ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଏବେ ପ୍ଲାଷ୍ଟିକ ରୁ ତିଆରି ହେବ ପେଟ୍ରୋଲ । ତେଲ ଦର ରୁ ମିଳିବ ଆଶ୍ଵସ୍ତି । ବର୍ତ୍ତମାନ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଏତେ ମାତ୍ରା ରେ ବୃଦ୍ଧି ପାଇବାରେ ଲାଗିଛି ଯାହା ସାଧାରଣ ଜନତା ଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇ ପଡିଛି । ପେଟ୍ରୋଲ ଲିଟର ପିଛା ଦର ୧୦୦ଟଙ୍କା ଉପରରେ ରହିଛି । ଅନ୍ୟ କ୍ଷେତ୍ର ରେ ଦେଶରେ ପ୍ରଦ୍ଯୁଷଣ ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ପ୍ଲାଷ୍ଟିକ ଜିନିଷର ଆବର୍ଜନା ବଢୁଥିବା ବେଳେ ଆମ ସ୍ୱାସ୍ଥ୍ୟ ପାଇଁ ଏହା ଅନେକ ପ୍ରକାରର ଖରାପ ପ୍ରଭାବ ପକାଉଛି ।
ତେବେ ବର୍ତ୍ତମାନର ସୂଚନା ମୁତାବକ ବିହାର ଏକ ଟିମ ଏହି ଦୁଇଟି ସମସ୍ୟାର ସମାଧାନ ଏକା ସହ ବାହାର କରିଛନ୍ତି । ବିହାର ଏହି ଟିମ ପ୍ଲାଷ୍ଟିକ ଆବର୍ଜନା ରୁ ପେଟ୍ରୋଲ ତିଆରି କରୁଛନ୍ତି । ବିହାର ମୁଜାଫରପୁର ରେ ସ୍ଥାପନ ହୋଇଛି ଏହିଭଳି ଏକ ନୂତନ ପ୍ଳାଣ୍ଟ । ଯେଉଁଠାରେ ଦରକାରୀ ଭାବି ଯେଉଁ ପ୍ଲାଷ୍ଟିକ ଆବର୍ଜନା ପୋଫାଡି ଦିଆ ଯାଉଛି ସେହି ଆବର୍ଜନା ରୁ ଏଠାରେ ତିଆରି ହେଉଛି ଡିଜେଲ ଓ ପେଟ୍ରୋଲ । ଏହି ପଳାନ୍ତ ରେ ୮ଜଣ ଯୁବକ ଟିମ ମିଳିତ ଭାବେ ପ୍ଲାଷ୍ଟିକ ଆବର୍ଜନା ରୁ ବାୟୋ ପେଟ୍ରୋଲ ଓ ଡିଜେଲ ପ୍ରସ୍ତୁତ କରିବାର କାମ ଆରମ୍ଭ କରିଛନ୍ତି ।
ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ କିପରି ଭାବେ ପ୍ଲାଷ୍ଟିକ ଆବର୍ଜନା ରୁ ପେଟ୍ରୋଲ ଓ ଡିଜେଲ ବାହାରିବା ? ତେବେ ଆସନ୍ତୁ ଜାଣିବା ପୁରା ପ୍ରକ୍ରିୟା କଣ ରହିଛି । ଏହି ପ୍ଳାଣ୍ଟ ରେ ଲାଗିଥିବା ମେସିନ ପ୍ଲାଷ୍ଟିକ ଆବର୍ଜନା କୁ ପ୍ରଥମେ ଇଠେନ ରେ ପରିଣତ କରା ଯାଇଥାଏ । ଏହା ପରେ ଇଥେନ କୁ ଆଇସୋଅକ୍ଟେନରେ ପରିଣତ କରଯାଇ ପେଟ୍ରୋ କେମିକାଲ ବାହାର କାର ଯାଇଥାଏ । ତେବେ ଏହି ପ୍ଳାଣ୍ଟ ପାଇଁ ସ୍ଥାନୀୟ ନଗର ନିଗମ ପ୍ଲାଷ୍ଟିକ ଆବର୍ଜନା ଯୋଗାଇ ଦେଉଛି ।
ଏହି ପ୍ଳାଣ୍ଟ ରେ ଏକ ଲିଟର ବାୟୋ ଡିଜେଲ ପେଟ୍ରୋଲ ପ୍ରସ୍ତୁତ କରିବା ପାଇଁ ପାଖାପାଖି ୬୨ ଟଙ୍କା ଖର୍ଚ୍ଚ ହେବ । ଏହାର ବିକ୍ରି ୭୦ ଟଙ୍କା ଲିଟର ପିଛା ହୋଇପାରେ । ଏହି ୟୁନିଟ ମିଳିତ ଭାବେ ଦିନକୁ ୨୦୦ କିଲୋଗ୍ରାମ ପ୍ଲାଷ୍ଟିକ ଆବର୍ଜନାରୁ ୧୭୫ ଲିଟର ପେଟ୍ରୋଲ ଓ ଡିଜେଲ ପ୍ରସ୍ତୁତ କରିବ । ଯାହା ସାଧାରଣ ଲୋକଙ୍କ ପାଇଁ ଆଶ୍ବସ୍ତିକର ଖବର ଅଟେ ।
ବନ୍ଧୁଗଣ ଏହି ଘଟଣାକୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।