ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୂଆ ଯୋଜନା, ମାତ୍ର 2 ଟଙ୍କା ଜମା କରନ୍ତୁ ବର୍ଷକୁ ମିଳିବ 36 ହଜାର ଟଙ୍କା… କଣ ଉଠାଇବେ ଏହି ଯୋଜନାର ଲାଭ ଜାଣିବା ପାଇଁ ଦେଖନ୍ତୁ

ବନ୍ଧୁଗଣ ନିଜ ଭବିଷ୍ୟତ ପାଇଁ ଚିନ୍ତା କରୁଥିବା ଲୋକଙ୍କ ପାଇଁ କେନ୍ଦ୍ର ସରକାର ଙ୍କ ଏଭଳି ଏକ ଯୋଜନା ଆସିଛି ଯାହା ବେଶ ଲାଭପ୍ରଦ । ଏବେ ଜାଣନ୍ତୁ କେମିତି ଏହି ଯୋଜନାର ଲାଭ ଉଠାଇ ପାରିବେ । ଆଉ ଏଥିପାଇଁ କଣ କରିବାକୁ ହେବ । ଗରିବ ଓ ମଧ୍ୟବିତ୍ତ ଲୋକ ମାନେ ସବୁବେଳେ ନିଜ ଭବିଷ୍ୟତକୁ ନେଇ ଚିନ୍ତାରେ ଥାନ୍ତି । ଦିନ ରାତି ଖଟି ଯାହା ରୋଜଗାର କରିଥାନ୍ତି ସେଥିରେ ପରିବାର ଚାଲିଥାଏ । ଟଙ୍କାଟିଏ ସଞ୍ଚୟ କରିବା ସମ୍ଭବ ନ ହେଉଥିବାରୁ ଭବିଷ୍ୟତ ସ୍ଵପ୍ନ ଧୂଳିସାତ ହୋଇଯାଏ ।

ପ୍ରତିଟି ପରିବାରରେ ରହିଛି ଏମିତି ଅଙ୍ଗେ ଲିଭା ଅନୁଭବ ଯାହାକୁ ହୃଦୟଙ୍ଗମ କରି କେନ୍ଦ୍ର ସରକାର ଆଣିଛନ୍ତି ବଡ ଯୋଜନା । ଯାହାର ନାଁ ପିଏମ ଶ୍ରମ ଯୋଗୀ ମାନଧନ ପେନସନ ଯୋଜନା । ଖଟିକିଆ ମେହନତୀ ମଣିଷର ଭବିଷ୍ୟତକୁ ସୁଦୃଢ କରିବା ପାଇଁ ଏହା ବିରାଟ ପରିକଳ୍ପନା । ମୋଦୀ ସରକାରଙ୍କ PM-SYM ଯୋଜନାରେ ସାମିଲ ହେବାକୁ ହେଲେ ଜଣଙ୍କର ବୟସ ୧୮ ବର୍ଷ ହୋଇଥିବା ଦରକାର । ଏହା ବାଦ ହିତାଧିକାରୀ ଙ୍କୁ ୪୦ ବର୍ଷରୁ ଅଧିକ ହୋଇ ନ ଥିବା ଜରୁରୀ ।

ଯଦି ଆପଣଙ୍କର ବୟସ ତେବେ ଆପଣ ଯୋଜନାରେ ସାମିଲ ହୋଇପାରିବେ । ମାସକୁ ମାତ୍ର ୫୫ ଟଙ୍କା ଜମା କରି ଯୋଜନାର ଲାଭ ଉଠାଇ ପାରିବେ । ମାସକୁ ୫୫ ଟଙ୍କା ହିସାବକୁ ନେଲେ ଦିନକୁ ମାତ୍ର ୨ ଟଙ୍କାରୁ କମ ସଞ୍ଚୟ କରିବାକୁ ହେବ । ସେଭଳି ୨୯ ବର୍ଷ ବୟସର ବ୍ୟକ୍ତି ମାସିକ ୧୦୦ ଟଙ୍କା ଦେବେ । ଆଉ ୪୦ ବର୍ଷ ବଯସର ଲୋକ ଏହି ଯୋଜନାରେ ସାମିଲ ହେବାକୁ ହେଲେ ମାସିକ ୨୦୦ ଟଙ୍କା ଦେବାକୁ ହେବ । ଯୋଜନାରେ ସାମିଲ ହେବ ପୂର୍ବରୁ କିଛି ସର୍ତ୍ତ ରହିଛି ।

PM-SYM ଯୋଜନା ରେ ସାମିଲ ହେବାକୁ ଚାହୁଁ ଥିବା ବ୍ୟକ୍ତିଙ୍କୁ ରୋଜଗାର ମାସିକ ୧୫ ହାଜରୁ କମ ହୋଇଥିବା ଆବଶ୍ୟକ । ଏହା ସହ ୧୮ରୁ ୪୦ ବର୍ଷର ଶ୍ରମିକ ଡ୍ରାଇଭର, ଇଲେକ୍ତ୍ରିସିଆନ, ଝାଡୁଦାର ଶ୍ରେଣୀର ବ୍ୟକ୍ତି ମାନେ ଯୋଜନାରେ ସାମିଲ ହୋଇପାରିବେ । ଏହି ଯୋଜନାରେ ରେଜିଷ୍ଟ୍ରେଶନ କରିବାକୁ ଚାହିଁଲେ ପ୍ରଥମେ ପାଖରେ ଥିବା କାମନ ସର୍ଭିସ ସେଣ୍ଟରକୁ ଯିବାକୁ ହେବ । ସେଠାରେ ଆପଣଙ୍କୁ ଆଧାର କାର୍ଡ ଓ ଜନଧନ ବ୍ଯାଙ୍କ ଆଇପିଏଫସି କୋରଡ ଦେବାକୁ ହେବ ।

ଆପଣଙ୍କ ଦସ୍ତାବିଜ ଅନ ଲାଇନରେ ସବମିଟ ହେବା ମାତ୍ରେ ଆପଣଙ୍କୁ ଶ୍ରମ ଯୋଗୀ କାର୍ଡ ମିଳିଯିବ । ଆଉ ପ୍ରତି ମାସରେ ବ୍ଯାଙ୍କ ଆକାଉଣ୍ଟ ରୁ ଟଙ୍କା କାଟିବାକୁ ଲାଗିବ । ଯେବେ ଆପଣଙ୍କ ବୟସ ୬୦ ବର୍ଷ ହୋଇଯିବ ମାସିକ ୩୦୦୦ ଟଙ୍କା ଅର୍ଥାତ ବାସର୍କି ୩୬ ହଜାର ଟଙ୍କା ପେନସନ ଆକାରରେ ମିଳିବ । ଯାହା କି ବୃଦ୍ଧା ଅବସ୍ଥାରେ ବଞ୍ଚିବା ପାଇଁ ବେଶ ସହାୟକ ହେବ ।

କାହା ପାଖରେ ହାତ ପକାଇବାକୁ ପଡିବ ନାହି । ତେବେ ସରକାର ଅନେକ ସମୟରେ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ଆଣୁଛନ୍ତି । ଯାହାର ଲାଭ ଉଠାଇବା ଦରକାର । ବନ୍ଧୁଗଣ ଆପଣଙ୍କର ଏହି ଯୋଜନାକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *