ବ୍ରହ୍ମ ଯିଏ ଦେଇଥାଏ ଜୀବନ୍ତର ପ୍ରମାଣ । ଦାରୁ ଦିଅଙ୍କ ଶ୍ରୀ ଅଙ୍ଗରେ ଏହି ଅଙ୍ଗର ଉପସ୍ଥିତି, ମହା ପ୍ରଭୁ ଜଗନ୍ନାଥଙ୍କୁ ଜୀବନ୍ତର ମାନ୍ୟତା ଦେଇଛି । ହେଲେ ଏହି ବ୍ରହ୍ମ କଣ, ଓ ଏହାର ଅବସ୍ଥିତି କିପରି ଏହା ସମସ୍ତଙ୍କୁ ଆନ୍ଦୋଳିତ କରିଥାଏ । ଆଜି ଆମେ ଏହି ଲେଖାରେ ବ୍ରହ୍ମର ସୃଷ୍ଟି ବିଷୟରେ କହିବାକୁ ଯାଉଛୁ । ବ୍ରହ୍ମ ହିଁ ଜୀବନ, ପ୍ରତି ମଣିଷଙ୍କ ଶରୀରରେ ଯେମିତି ଆତ୍ମା ରହିଛି ସେହିପରି ମହା ପ୍ରଭୁଙ୍କ ଶରୀରରେ ରହିଛି ବ୍ରହ୍ମ ବା ପରମାତ୍ମା । ସେଥିପାଇଁ ମହା ପ୍ରଭୁ ହେଉଛନ୍ତି କଳିଯୁଗର ଏକ ମାତ୍ର ଜୀବନ୍ତ ଠାକୁର । ଯିଏ ଭକ୍ତର ଡାକ ଶୁଣନ୍ତି, ଓ ମନସ୍କାମନା ମଧ୍ୟ ପୂରଣ କରନ୍ତି ।
ସେଥିପାଇଁ ଏହି ବ୍ରହ୍ମ ହିଁ ଏକମାତ୍ର ଆକର୍ଷଣ, ଏହି ବ୍ରହ୍ମକୁ ନେଇ ସବୁବେଳେ ପ୍ରଶ୍ନ ରହିଛି । ଭକ୍ତ ହୁଅନ୍ତୁ କି ସାଧୁ,ବା ଯୋଗୀ ହୁଅନ୍ତୁ କି ସନ୍ୟାସୀ କିମ୍ବା ଆଲୋଚକ ଓ ଗବେଷକ ବ୍ରହ୍ମର ସତା ଜାଣିବା ପାଇଁ ଇଛା ବ୍ୟକ୍ତ କରନ୍ତି । ବ୍ରହ୍ମା କଣ ଓ ଏହାର ଅବସ୍ଥିତି କିପରି ତାହା ଏବେ ବି ପ୍ରଶ୍ନ ହୋଇରହିଛି । ପୂର୍ବରୁ ବହୁ ଆଲୋଚକ ଓ ଗବେଷକ ଏହା ବିଷୟରେ ଭିନ ଭିନ୍ନ ମତ ଦେଇଛନ୍ତି । ବ୍ରହ୍ମ ହେଉଛି ଶ୍ରୀକୃଷ୍ଣଙ୍କ ନାଭି କହୁଥିବା ବେଳେ, ଆଉ କେତେକ ଶ୍ରୀକୃଷ୍ଣଙ୍କ ହୃଦୟ ବୋଲି କହୁଛନ୍ତି । କିନ୍ତୁ ଅନେକ ତଥ୍ୟରୁ ଜାଣିବାକୁ ମିଳିଛି ଯେ ଯେତେବେଳେ ଶ୍ରୀ କୃଷ୍ଣଙ୍କ ମୃତ୍ୟୁ ହୋଇଥିଲା, ସେତେବେଳେ ପାଣ୍ଡବ ମାନେ ତାଙ୍କର ଅନ୍ତିମ ସଂସ୍କାର କରିଥିଲେ ।କିନ୍ତୁ ସେହି ସମୟରେ ଶ୍ରୀକୃଷ୍ଣଙ୍କ ନାଭିଟି ଜଳି ନଥିଲା ।
ଏହା ଦେଖି ପାଣ୍ଡବ ମାନେ ତାଙ୍କ ନାଭିକୁ ସମୁଦ୍ରରେ ଭସାଇଦେଲେ, ଯେଉଁଟା କି ଆସି ପୁଣି ସମୁଦ୍ରରେ ଲାଗିଲା । ଯାହାକୁ ନେଇ ପୁଣି ଇନ୍ଦ୍ରଦୁମ୍ନ ଜଗନ୍ନାଥ ମୂର୍ତି ତିଆରି କରି ସେଥିରେ ସ୍ଥାପନ କଲେ । ଶ୍ରୀ ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ସୁରେନ୍ଦ୍ର କୁମାର ମିଶ୍ର କୁହନ୍ତି ବ୍ରହ୍ମ ପଦାର୍ଥ ଓ ଶାଳଗ୍ରାମ ଏହା ପ୍ରମାଣିତ । ୬୬୦ ଖ୍ରୀଷ୍ଟାବ୍ଦ ପରେ ପୁରୀ ମନ୍ଦିର ଉପରେ ହୋଇଥିଲା ଆକ୍ରମଣ । ବିଧର୍ମୀଙ୍କ ଆକ୍ରମଣରୁ ଜଗନ୍ନାଥଙ୍କୁ ରକ୍ଷା କରିବା ପାଇଁ ସେବକମାନେ ସେମାନଙ୍କୁ ଶ୍ରୀମନ୍ଦିରରୁ ନେଇଯାଇଥିଲେ । ସୋନପୁରରେ ଜଗନ୍ନାଥଙ୍କୁ ୪୯ବର୍ଷ ଧରୀ ପୂଜା କରଯାଇଥିଲା ।
ସେଠାରେ ମଧ୍ୟ ବିଧର୍ମୀଙ୍କ ଭୟ ରହିବାରୁ ଚତୁର୍ଦ୍ଧା ମୁରତିଙ୍କୁ ମାଟି ତଳେ ପାତାଳି କରାଗଲା । ୧୪୪ ବର୍ଷ ପାତଳି ହୋଇ ରହିଲେ ମହାପ୍ରଭୁ । ୧୫୧୭ ଖ୍ରୀଷ୍ଟାବ୍ଦ ବେଳକୁ ଗୋବିନ୍ଦ ଦ୍ଵାଦଶୀ ବୁଡ ପକେଇବାକୁ ଆସିଥିଲେ ଆଦିଶଙ୍କର, ସେହି ସମୟରେ ଯଯାତୀ କେସରୀ ମଧ୍ୟ ଆସିଥିଲେ ଶ୍ରୀକ୍ଷେତ୍ରକୁ । ଶ୍ରୀକ୍ଷେତ୍ରରେ ପହଞ୍ଚି ମାହୋଦଧିରେ ବୁଡ ପକାଇବା ପରେ ଉଭୟ ମହା ପ୍ରଭୁଙ୍କୁ ଦର୍ଶନ କରିବାପାଇଁ ଯାଇଥିଲେ । ହେଲେ ମହାପ୍ରଭୁ ନଥିଲେ, ସେଠାରେ ଦୁଇଜଣଙ୍କ ମଧ୍ୟରେ ଭେଟ ହୋଇଥିଲା । ମହାପ୍ରଭୁଙ୍କୁ ଦେଉଳରେ ନପାଇ ବୟସ୍କ ସେବକଙ୍କୁ ପଚାରଥିଲେ । ମଦାଳି ପାଞ୍ଜି ଅନୁଯାଇ ସେବକ କହିଥିଲେ ବିଧର୍ମୀଙ୍କ ଭୟରେ ପ୍ରଭୁଙ୍କୁ ସୋନ ପୁରକୁ ନେଇଯାଇଛନ୍ତି ।
ମହା ପ୍ରଭୁଙ୍କୁ ଫେରାଇ ଆଣିବା ପାଇଁ ରାଜା ଯଯାତୀ କେସରୀ ଓ ଆଦିଶଙ୍କର ସୋନପୁର ଯାତ୍ରା କାଲେ । ସେଠାରେ ଯାଇ ଦିଅଁଙ୍କୁ ଖୋଜିଲେ କିନ୍ତୁ ପାଇନଥିଲେ । ଜଣେ ବୃଦ୍ଧା ବରଗଛ ମୂଳେ ପାଣି ଦେଉଥିବାର ଆଦିଶଙ୍କର ଦେଖିଲେ । ଆଦିଶଙ୍କର ପାଣି ଦେବାର ରହସ୍ୟ ପଚାରିଲେ, ବୃଦ୍ଧା ଜଣକ କହିଲେ ଯେ ଆମ ପୂର୍ବପୁରୁଷ କହିଛନ୍ତି ଏହା ହେଉଛି ଦିଅଁବର ପ୍ରତିଦିନ ସେଥିପାଇଁ ପାଣି ଦେଉଛୁ । ଆଦିଶଙ୍କର ସେହିଠାରେ ସାଧନାରେ ବସିଲେ । ତାଙ୍କ ଦିବ୍ୟ ଦୃଷ୍ଟିରେ ଜାଣିପାରିଲେ ଯେ ସେହି ବରଗଛ ତଳେ ମହାପ୍ରଭୁ ବିଜେ କରିଛନ୍ତି ।
ମାଟିଖୋଳି ଦିଅଁଙ୍କୁ ଠାବ କାଲେ । ୧୪୪ ବର୍ଷ ମାଟିତଳେ ଥିବାରୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଜୀର୍ଣ ହୋଇଯାଇଥିଲା । ସେଠରୁ ବ୍ରହ୍ମଙ୍କୁ ଉଧାର କଲେ । ପୁରୀରୁ ୧୧ ଜଣ ଦଇତାଙ୍କୁ ଡକାଇଲେ, ସେହି ବ୍ରହ୍ମଙ୍କୁ ନେଇ ଯାଜପୁରା ଆସିଲେ । ସେଠାରେ ଦେଖିଲେ ଦୁଇ ବ୍ରହ୍ମ ଜୀର୍ଣ ହୋଇଯାଇଛନ୍ତି, ତେଣୁ ଆଦିଶଙ୍କର ରାଜା ଯଯାତୀ କେଶରୀଙ୍କୁ କହି ନେପାଳ ରାଜାଙ୍କ ପାଖକୁ ସନ୍ଦେଶ ପଠାଇଲେ, ଏବଂ ଗୁଣ୍ଡିକି ନଦୀର ଜୀବନ୍ତ ଶାଳଗ୍ରାମ ଦେବାକୁ କହିଲେ । ସେହି ଶାଳଗ୍ରାମକୁ ଆଣି ଶ୍ରୀଅଙ୍ଗରେ ସ୍ଥାପନ କରାଗଲା । ତେଣୁ ବ୍ରହ୍ମ ଜୀବନ୍ତ ଶାଳଗ୍ରାମ ବୋଲି କୁହାଯାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।