ନମସ୍କାର ବନ୍ଧୁଗଣ । ଆପଣ ମାନେ ନିଶ୍ଚୟ ଫୋନ ପେ ବ୍ୟବହାର ଅକରୁଥିବେ । ତେବେ ଆପଣ ମାନଙ୍କ ପାଇଁ ଏକ ବଡ ଖବର ଆସି ପହଞ୍ଚିଛି । ଏମିକି ଫୋନ ପେ ବ୍ୟବହାର କରିଲେ ଦେବାକୁ ପଡିବ ଅଧିକ ଟଙ୍କା । ଏମିତି ନୂଆ ନିୟଣ କରିଛି ଦେଶର ଅନ ଲାନ ଆପ୍ଲିକେସନ ଫୋନ ପେ କମ୍ପାନୀ । ଏ ବେ ଆସନ୍ତୁ ଜାଣିବା କଣ କରାଇଲେ ଟଙ୍କା ଦେବାକୁ ପଡିବ । ଅନ ଲାଇନ ପେମେଣ୍ଟର ସବୁଠାରୁ ଅଧିକ ବ୍ୟବହାର ହେଉଥିବା ଆପଣ ଫୋନ ପେର ବର୍ତ୍ତମାନ ଗ୍ରାହକ ମାନଙ୍କୁ ବଡ ଝଟକା ଦେଇଛି । ବର୍ତ୍ତମାନ ମୋବାଇଲ ରିଚାର୍ଜ କରିଲେ ଅହଡିକ ଟଙ୍କା ଦେବାକୁ ପଡିବ ।
ଯଦି ଆପଣ ଫୋନ ପେ ରେ ୫୦ ଟଙ୍କାରୁ ଅଧିକ ପ୍ୟାକ ରିଚାର୍ଜ କରିବେ ତେବେ ଆପଣଙ୍କୁ ୧ରୁ ୨ଟଙ୍କା ମଧ୍ୟରେ ପ୍ରୋସେସିଂ ଦେୟ ଦେବାକୁ ପଡିବ । ଏଭଳି ସ୍ତରରେ ସମାନ ରିଚାର୍ଜ ପାଇଁ ଅନ୍ୟ ଅନ ଲାଇନ ଆପ ଯେମିତିକି ଗୁଗୁଲ ପେ, ପେଟିଏମ ଓ ଆମାଜନ ଭଳି କମ୍ପାନୀ ମାନେ ଫ୍ରି ସେବା ଦେଉଛନ୍ତି । ଫୋନ ପେ କମ୍ପାନୀ ପକ୍ଷରୁ ଗ୍ରାହକ ମାନଙ୍କୁ ସୂଚନା ଦିଆ ଯାଇଛି ଯେ ୫୦ଟଙ୍କାରୁ କମ ରିଚାର୍ଜ ଉପରେ ଆପଣଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହି । କିନ୍ତୁ ୫୦ଟଙ୍କାରୁ ଅଧିକ ରିଚାର୍ଜ କରିଲେ ୧ଟଙ୍କା ଓ ୧୦୦ଟଙ୍କାରୁ ଅଧିକ ରିଚାର୍ଜ କରିଲେ ୨ଟଙ୍କା ସେବା କରଣ ଦେବାକୁ ପଡିବ ।
ଅନ୍ୟ କ୍ଷେତ୍ର ରେ ଅନ ଲାଇନ ଫୋନ ପେ ରିଚାର୍ଜ ଉପରେ ସେବାକାର ନେଉ ନାହି । ଆପଣ ଯଦି କ୍ରେଡିଟ କାର୍ଡ ମାଧ୍ୟମରେ ପେମେଣ୍ଟ କରୁହକନ୍ତି ତେବେ କମ୍ପାନୀ ସେବାକାର ନେଉଛି । କିନ୍ତୁ ଅନ୍ୟ କାରୋବାର ଉପରେ ଫୋନ ପେ ସେବା କର ନେଉ ନାହି । ଆଗକୁ ନେବ କି ନାହି ତାହା ଏ ଯାଏଁ ସ୍ପଷ୍ଟ ହୋଇ ନାହି । ଭାରତରେ ଅନ୍ୟ ପେମେଣ୍ଟ ଆପ ଠାରୁ ଫୋନ ପେରେ ତୃତୀୟ ପକ୍ଷ କାରୋବାର ସବୁଠାରୁ ଅଧିକ ରହିଛି । ଗତ ସେପ୍ଟେମ୍ବର ମାସରେ ଫୋନପେ ମାଧ୍ୟମରେ ଲୋକ ମାନେ ୧୬୫କୋଟିରୁ ଅଧିକ ଟଙ୍କାର କାରୋବାର କରିଛନ୍ତି ।
ଏହା ଦେଶର ମୋଟ ଅନ ଲାଇନ କାରୋବାରର ୪୦% ବୋଲି କୁହା ଯାଇଛି । ଏବେ ଡିଜିଟାଲ ଆପର ପେମେଣ୍ଟର ୩ମିଲିୟନରୁ ଅଧିକ ରେଜିଷ୍ଟର ୟୁଜର୍ସ ଅଛନ୍ତି । ବର୍ତ୍ତମାନ ଯୁଗ ବଦଳିବା ସହ ଲୋକ ମାନେ ଅନ ଲାଇନ ଦ୍ଵାରା କାରୋବାର କରୁଛନ୍ତି । ଲୋକ ମାନେ ଛୋଟ କାମ ପାଇଁ ଫୋନପେର ବ୍ୟବହାର କରୁଛନ୍ତି । ତେଣୁ ମୋବାଇଲକୁ ଏକ ପ୍ରକାରର ମନି ପର୍ସ ଭାବେ ବ୍ୟବହାର କରା ଯାଉଛି । ଏହା ସହ ମୋବାଇଲ ପ୍ଯାକେଜ ରିଚାର୍ଜ, ଟିଭି ପ୍ଯାକେଜ ରିଚାର୍ଜ ଓ ବୀମା ଦେୟ ଭଳି ଅନେକ କାରୋବାର ପାଇଁ ଲୋକ ମାନେ ସିଧା ସଳଖ ଅନ ଲାଇନ ପେମେଣ୍ଟ କରୁଛନ୍ତି ।
ବନ୍ଧୁଗଣ ଏହି ନୂଆ ନିୟମକୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜାରିଆରେ ଜଣାଇବେ । ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।