ପିତୃ ଦୋଷ ଥିଲେ କେମିତି ଜାଣିବେ ? ପିତୃଦୋଷ ଲାଗିଥିଲେ କେମିତି କରିବେ ସଠିକ ଉପଚାର ? Garud Puran

ଗରୁଡ ପୁରାଣରେ ଅନେକ କିଛି ରୋଚକପୂର୍ଣ୍ଣ ତଥ୍ୟ ଉପରେ ସବିଶେଷ ଟିପ୍ପଣୀ ଲିପିବଦ୍ଧ ହୋଇରହିଛି । ଗରୁଡ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି ମାନଙ୍କ ଉପରେ ପୂର୍ବପୁରୁଷଙ୍କର ଆଶ୍ରୀବାଦ ରହିଥାଏ । ସେହି ବ୍ୟକ୍ତି ଜୀବନରେ ସଫଳ ବ୍ୟକ୍ତିତ୍ବଟିଏ ବନିପାରିଥାଏ । ତେବେ କୌଣସି ବ୍ୟକ୍ତି ଉପରେ ଯଦି ପିତୃ ଦୋଷ ଲାଗି ରହୁଥାଏ । ତେବେ ସେମାନେ ବହୁତ ପ୍ରକାର ସମସ୍ଯାର ସାମ୍ନା କରିଥାନ୍ତି ।

ସବୁ ଜାଗାରେ ତାଙ୍କର ସବୁ କାର୍ଯ୍ୟରେ ବାଧା ବିଘ୍ନ ଦେଖା ଯାଇଥାଏ ।  ତେବେ ବ୍ୟକ୍ତି ପାଖରେ କିଛି ଏପରି ଲକ୍ଷଣ ଦେଖାଯାଇଥାଏ । ଯାହା ଦ୍ଵାରା ବ୍ୟକ୍ତି ଉପରେ ପିତୃ ଦୋଷ ଲାଗିଛି ବୋଲି ଜଣା ପଡିଯାଇଥାଏ । ଯଦି କୌଣସି ବ୍ୟକ୍ତି ଉପରେ ପିତୃଦୋଷ ଲାଗିଥାଏ । ସେହି କାରଣରୁ ବ୍ୟକ୍ତି ଠାରେ ଏହିପରି କିଛି ଅଭ୍ଯାସ ଦେଖିବାକୁ ମିଳିଥାଏ ।

ପ୍ରଥମେ ହେଉଛି ଯଦି କୌଣସି ବ୍ୟକ୍ତି ବାରମ୍ବାର ନିଜର ନଖକୁ କାମୁଡି ଖାଇଥାଏ । ତେବେ ସେହି ବ୍ୟକ୍ତି ଉପରେ ପିତୃଦୋଷ ଲାଗିଥାଏ ବୋଲି କୁହାଯାଇଥାଏ । କାରଣ ଏପରି ବାରମ୍ବାର ନଖ କାମୁଡିବା ଦ୍ଵାରା ପିତୃ ଦୋଷ ଅଧିକରୁ ଅଧିକ ବଢି ଯାଇଥାଏ ।

ଦିତୀୟରେ ବ୍ୟକ୍ତି ଉପରେ ଯଦି ପିତୃ ଦୋଷ ରହିଥାଏ । ତେବେ ସେହି ବ୍ୟକ୍ତି ଦିନମାନ କିଛି କରୁ କିମ୍ବା ନକରୁଥାଉ । ବାରମ୍ବାର ନିଜ ଦାଢି, କିମ୍ବା ମୁଣ୍ଡକୁ କୁଣ୍ଡାଉଥିବ । ତେବେ ଏପରି କ୍ଷେତ୍ରରେ ମଧ୍ୟ ପିତୃ ଦୋଷର ପ୍ରଭାବ ବ୍ୟକ୍ତି ଉପରେ ପଡିଥାଏ ବୋଲି କୁହାଯାଇଥାଏ ।

ତୃତୀୟରେ ଯଦି କୌଣସି ବ୍ୟକ୍ତି ବାରମ୍ବାର ଦିନସାରା ନିଜର ଗୁପ୍ତ ଅଙ୍ଗକୁ କୁଣ୍ଡାଇ ଥାଏ । ତେବେ ଏହା ମଧ୍ୟ ଏକ ଅଭ୍ଯାସ ଯାହା ଉପରେ ପିତୃ ଦୋଷର ପ୍ରଭାବ ରହୁଛି ।

ଚତୁର୍ଥରେ ଯେଉଁ ବ୍ୟକ୍ତି କୌଣସି ଗୁରୁଜନ ମାନଙ୍କ ବସିବା ବେଳେ ନିଜକୁ ସଭ୍ୟ ଢଙ୍ଗରେ ବସାଇନଥାଏ । ବ୍ୟକ୍ତିର ବସିବା ଶୈଳୀ ଉତ୍ତମ ନରହିବା ସହିତ ଗୁରୁଜନ ମାନଙ୍କର ମଜାକ ଉଡାଇ ଥାଏ । ତାଙ୍କୁ ସମ୍ମାନ କରିନଥାଏ । ଏହି ଅଭ୍ଯାସ ଥିବା ଲୋକ ଉପରେ ପିତୃଦୋଷ ରହିଥାଏ ।

ପଞ୍ଚମରେ ଯେଉଁ ବ୍ୟକ୍ତି ଭୂମୀ ଉପରେ ପାଦ ଘୋଷାଡ଼ି ଚାଲିଥାଏ । ତେବେ ଏପରି ଲକ୍ଷଣ ବାରମ୍ବାର ଦେଖୁଥିଲେ, ପିତୃ ଦୋଷର ପ୍ରଭାବ ସେହି ବ୍ୟକ୍ତି ଉପରେ ପଡିଛି ବୋଲି କୁହାଯାଇଥାଏ । ଉପୋରୋକ୍ତ ଏହି ୫ ଅଭ୍ଯାସ ଥିବା ବ୍ୟକ୍ତିଙ୍କ ଉପରେ ପିତୃଦୋଷର ପ୍ରଭାବ ଅଧିକ ରହିଥାଏ । ଯଦି ପିତୃ ଦୋଷ ନଥାଏ, ତେବେ ମଧ୍ୟ ପିତୃ ଦୋଷ ଲାଗିବାର ସମ୍ଭାବନା ବହୁତ ଅଧିକ ରହିଥାଏ ।

ତେଣୁ ପ୍ରତ୍ଯେକ ପରିବାରର ଲୋକ ନିଜର ପୂର୍ବ ପୁରୁଷଙ୍କର ଶ୍ରାଦ୍ଧ କ୍ରିୟା ଠିକ ଭାବରେ କରାଇବା ଆବଶ୍ୟକ ହୋଇଥାଏ । ଏହା ଛଡା ପ୍ରତ୍ଯେକ ଗୁରୁବାର ଦିନ ଓସ୍ତ ଗଛରେ ପାଣି ଚଢାଇ ଗଛ ଚାରି ପାଖରେ ୭ ଥର ପରିକ୍ରମା କରିବା ଦ୍ଵାରା ନିଜ ପୂର୍ବ ପୁରୁଷଙ୍କୁ ଶାନ୍ତ କରିବା ଉଚିତ । ଯାହା ଦ୍ଵାରା ବ୍ୟକ୍ତିର ପିତୃ ଦୋଷ କଟିଥାଏ । ଏହା ସହିତ ଜୀବନରେ ଥିବା ସବୁ ସମସ୍ଯାର ସମାଧାନ ମଧ୍ୟ ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *