ବନ୍ଧୁଗଣ ଆପଣ ପୂଜା କରିବା ସମୟରେ ଆପଣଙ୍କ ମନରେ ଖରାପ ଚିନ୍ତାଧାରା ଆସୁଛି ତେବେ ଆପଣ ଏହା ଦୂର କରିବା ପାଇଁ ଅନେକ ଚେଷ୍ଟା କରିଲେ ମଧ୍ୟ ସଫଳ ହୋଇପାରୁ ନାହାନ୍ତି ତେବେ ଏଥିରେ କିଛି ଚିନ୍ତା କରିବାର କଥା ନାହି । ପୁରାଣରେ ଅନୁସାରେ ମନ ୨ ପ୍ରକାରର ହୋଇଥାଏ ଯଥା ଶୁଦ୍ଧ ଓ ଅଶୁଦ୍ଧ । କାମନା ରହିତ ମନ ଶୁଦ୍ଧ ଓ କାମନାରେ ଆସନ୍ତ ହେବା ହେଇଛି ଅଶୁଦ୍ଧ ବୋଲି କୁହାଯାଏ । ଏହାକୁ ମୋକ୍ଷର କାରଣ ମଧ୍ୟ କୁହାଯାଏ । ପୂଜା କରିବା ସମୟରେ ଯଦି ମନରେ ଖରାପ ବିଚାର ଆସୁଥାଏ ତେବେ ତାହା ଧୀରେ ଧୀରେ ଦୂର ହୋଇଥାଏ ।
ଦୁନିଆରେ ଏମିତି କୌଣସି ବ୍ୟକ୍ତି ନାହାନ୍ତି ଯାହା ମନରେ ଖରାପ ବିଚାର ଆସି ନ ଥାଏ । କାମ, କ୍ରୋଧ, ମୋହ ଓ ଲୋଭ ଏମିତି ଭାବନା ଅଟେ ଯାହାର ମନରେ କେବେ ବି ଜାଗୃତ ହୋଇଥାଏ । ଏମିତି ହେବ ସମୟରେ କେବେ ବି ପୂଜା କରିବା ବନ୍ଦ କରିବା ଉଚିତ ନୁହେଁ ବରଂ ତତ୍ପର ହୋଇ ପୂଜା କରିବା ଉଚିତ । କାରଣ ମନ ଏମିତି ଏକ ମାଧ୍ୟମ ଯାହା ସଫା ଓ ଶୁଦ୍ଧ କରିଥାଏ ।
ତେଣୁ ଅଶୁଭ ହେବା ଭୟରେ ନିଜର ଧ୍ୟାନକୁ ଖଣ୍ଡିତ କରିବା ଅନୁଚିତ । ମନ ଅନ୍ୟ କେଉଁଠି ଥିଲେ ମଧ୍ୟ ନିଜର ବିଚାରକୁ ଭଗବାନଙ୍କ ଠାରୁ ଦୂରେଇ ରଖିବା ଅନୁଚିତ । ଏଥିପାଇଁ ଆପଣଙ୍କୁ ମନକୁ ବସ କରିବାକୁ ହେବ ଯାହା ସହଜ ହୁଏ ନାହି । ଆଧ୍ୟାତ୍ମିକ ଜ୍ଞାନ, ସତସଙ୍ଗ, ବାସନାର ତ୍ୟାଗ ଓ ପ୍ରାଣାୟମ ବିନା ମନକୁ ବଶ କରିହେବ ନାହି ।
କିନ୍ତୁ ବଳ ପୂର୍ବକ ମନକୁ ବଶ କରିବା ଦୀପର ଜ୍ଯୋତି ଠାରୁ ଦୂରେଇ ଯାଇ ଅନ୍ଧାରକୁ ଯିବା ସହ ସମାନ ହୋଇଥାଏ । ଆପଣଙ୍କ ମନରେ କାମ ବାସନାରେ ଲୀନ ଥିଲେ ମଧ୍ୟ ନିଜର ମନକୁ ବଶ କରିବା ଉଚିତ । ତେଣୁ ସର୍ବଦା ଜୀବନରେ କୌଣସି ସତ୍ୟ କୁ ଅସ୍ଵୀକାର କରିବା ଉଚିତ ନୁହେଁ । କାମ ବାସନା ଜୀବନର ଅଂସ ହୋଇପାରେ କିନ୍ତୁ ଜୀବନ ନୁହେଁ । ମନକୁ ବଶ କରିବା ପାଇଁ ପ୍ରଥମ ଉପାୟ ହେଉଛି ନିଜର ଅଭ୍ଯାସ କୁ ବଦଳାଇବା ।
ଧ୍ୟାନ କରିବା ସମୟରେ ନିଜର ଧ୍ୟାନ ଅନ୍ୟ କେଉଁଠି ରଖିବା ଉଚିତ ନୁହେଁ । ଯେବେ ମଣିଷ ନିଜକୁ ନିଜେ ଜାଣି ନେବେ ତେବେ ମନକୁ ବଶ କରିବା ସହଜ ହୋଇଯିବ । ଧ୍ୟାନ ଏମିତି ଏକ ମାଧ୍ୟମ ଯାହା ଦ୍ଵାରା ଆମେ ମନକୁ ବଶ କରି ପାରିବା । ଆଉ ଏହାକୁ ଶୁଦ୍ଧତା ଆଡକୁ ନେଇ ପାରିବା । କିନ୍ତୁ ଏହା ପଛରେ ଥିବା ବୈଜ୍ଞାନିକ କାରଣ ହେଉଛି ମାନସିକ ଚିନ୍ତା, ଉଚିତ ହାର ନ ମିଳିବା, ସଂକ୍ରମଣ ବା ଏକା ରହିବା କାରଣରୁ ମନ ବଶ କରି ହୁଏ ନାହି ।
ତେଣୁ ସର୍ବଦା ମନରେ ଭଲ ଚିନ୍ତାଧାରା ଆଣିବା ସହ ଅନ୍ୟ ପ୍ରତି ଦୟା ଭାବ ରଖିବା ଉଚିତ । ଯାହାର ପ୍ରଭାବ ଆମ ଜୀବନରେ ପଡିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।