ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଅନେକ ସାରା ଓଡିଆ ଫିଲ୍ମ ରେ ଖୁବ ଚମତ୍କାର ଅଭିନୟ କରି ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ଏହା ସହ ଅନେକ ଆଲବମ ଓ ରିୟାଲିଟି ସୋ ରେ ମଧ୍ୟ ଅଭିନେତା ପିଣ୍ଟୁ ନନ୍ଦ ନଜର ଆସିଛନ୍ତି । ସେ ନିଜର ଅଭିନୟ ବ୍ଯତୀତ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ବେଶ ଚର୍ଚ୍ଚା ରେ ରହିଥାନ୍ତି ।
ତେବେ ତାଙ୍କୁ ନେଇ ଏବେ ଆସିଛି ଏକ ବଡ ଦୁଖଦାୟକ ଖବର । ସୂଚନା ଅନୁଯାଯାଇ ଲିଭର ଶିରୋଷି ରେ ପ୍ଦିଦ୍ତ ଓଲିଉଡ ର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ଗୁ-ରୁ-ତ-ର ରହିଛି । ରାଜଧାନୀ ର ଏକ ଘରୋଇ ମେଡିକାଲରେ ସେ ଚିକିତ୍ସିତ ହେଉଛନ୍ତି । ଏବେ ଅଧିକ ଚିକିତ୍ସା ପାଇଁ ଡାକ୍ତର ତାଙ୍କୁ ଦିଲ୍ଲୀ ନେବାକୁ ପରାମରସ ଦେଇଛନ୍ତି ।
ବହୁତ ଜଲ୍ଦି ପିଣ୍ଟୁ ନନ୍ଦ ଙ୍କ ଲିଭର ଟ୍ରାନ୍ସପ୍ଳାଣ୍ଟ କରିବାକୁ ଡାକ୍ତର କହିଛନ୍ତି । ନଚେତ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ବିଗିଡି ଯିବାର ଆଶଙ୍କା କରା ଯାଇଛି । ପିଣ୍ଟୁ ନନ୍ଦ ଙ୍କ ଯକୃତ ପ୍ରତିରୋପଣ ପାଇଁ 50 ଲକ୍ଷ ରୁ ଅଧିକ ଟଙ୍କା ଆବଶ୍ୟକ । ତେଣୁ ସହାୟତା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ତାଙ୍କର ପରିବାର ଓ ଶୁଭେଛୁ ଏବେ ସିନେ ଆର୍ଟିଷ୍ଟ ଆସୋସିଏସନ ।
ସେପଟେ ଏ ନେଇ ଓଡିଶା ଇନେ ଆସୋସିଏସନ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ଚିକିତ୍ସା ପାଇଁ କିଭଳି ସହାୟତା ହୋଇ ପାରିବ ସେ ନେଇ ବୈଠକ ରେ ଆଲୋଚନା ହୋଇଥିଲା । ସେପଟେ କେହି ସହୃଦୟ ବ୍ୟକ୍ତି ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ସହାୟତା କରିବାକୁ ଚାହୁଁ ଥିଲେ । ତାଙ୍କ ଭାଇ ଓ ଅଭିରାମ ନନ୍ଦ ଙ୍କ ବ୍ଯାଙ୍କ ଆକାଉଣ୍ଟ ବା ଗୁଗୁଲ ପେ ନମ୍ବର ରେ ସହାୟତା ରାଶି ପଠାଇ ପାରିବେ ।
ତେବେ ଅଭିରାମ ନନ୍ଦ ଙ୍କ ବାଙ୍କ ଆକାଉଣ୍ଟ ନମ୍ବର ହେଉଛି 0614010065447, IFSC ଜୋଡ, PUNB0061420, ଗୁଗୁଲ ପେ ନମ୍ବର 9861131854 ରେ ରାଶି ପଠାଇବାକୁ ଅନୁରୋଧ କରା ଯାଇଛି ।
ତେବେ ପିଣ୍ଟୁ ନନ୍ଦ ଙ୍କ ବଡ ଭାଇ ଓ ଅଭିରାମ ନନ୍ଦ ପିଣ୍ଟୁ ନନ୍ଦ ଙ୍କ ଚିକିତ୍ସା ପାଇଁ ସହାୟତା କରିବାକୁ ସମଗ୍ର ଓଡିଶା ବାସୀ ଙ୍କୁ ଅନୁରୋଧ କରିଛନ୍ତି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।