ପିଲାଙ୍କ ରାଗ କେମିତି ଶାନ୍ତ କରିବେ ? Best Parenting Tips

ଆଜିକାଲି ପିଲା ମାନେ ବହୁତ ଅଧିକ ରାଗି ଯାଉଛନ୍ତି । ଏହାର କାରଣ ହେଉଛି ସେମାନେ କୌଣସି କଥାକୁ ପସନ୍ଦ କରୁ ନାହାନ୍ତି କିନ୍ତୁ ତାହା କରିବାକୁ ମାତା ପିତା ବାଧ୍ୟ କରିଥାନ୍ତି । ଯାହା ଦ୍ଵାରା ସେମାନେ ବହୁତ ଜିଦିଆ ହୋଇଯାନ୍ତି । ଏଥିପାଇଁ ଦାୟୀ ହୋଇଛନ୍ତି କେବଳ ମାତା ପିତା । କାରଣ ଯଦି ପିଲା ରାଗି ଯାଇ ବଡ ପାଟିରେ କଥା ହେଉଛି ତେବେ ସେହି କ୍ଷେତ୍ର ରେ ମା ବାପା ମଧ୍ୟ ସେୟା କରୁଛନ୍ତି । ଯାହା ସଂପୂର୍ଣ୍ଣ ଭାବେ ଭୁଲ ଧାରଣା ଅଟେ ।

ଏମିତି କରିବା ଦ୍ଵାରା ପିଲା ମାନେ ବିଗିଡି ଯାଇଥାନ୍ତି । ପିଲା ମାନଙ୍କର ପସନ୍ଦ ଅନୁଯାୟୀ ବାପା ମା ମାନେ ତାଙ୍କର ସବୁ ଇଚ୍ଛା ପୁରା କରିବାକୁ ଚେଷ୍ଟା କରିବା ଉଚିତ । କିନ୍ତୁ ଧ୍ୟାନ ରଖିବା ଉଚିତ କି ପିଲା ମାନେ ଯାହା ଡିମାଣ୍ଡ କରୁଛନ୍ତି ତାହା ଯଦି ମାତା ପିତାଙ୍କୁ ଠିକ ଲାଗେ ତେବେ ତାହା କରିବା ଉଚିତ । କିନ୍ତୁ ଯଦି ମା ବାପା ମାନେ ପିଲାର ସବୁ ଇଚ୍ଛାକୁ ପୁରା କରିବାକୁ ମନା କରି ଦେବେ ତେବେ ଏହାର ପ୍ରଭାବ ପିଲାଙ୍କ ମାନସିକ ସ୍ତର ରେ ପଡିଥାଏ ।

ଯାହା ପାଇଁ ପିଲା ମାନେ ଖରାପ କାମ କରିବାକୁ ଆଗେଇଥାନ୍ତି । ଯାହା ସେମାନଙ୍କ ଭବିଷ୍ୟତ ପାଇଁ ବହୁତ ଖରାପ ହୋଇଥାଏ । ଯଦି ପିଲା ଟି କହୁଛି ତାର ଖେଳିବାରେ ଆଗ୍ରହ ଅଛି । ତେବେ ଏହି କ୍ଷେତ୍ର ରେ ମା ବାପା ଏହାର ସମର୍ଥନ କରିବା ଉଚିତ । ଯଦି ପିଲା ମାନେ କୌଣସି ଜାଗାକୁ ନ ଯିବା ପାଇଁ ମନା କରୁଛନ୍ତି ତେବେ ବାପା ମା ତାଙ୍କ ଉପରେ ନ ରାଗି ଏଥିପାଇଁ ତାଙ୍କୁ ବୁଝାଇବା ଉଚିତ । ଯେତେ ସମ୍ଭବ ପିଲା ମାନଙ୍କୁ ନରମ ଭାବେ ବୁଝାଇବା ଦରକାର ।

ଏହା ଦ୍ଵାରା ସେମାନଙ୍କ ଜୀବନରେ ସାକାରାତ୍ମକ ପ୍ରଭାବ ପଡିଥାଏ । ପିଲା ମାନେ ଯେତେ ସମ୍ଭବ କିଛି ନା କିଛି ନୂଆ କାମ କରିବା ପାଇଁ ବାପା ମା ମାନେ ପ୍ରୋଶ୍ଚାହନ ଦେବା ଉଚିତ । ଯଦି ପିଲା ମାନେ ପାଠ ପଢୁ ନାହାନ୍ତି ତେବେ ସେହି କ୍ଷେତ୍ର ରେ ବାପା ମା ତାଙ୍କୁ ଅଧିକ ସମୟ ଦେଇ କେମିତି ପାଠ ପଢିଲେ ସେମାନଙ୍କୁ ସହଜ ଲାଗିବ ତା ବିଷୟରେ ଧ୍ୟାନ ଦେବ ଉଚିତ ।

ଯଦି କୌଣସି ବିଷୟ ଉପରେ ପିଲା ମାନେ ପଛରେ ଅଛନ୍ତି ତେବେ ସେମାନେ କିପରି ଆଗକୁ ବଢିବେ ତ ପ୍ରତି ମା ବାପା ମାନେ ଧ୍ୟାନ ଦେବା ଉଚିତ । ଏହା ଦ୍ଵାରା ପିଲାଙ୍କର ମାନସିକ ସ୍ତର ରେ ବିକାଶ ହେବ । ଯଦି ପିଲା ମାନେ କୌଣସି କଥାକୁ ନେଇ ରାଗିଛନ୍ତି ତେବେ ସେହି କ୍ଷେତ୍ର ରେ ବାପା ମା ମାନେ ତାଙ୍କ ସହ ଯୁକ୍ତି ନ କରି ତାଙ୍କୁ କିଛି ସମୟ ପାଇଁ ଏକ ଛାଡି ଦେବା ଉଚିତ । ନଚେତ ବାପା ମାନେ କିଛି କାମ ଅଛି କହି ତାଙ୍କ ଠାରୁ ଦୂରେଇ ରହିବା ଉଚିତ । ଏହିପରି ଭାବେ ପିଲାଙ୍କର ରାଗକୁ ଶାନ୍ତ କରି ହେବ ।

ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *