ନମସ୍କାର ବନ୍ଧୁଗଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ମା ହୀରା ବେହେନ ଆଜି ୧୮ ଜୁନ ରେ ୧୦୦ ବର୍ଷରେ ପଦାର୍ପଣ କରିବାକୁ ଯାଉଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗାନ୍ଧୀ ନଗର ରେ ପୋହଞ୍ଚି ଥିଲେ । ସେ ନିଜ ମା ଙ୍କ ପାଖକୁ ଯାଇ ମାଙ୍କର ପାଦ ପାଣି ରେ ଧୋଇଛନ୍ତି ଓ ସେହି ପାଣି ନିଜ ଆଖି ରେ ଲଗାଇଛନ୍ତି ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ମା ମଧ୍ୟ ଜନ୍ମ ଦିନରେ ଘରକୁ ଆସିଥିବା ପୁଅ କୁ ମିଠା ଖାଇବାକୁ ଦେଇଛନ୍ତି । ନିଜ ପୁଅ ମୋଦୀ କୁ ଆଶୀର୍ବାଦ ମଧ୍ୟ ଦେଇଛନ୍ତି ହୀରା ବେହେନ ।
ପିଏମ ମୋଦୀ ନିଜ ମା ଙ୍କ ଜନ୍ମଦିନରେ ଏକ ଖାସ ବ୍ଲକ ମଧ୍ୟ ଲେଖିଛନ୍ତି । ଏହି ବ୍ଲକ ରେ ମୋଦୀ ନିଜର ମା ଙ୍କ ସହ ଜଡିତ ନିଜର ପିଲା ଦିନର କିଛି କଥା ସେୟାର କରିଛନ୍ତି । ପିଏମ ମୋଦୀ ଲେଖିଛନ୍ତି କି ମା ଘର ଘର ବୁଲି ବାସନ ମାଜୁଥିଲେ ଯାହା ପାଇଁ ତାଙ୍କୁ ଟଙ୍କା ମିଳିବ ବୋଲି । ତେବେ ପିଏମ ମୋଦୀ ଙ୍କ ଏହି ବ୍ଲକ ସମସ୍ତଙ୍କୁ ଭାବୁକ କରିବାରେ ଲାଗିଛି ।
ପିଏମ ମୋଦୀ ଲେଖିଛନ୍ତି କି ମା ହୀରା ବେହେନ ଅନ୍ୟକୁ ଖୁସିରେ ଦେଖି ନିଜକୁ ଖୁସି ଅନୁଭବ କରନ୍ତି, ଘରେ ଜାଗା ବହୁତ କମ ଟିଏ ମଧ୍ୟ ତାଙ୍କ ହୃଦୟ ବହୁତ ବଡ । ଆହୁରି ମଧ୍ୟ ମୋଦୀ ସେୟାର କରିଛନ୍ତି ସେହି ସ୍ମାୟରେ ଯେବେ ତାଙ୍କ ପିଲାଦିନର ସମୟ ଥିଲା । ମୋଦୀ ଲେଖିଛନ୍ତି କି ତାଙ୍କ ଘର ଠାରୁ ବହୁତ ଦୂରରେ ଗୋଟେ ଗାଁ ଥିଲା ସେଠାରେ ତାଙ୍କ ବାପାଙ୍କର ନିକଟତର ବନ୍ଧୁ ରହୁଥିଲେ ତାଙ୍କ ପିତାଙ୍କ ବନ୍ଧୁଙ୍କ ପୁଅ ଥିଲା ଯାହାର ନାଁ ହେଉଛି ଅବାସ ।
ଯେତେବେଳେ ଅବାସଙ୍କ ପିତାଙ୍କ ଦେହାନ୍ତ ଘଟିଲା ସେହି ସମୟରେ ମୋଦୀଙ୍କ ପିତା ଅବାସ କୁ ଘରକୁ ନେଇ ଆସିଥିଲେ । ପିଏମ ଆଗକୁ ଲେଖିଛନ୍ତି କି ତାଙ୍କ ମା ଅବାସ ଙ୍କୁ ନିଜ ପିଲା ଭଳି ଶ୍ନେହ ଆଦର କରୁଥିଲେ । ଅବାସ ତାଙ୍କ ଘରେ ରହିକି ପାଠ ପଢିଲା । ଯେଉଁ ପରି ଭାବେ ମୋଦୀ ଙ୍କ ମା ହୀରା ବେହେନ ତାଙ୍କର ଓ ତାଙ୍କ ଭାଇ ମାନଙ୍କର କେୟାର ନେଉଥିଲେ ।
ଠିକ ସେମିତି ଅବାସ ର ମଧ୍ୟ ବହୁତ ଭଲ ଭାବେ କେୟାର ନେଉଥିଲେ । ଇଦ ସମୟରେ ହୀରା ବେହେନ ଅବାସ ର ମନ ପସନ୍ଦର ଖାଦ୍ୟ ମଧ୍ୟ ତିଆରି କରୁଥିଲେ । ପିଏମ ମୋଦୀ ଙ୍କର ତାଙ୍କ ମା ଙ୍କ ସହ ଫୋଟୋ ଓ ପିଲା ଦିନର କିଛି ସ୍ମୂରତି ବ୍ଲକ ହେବା ପରେ ପୁରା ଦେଶ କୁ ଭାବୁକ କରୁଛି । ଆପଣ ମାନେ ମଧ୍ୟ ଏହି ଭିଡିଓ ରେ ଦେଖି ପାରିବେ । ଯେଉଁଥିରେ ମୋଦୀ ନିଜ ମାଙ୍କ ପ୍ରତି ଥିବା ଭଲ ପାଇବା ଦର୍ଶାଇଛନ୍ତି ।
ବନ୍ଧୁଗଣ ଆପଣ ମାନଙ୍କର ପିଏମ ମୋଦୀ ଙ୍କ ନିଜ ମା ପ୍ରତି ଥିବା ଭଲ ପାଇବା ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।