିଁ । ତେବେ ଏପରି ପରିସ୍ଥିତି ଆସିଲେ ଆଉ ବ୍ୟସ୍ତ ହେବେ ନାହିଁ ।
ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ପରୀକ୍ଷାରେ ଉତ୍ତର ନ ଆସିଲେ ଆପଣ କେଉଁ ଉପାୟ କରି ପାସ କରିପାରିବେ । ପ୍ରଥମ: ଯଦି ପରୀକ୍ଷା ସମୟରେ ଆପଣଙ୍କୁ କିଛି ଆସେ ନାହିଁ ତେବେ ଆପଣ ସାହସ ହରାନ୍ତୁ ନାହି । ନିଜ ଉପରେ ପ୍ରଥମେ ବିଶ୍ଵାସ ଆଣିବା ଜରୁରୀ । ନିଜ ମନକୁ ବ୍ୟସ୍ତ ବିବ୍ରତ ନକରି ଶାନ୍ତ ରହିବା ଆବଶ୍ୟକ । ଏହାପରେ ଆପଣ ବର୍ଷ ସାରା ପଢିଥିବା ପାଠ ଆଧାରରେ ସେହି ପ୍ରଶ୍ନର ଉତ୍ତର ଅଳ୍ପ ବହୁତ ହେଉ ପଛେ ଦେବାକୁ ଚେଷ୍ଟା କରିବା ଉଚିତ ।
ଦିତୀୟ: ଆପଣ ଉତ୍ତର ଆସିବନି ଭାବି ଚିନ୍ତା କରିବା ବଦଳରେ ଅଳ୍ପ ସମୟ ନିଜ ଆଖି ବନ୍ଦ କରି ଶାନ୍ତ ହୋଇ ବସିବା ଜରୁରୀ । ଏହାପରେ ଆପଣଙ୍କୁ ଯେଉଁ ପ୍ରଶ୍ନର ଉତ୍ତର ଆସୁଅଛି ତାହାକୁ ପ୍ରଥମେ କରିବା ପାଇଁ ଚେଷ୍ଟା କରନ୍ତୁ । ଯଦି ଆପଣ ପ୍ରଥମରୁ ଭଲ ଲେଖିଥିବେ । ତେବେ ଆପଣଙ୍କ ଖାତା ଦେଖୁଥିବା ବ୍ୟକ୍ତି ଆପଣଙ୍କ ସେହି ପ୍ରଥମ ପ୍ରଶ୍ନର ଉତ୍ତର ଦେଖି ହିଁ ଅନ୍ୟ ଗୁଡିକରେ ମାର୍କ ଦେଇଚାଲନ୍ତି ।
ତୃତୀୟ: ଆପଣଙ୍କୁ ପ୍ରଶ୍ନର ଉତ୍ତର ଆସୁ ବା ନଆସୁ ସମସ୍ତ ପ୍ରଶ୍ନର ଉତ୍ତର ଦବା ପାଇଁ ଚେଷ୍ଟା କରନ୍ତୁ । କୌଣସି ପ୍ରଶ୍ନକୁ ଖାଲି ଛାଡିଦେବା ଉଚିତ ହୋଇନଥାଏ । ଆପଣ ଲେଖିଥିବା ସମତା ଉତ୍ତରରେ କିଛି ନା କିଛି ମାର୍କ ପାଇ ପରୀକ୍ଷାଟିକୁ ପାସ ନିଶ୍ଚୟ କରିଦେବେ ।
ଚତୁର୍ଥ: ସବୁବେଳେ ପରୀକ୍ଷା ଖାତାରେ ସୁନ୍ଦର ସୁନ୍ଦର ଅକ୍ଷର କରି ଲେଖିବା ଦରକାର । ଇଆଡୁ ସିଆଡୁ ନ ଲେଖି ପ୍ରଶ୍ନ ସହ ଜଡିତ କିଛି ଉତ୍ତରକୁ ବର୍ଣନା କରି ଲେଖନ୍ତୁ । ପଞ୍ଚମ: 5ମାର୍କ ପ୍ରଶ୍ନର ଉତ୍ତରରେ ଆପଣ ଭାବି ଭାବି 3ରୁ 4 ପାରାଗ୍ରାଫ ନିହାତି ଲେଖନ୍ତୁ । ଏବଂ 3 ମାର୍କ ପ୍ରଶ୍ନରେ 2 ରୁ 3 ପାରାଗ୍ରାଫର ଉତ୍ତର ନିହାତି ଲେଖନ୍ତୁ ।
ଷଷ୍ଠ: କିଛି ପିଲା ଏଣୁ ତେଣୁ କୌଣସି ଫିଲ୍ମର ବିଷୟକୁ କ୍ରିକେଟ ମ୍ଯାଚ କିମ୍ବା କୌଣସିକ ଗପ ଇତ୍ୟାଦି ଲେଖି ଖାତା ଫୁଲ କରିଦେଇଥାନ୍ତି । ଏହି ଭୁଲ ଆପଣ କେବ ମଧ୍ୟ କରନ୍ତୁ ନାହିଁ । ନଚେତ ଆପଣ ଠିକ ଲେଖିଥିବା ଉତ୍ତରଟିକୁ ମଧ୍ୟ ଭୁଲ ଭାବି ଖାତା ଦେଖୁଥିବା ବ୍ୟକ୍ତି ଗପ ଭାବି ଛକି ମାରିଦେଇଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।