ବନ୍ଧୁଗଣ ଆପଣଙ୍କ ଘରେ ପିତୃ ଦୋଷ ଅଛି ବୋଲି କେମିତି ଜାଣିବେ, ଏହା କଣ ସେହି ବିଷୟରେ କହିବାକୁ ଯାଉଛି । ପିତୃ ପୁରୁଷ ହେଉଛନ୍ତି ଆମ ପୂର୍ବଜ ମାନେ ଦେହ ତ୍ୟାଗ କରିବା ପରେ ସେମାନେ ମୋକ୍ଷ ଗତି କୁ ପରପତା ନ କରି ଇହ ଧାମରେ ରହିଥାନ୍ତି ଯାହାର ପ୍ରଭାବ ଆମ ଉପରେ ପଡିବା ସହ ଆମର ଦୈନିକ ଜୀବନ ଉପରେ ପଡିଥାଏ । ଏମିତିକି ଆମର କର୍ମ ସଂସ୍ଥା ଉପରେ ପ୍ରଭାବ ପଡିଥାଏ । ତେବେ ଆପଣଙ୍କ ଘରେ ପିତୃ ଦୋଷ ରହିଛି ବୋଲି ୬ଟି ସଂକେତ ମଧ୍ୟମରେ ଜାଣି ପାରିବେ । ଯେମିତିକୀ-
୧- ଯଦି ଆପଣଙ୍କର କର୍ମ କ୍ଷେତ୍ରରେ କୌଣସି ସ୍ଥିରତା ଆସୁ ନ ଥାଏ କିମ୍ବା ଇନକମ ଅଧିକ ହେଲେ ବି ଅର୍ଥ ରହୁ ନାହି କିମ୍ବା କୌଣସି ନା କୌଣସି କାରଣରୁ ଖର୍ଚ୍ଚ ହେଉଛି କିମ୍ବା ସମାଜରେ ମାନ ସମାନରେ ବାଧା ଆସୁଥାଏ ଏବେ ଜାଣିବେ ଘରେ ପିତୃ ଦୋଷ ରହିଛି ।
୨- ମାଙ୍ଗଳିକ କାର୍ଯ୍ୟରେ ବାଧା ଆସୁଥିଲେ ଅର୍ଥାତ ଘରେ ଯୋଗ୍ୟ ଥିବା ପୁଅ ବା ଝିଅର ବିବାହ ହୋଇପାରୁ ନାହି କିମ୍ବା ବିବାହରେ ସମସ୍ଯା ବା ଦାଂପତ୍ଯ ଜୀବନରେ ବିବାଦ ହେଉଛି ତେବେ ଜାଣିବେ ପିତୃ ଦୋଷ ଘରେ ରହିଛି ।
୩- ବିବାହର ଅନେକ ବର୍ଷ ପରେ ସନ୍ତାନ ହେଉ ନ ଥାଏ ବ ସନ୍ତାନ ଜନ୍ମ ହେବା ପୁବରୁ ନଷ୍ଟ ହୋଇଯାଏ ତେବେ ଜାଣିବେ ଘରେ ପିତୃ ଦୋଷ ରହିଛି ।
୪- ଆପଣଙ୍କ ଘରକୁ କେବେ ବି ରୋଗ ଛାଡିବ ନାହି ତେବେ ଜାଣିବେ ପିତୃ ଦୋଷ ରହିଛି । ଜଣେ ଭଲ ହେବା ପରେ ଆଉ ଜଣେ ରୋଗରେ ପଡୁଥିବେ ଆଉ ମେଡ଼ିସିନ ଆପଣଙ୍କ ଘରକୁ ଆସିବା ବନ୍ଦ ହେବ ନାହି ତେବେ ଜାଣିବେ ପିତୃ ଦୋଷ ଅଛି ।
୫- ଯଦି ଘରେ କଳହ, ବିବାଦ, ମାନ ଅଭିମାନ, ରାଗ, ଦ୍ଵନ୍ଦ ଲାଗି ରହିଥାଏ ତେବେ ଜାଣନ୍ତୁ ପିତୃ ଦୋଷ ରହୁଛି ।
୬- ଯଦି ଆପଣଙ୍କ ଘରର ଛାତ ଉପରେ ବା କାନ୍ଥରେ ଆପେ ଆପେ ଓସ୍ତ ଗଛ ଉଠିଥାଏ ତେବେ ଜଣାଇବେ ଘରେ ପିତୃ ଦୋଷ ରହିଛି ।
ଏବେ ଆସନ୍ତୁ ଜାଣିବା ଜନ୍ମ ଜାତକରେ କେଉଁ କାରଣ ପାଇଁ ପିତୃଦୋଷ ଲାଗିଥାଏ । ଯଦି ଜନ୍ମ ଜାତକରେ ରବି ନୀଚସ୍ଥ ହୋଇ ରାହୁ ଓ କେତୁଙ୍କ ପ୍ରଭବରେ ପ୍ରଭାବିତ ହୋଇଥାନ୍ତି ତେବେ ପିତୃଦୋଷ ଲାଗିଥାଏ । ଯଦି ରବି ଶନିଙ୍କ ନକ୍ଷତ୍ରରେ ରୁହନ୍ତି ତେବେ ପିତୃଦୋଷ ଲାଗିଥାଏ । ଏବେ ଆସନ୍ତୁ ଜାଣିବା ଏହାର ପ୍ରତିକାର କଣ ରହିଛି ।
ଶାସ୍ତ୍ର ଅନୁଯାୟୀ ଯଦି ଆପଣ ଅନୁଭବ କରୁଛନ୍ତି ପିତୃଦୋଷ ରହିଛି ପିତୃପକ୍ଷ ଅର୍ଥାତ ଆଶ୍ଵିନ ମାସ ପୂର୍ଣ୍ଣିମା ପର ଦିନ ପ୍ରତିପଦା ଠାରୁ ଅମାବାସ୍ୟା ଦିନ ଯାଏଁ ଅଟାରେ ଦୀପ ତିଆରି କରି ସେଥିରେ ସୁଧ ଗାଈ ଘିଅ ନେଇ ଭଗବାନ ଶିବଙ୍କ ମନ୍ଦିରକୁ ଜଣାନ୍ତୁ । ଏହି ଦୀପ ଲଗାନ୍ତୁ ଓ ପ୍ରଭୁଙ୍କୁ ପ୍ରାର୍ଥନା କରନ୍ତୁ ପିତୃଦୋଷ ଦୂର କରିବା ପାଇଁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।