ପୂଲଵାମା ଆକ୍ରମଣକୁ ଆଜିକି ୩ବର୍ଷ ପୁରିଲା । ଆଜି ଠିକ ଏହି ଦିନରେ ଭାରତ ୪୦ଜଣ ବୀରଙ୍କୁ ହରାଇଥିଲା । ଆଜି ବି ଭାରତ ମାଟି ୪୦ଜଣ ବୀରପୁତ୍ରଙ୍କୁ ଝୁରୁଛି । ନିଜ ପୁଅଙ୍କୁ ହରାଇ କାନ୍ଦୁଛନ୍ତି ପରିବାର ବର୍ଗ । ଆଉ ଦେଶ ପାଇଁ ସହିଦ ହୋଇଥିବା ବୀରଙ୍କୁ ଝୁରୁଛି ମାତୃଭୂମି । ସେଦିନ ଥିଲା ୨୦୧୯ ଫେବୃଆରି ୧୪ ଗୁରୁବାର । ସାରା ଦେଶର ପ୍ରେମ ଦିବସ ପାଳନ କରୁଥିବା ବେଳେ ଅଚାନକ ଅପରାହ୍ନ ୩ଟା ୩୦ରେ ଆସିଲା ହୃଦୟବିଦାରକ ଖବର ।

ଜାମୁ ଶ୍ରୀନଗର ରାଷ୍ଟ୍ର ରାଜ୍ୟ ମାର୍ଗ ଦେଇ ୨୫୦୦ ଯବାନଙ୍କୁ ନେଇ ୭୮ଟି ବସ ଯାଉଥିଲା । ସବୁଦିନ ପରି ଯବାନ ମାନେ ମୀରେ ଦେଶ କି ଧରତି ଗୀତ ଗାଇ ଗନ୍ତବ୍ୟ ସ୍ଥଳକୁ ଯାଉଥିଲେ । ସିଆରଏଫଙ୍କ ଗାଡି ପୁଲୱାମା ପହଞ୍ଚିବାର ଠିକ ପୂର୍ବରୁ ରାସ୍ତା ଆର ପାଟରେ ଆସୁଥିବା ଏକ କାର ଗାଡିକୁ ଧକ୍କା ଦେଇଥିଲା । କେହି କିଛି ବୁଝିବା ପୂର୍ବରୁ ଅଚାନକ କାର ବିସ୍ଫୋରଣ ହୋଇଥିଲା ଯାହା ଛାତିଥରା ଦୃଶ୍ୟ ଥିଲା ।
ରାଜପଥ ଉପରେ ଲମ୍ବା ଲାଇନ ହୋଇ ଆଗକୁ ବଢୁଥିଲା ସିଆରଏଫ ଯବାନଙ୍କ ଗାଡି । ୭୮ଟି ବଶରେ ଟ୍ରାଞ୍ଜେନ୍ଟ କ୍ୟାମ୍ପରୁ ଫେରୁଥିଲେ ୨୫୦୦ ଯବାନ । କାରର ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ ଆଖପାଖର ୧୨ରୁ ୧୫ କିମି ଯାଏଁ ଭୟଙ୍କର ଶବ୍ଦ ଶୁଭିଥିଲା ଯାହାକୁ ଶୁଣି ସମସ୍ତେ ଦୋହଲି ଯାଇଥିଲେ କହିଲେ ଭୁଲ ହେବ ନାହି । ବିସ୍ଫୋରଣ ଶବ୍ଦ ନିରବି ଗଲା ପରେ ଯାହା ସମାନକୁ ଆସିଲା ହୁଏ ତ ସେହି ଘଟଣା ଭାରତ ଇତିହାସରେ ପୂର୍ବରୁ ହୋଇ ନାହିଁ କି ଆଗକୁ ଏମିତି ନ ହେଉ ।

ଆତଙ୍କବାଦୀ ଆଦିମ ଅହମଦର ଆତ୍ମଘାତି ବିସ୍ଫୋରଣରେ ଘଟଣା ସ୍ଥଳରେ ତାଳି ପଡିଥିଲେ ସିଆରଏଫିର ଅନେକ ଯବାନ । ଏତିକିରେ ଅଋ ନ ଥିଲା ନର ରାକ୍ଷସଙ୍କ ଆକ୍ରମଣ । କୋହଲା ପାଗର ସୁଯୋଗ ନେଇ କରିଥିଲେ ଗୁଳି ମାଡ । ବିସ୍ଫୋରଣ ଏତେ ଭୟଙ୍କର ଥିଲା କି କ୍ଷଣଦା ଖଣ୍ଡ ହୋଇଥିଲା ଯବାନଙ୍କ ଶରୀର । ରକ୍ତରେ ଭିଜିଥିଲା ରାଜରାସ୍ତା । ଏହି ଘଟଣାରେ ସାରା ଦେଶ ସ୍ତବ୍ଧ ହୋଇଥିଲା । ଶୋକରେ ବୁଡି ଯାଇଥିଲା ସାରା ଦେଶ ।
କାଳ ରୂପ ଏହି କାରଟି ଯବାନଙ୍କ ଗୋଟିଏ ଗାଡିକୁ ଏମିତି ଧକ୍କା ଦେଲା ଯେ ବାସର ପାର୍ଟ ବି ଖଣ୍ଡ ବିଖଣ୍ଡିତ ହୋଇଥିଲା । ଆଖି ପିଛୁଳାକେ ଆଖି ବୁଜି ଦେଲେ ଭାରତମାତାର ୪୦ ସନ୍ତାନ । ଯବାନଙ୍କ କାଉଣ୍ଟରରେ ଆତଙ୍କବାଦୀ ମାନେ ସେଠାରୁ ଚାଲି ଯାଇଥିଲେ । ବିସ୍ଫୋରଣ ଏତେ ଜୋରରେ ହୋଇଥିଲା କିଛି ସମୟ ଯାଏଁ ଧୂଆଁ ହୋଇଥିଲା ।

ଧୂଆଁ ହଟିବା ପରେ ଯାହା ଦୃଶ୍ୟ ହେଲା ସାରା ଦେଶବାସୀଙ୍କ ଆଖିରେ ପୁଲୱାମା ଆକ୍ରମଣର ପ୍ରଭାବ ଦେଖିବାକୁ ମିଳିଲା । ଅନେକ ଯବାନ ଗୁରତ୍ର ଅବସ୍ଥାରେ ଛଟପଟ ହେଉଥିଲେ । ପାକିସ୍ତାନ ଆତଙ୍କି ସଂଘଠନ ଜୟସେଖ ମହମଦ ଆକ୍ରମଣ କରିଥିବା ସ୍ଵିକାର କରିଥିଲା । ଯାହାକୁ ନେଇ ସରକାର ଆତଙ୍କବାଦୀଙ୍କୁ ଜବାବ ଦେବା ପାଇଁ ଅଣ୍ଟା ଭିଡିଥିଲେ ।
ବନ୍ଧୁଗଣ ଆପଣଙ୍କର ଏହି ଘଟଣା ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।
