ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ କୋରୋନାର ନୂଆ ଭ୍ୟାରି ଆଣ୍ଟ ଓମିକ୍ରନ ପୁରା ବିଶ୍ବରେ ଧୀରେ ଧୀରେ ବ୍ୟାପିବାରେ ଲାଗିଛି । ତେବେ ଏହି ନୂଆ ଭ୍ୟାରିଆଣ୍ଟ ପୁରା ଦେଶରେ ଭୟର ଆତଙ୍କ ସୃଷ୍ଟି କରିଛି । ବର୍ତ୍ତମାନର ବଡ ଖବର ହେଉଛି ୟୁକେ ରେ ଜାନୁଆରୀ ଆରମ୍ଭ ରୁ ଏକ ବଡ ଲହର ଆସିବାର ସମ୍ଭାବନା ରହିଛି ବୋଲି ବିଶେଷଜ୍ଞ ଦଳ ପୂର୍ବ ଅନୁମାନ କରିଛନ୍ତି ।
ଅନ୍ୟ କ୍ଷେତ୍ର ରେ ଏହି ନୂଆ ଭ୍ୟାରିଆଣ୍ଟ ରେ ଅଧିକ ସଂକ୍ରମିତ ବହଡୁ ଥିବାରୁ ସତର୍କ କରିଛି ବିଶ୍ଵ ସ୍ୱାସ୍ଥ୍ୟ ସଂଘଠନ । ଏବେ ସୁଦ୍ଧା ପାୟ ୫୯ ଟି ଦେଶକୁ ବ୍ୟାପୀ ସାରିଥିବା ଓମିକ୍ରନ ପୁଣି ଥରେ ଦେଶକୁ ଲକ ଡାଉନ ଓ ସଟ ଡାଉନ ଭଳି ସ୍ଥିତି ଫେରିପାରେ ବୋଲି ବିଶ୍ଵ ସ୍ୱାସ୍ଥ୍ୟ ସଂଘଠନ ସୂଚନା ଦେଇହକି । ଏହି ଭ୍ୟାରିଆଣ୍ଟ କୁ ଚିହ୍ନଟ କରିବା ପାଇଁ ଏକ ସ୍ପେଶାଲ କୀଟ ପ୍ରସ୍ତୁତ କରିଛି ICMR ।
ଆସନ୍ତା ସପ୍ତାହ ରେ ଏହି ନୂଆ କୀଟ ବଜାରରେ ଉପଲବ୍ଧ ହୋଇପାରେ ବୋଲି ସୂଚନା ରହିଛି । ଏହା ସାହାଜ୍ଯରେ ଓମିକ୍ରନ ରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଙ୍କୁ ମାତ୍ର ୨ ଘଣ୍ଟା ମଧ୍ୟରେ ଚିହ୍ନଟ କରାଯାଇ ପାରିବ । ଭାରତର ପାଖପାଖି ୮ଟି ରାଜ୍ୟ ରେ କୋରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ପହଞ୍ଚି ସାରିଲାଣି ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।
ମହାରାଷ୍ଟ୍ର, ରାଜସ୍ଥାନ, ଦିଲ୍ଲୀ, କେରଳ, ଗୁଜୁରାଟ, କର୍ଣ୍ଣାଟକ, ଚଣ୍ଡିଗଡ, ଆନ୍ଧ୍ର ପ୍ରଦେଶ ରେ ଚିହ୍ନଟ ହୋଇଛି ଦକ୍ଷିଣ ଆମେରିକା ମ୍ୟୁଟାନ । ଏବେ ଦେଶରେ ଓମିକ୍ରନ ଚିହ୍ନଟଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି । ଗତ କାଲି କେରଳ, ଆନ୍ଧ୍ର ପ୍ରଦେଶ, ଚଣ୍ଡିଗଡ, ନାଗପୁର ଓ କର୍ଣ୍ଣାଟକ ରେ ଜଣେ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛି ।
ସବୁ ଆକ୍ରାନ୍ତ କାରୀଙ୍କୁ କ୍ଵାରେନ୍ଟେଡ ରେ ରଖାଯିବା ସହ ସେମାନଙ୍କ କଣ୍ଟାକ୍ଟ ଟ୍ରେସ କରା ଯାଉଛି । ତେବେ ଓମିକ୍ରନ କବଳକୁ ଆସିବ ଏବେ ଭାରତ ବୋଲି ସୂଚନା ମିଳିଛି । ପୂର୍ବ ଭଳି ସାରା ଦେଶରେ ଲକ ଡାଉନ ଓ ସଟ ଡାଉନ ପ୍ରକ୍ରିୟା ଜାରି ହୋଇପାରେ ବୋଲି କୁହା ଯାଉଛି । ତେବେ ଏ ନେଇ ସାଧାରଣ ଜନତାଙ୍କର କେଉଁ ଭଳି ପ୍ରତିକ୍ରିୟା ରହିବ ତାହା ଗାଇଡ ଲାଇନ ଜାରି ହେବା ପରେ ଜଣା ପଡିବ ।
ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।