ନମସ୍କାର ବନ୍ଧୁଗଣ ଝଟକା ପରେ ଝଟକା ଥରୁଛି ତାଇୱାନ । ପ୍ରତି ମୁହୂର୍ତ୍ତରେ ବିପଦ ଘେରି ରହିଛି । କେଉଁଠି ଘର ଭାଙ୍ଗୁଛି ତ ଆଉ କେଉଁଠି ଟ୍ରେନ ଦୋହଲି ଯାଉଛି । ରାସ୍ତା କଡ ରୁ ପଥର ଖଣ୍ଡ ଖସୁଛି । ୩ ଦିନ ହେଲ ବିପଦ ଘେର ରେ ଅଛନ୍ତି ତାଇୱାନ ବାସିନ୍ଦା । ତାଇୱାନ ର ଦକ୍ଷିଣ ପୂର୍ବ ଅଞ୍ଚଳ ରେ ଗତ ୨୪ ଘଣ୍ଟା ରେ ଭୂକମ୍ପ ଭୟ ଦେଖା ଯାଇଛି । ଆଜି ପୁଣି ଆସିଛି ଭୂକମ୍ପ । ଆମେରିକା ଜିଓଲୋଜିକାଲ ସର୍ଭେ ରେ ଶନିବାର ସକାଳେ ରେ ତୀବ୍ରତା ୭.୨ ବୋଲି କୁହା ଯାଉଥିଲା । ପରେ ଏହାକୁ ୬.୯ କୁ ହ୍ରାସ କରାଗଲା ।
ତେବେ ଚୀନ୍ ସହିତ ଦୀର୍ଘ ଦିନ ଧରି ଚାଲି ଆସୁଥିବା ବିବାଦ ମଧ୍ୟରେ ତାଇୱାନ ପାଇଁ ଶନିବାର ଏବଂ ରବିବାର ଅତ୍ୟନ୍ତ ଉତ୍ତେଜନା ପୂର୍ଣ୍ଣ ଥିଲା । । ଶନିବାର ପରେ ରବିବାର ଅପରାହ୍ନରେ ମଧ୍ୟ ଏଠାରେ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପ ପରେ ୟାରଲି ସହର ରେ ଅନେକ କୋଠା ଭାଙ୍ଗି ଯାଇଛି । ଅନେକ ସ୍ଥାନରେ ବଡ ବଡ କୋଠା ଠାରିବା ସହ ଫାଟ ସୃଷ୍ଟି ହୋଇଛି । ଟ୍ରେନ ଲାଇନ ଅଚ୍ୟୁତ ହୋଇଛି ।
ବାଧା ପ୍ରାପ୍ତ ହୋଇଛି ରେଳ ଚଳାଚଳ । ଚିକେ ଓ ମ୍ୟୁସୀ ପାହାଡିଆ ରାସ୍ତା ରେ ୬୦୦ ରୁ ଅଧିକ ଭୂକମ୍ପ ପରେ ଅନେକ ଲୋକ ଫସି ରହିଛନ୍ତି । ମୃତାହତ ନେଇ ଏ ଯାଏଁ କୌଣସି ସୂଚନା ମିଳି ନାହି । ଯୁଜିନିଙ୍ଗ ସହର ରୁ ୮୫ କିମି ଦୂର ରେ ଥିଲା ଭୂମିକମ୍ପ ର କେନ୍ଦ୍ର ସ୍ଥଳ । ଶନିବାର ଦିନ ତାଇୱାନ ର ଏହି ଅଞ୍ଚଳ ରେ ୬.୬ ତୀବ୍ରତା ର ଭୂକମ୍ପ ହୋଇଥିଲା ।
ଗତ ୨୪ ଘଣ୍ଟା ରେ ତାଇୱାନ ରେ ସାଧିକା ଭୂକମ୍ପ ଝଡ ଅନୁଭତ ହୋଇଛି । ତାଇୱାନ ର ପ୍ରଶାନ୍ତ ମହାସାଗର ର ଋଂ ଅଫ ଫାୟାରା ଅଞ୍ଚଳ ଭିତରେ ରହିଛି । ତେଣୁ ସେଠାରେ ବାରମ୍ବାର ଭୂକମ୍ପ ଆସୁଛି । ୨୦୧୬ ମସିହାରେ ଭୂକମ୍ପ ରେ ସାଧିକା ଲୋକଙ୍କର ଜୀବନ ଯାଇଥିଲା ।
୧୯୯୯ ମସିହାରେ ୭.୩ ତୀବ୍ରତା ର ଭୂକମ୍ପ ଯୋଗୁଁ ୨୦୦୦ ରୁ ଅଧିକ ଲୋକଙ୍କର ଜୀବନ ଯାଇଥିଲା । ଅନ୍ୟ ପକ୍ଷରେ ଲୋକେ ଏମିତି ବାରମ୍ବାର ଭୂକମ୍ପ କୁ ନେଇ ଭୟଭୀତ ହୋଇ ପଡିଛନ୍ତି । ତାଇୱାନ ପାଇଁ ଭୂକମ୍ପ ଏକ ନୂଆ କଥା ନୁହେଁ । ଏଠାରେ ପ୍ରାୟତ ଭୂକମ୍ପ ହୁଏ । ଭୂକମ୍ପ ସୁନାମୀ ର ରୂପ ନେଉ ଥିବାରୁ ଏହା ଲୋକଙ୍କ ମାନଙ୍କ ଚିନ୍ତା ର ବିଷୟ ହୋଇ ପଡିଛି ।
ସୁନାମି ଆସିବା ସତର୍କ ସୂଚନା ଜାରି କରାଯାଇଥିବା କଥା ତାଇୱାନ୍ର ପାଣିପାଗ ବ୍ୟୁରୋ କହିଛି । ବନ୍ଧୁଗଣ ଆପଣ ମାନଙ୍କରେ ହି ବିଶେଷ ଖବରକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।