ନମସ୍କାର ବନ୍ଧୁଗଣ । ପ୍ରତି ମାସରେ ଆମ ଦେଶରେ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ହେବାର ଦେଖା ଯାଉଛି । କିନ୍ତୁ ବର୍ତ୍ତମାନ ସମୟରେ ନିର୍ବାଚନ ଚାଲି ଥିବାରୁ ଡିଜେଲ ପେଟ୍ରୋଲ ଦର ରେ କୌଣସି ପରିବର୍ତ୍ତନ ହୋଇ ନାହି । ଏହା ସହ ବର୍ତ୍ତମାନ ୟୁକ୍ରେନ ଓ ରୁଷିଆ ମଧ୍ୟରେ ଯେଉଁ ମହାଯୁଦ୍ଧ ଲାଗି ରହିଛି ସେଥିପାଇଁ ଅନେକ ସମସ୍ଯା ସୃଷ୍ଟି ହେବାରେ ଲାଗିଛି । କାରଣ ଯୁଧ ର ସ୍ଥିତି ଏତେ ଭୟଙ୍କର ଦିନକୁ ଦିନ ହେବାରେ ଲାଗିଛି ଯାହା ପାଇଁ ରୁଷିଆ ରେ ଅନେକ ପ୍ରଡ଼କସନ ବନ୍ଦ ହେବାରେ ଲାଗିଛି ।

ଏହି ଦୁଇ ଦେଶ ମଧ୍ୟରେ ପରମାଣୁ ଆକ୍ରମଣ ହେବାର ଆଶଙ୍କା ମଧ୍ୟ ଦେଖା ଗଲାଣି ଯାହା ସାରା ବିଶ୍ଵ ପାଇଁ ଚିନ୍ତା ଜନକ ସ୍ଥିତି ସୃଷ୍ଟି କରିଛି । ତେବେ ଆସନ୍ତା ସପ୍ତାହରେ ପାଖାପାଖି ୨୫ ଟଙ୍କା ବୃଦ୍ଧି ହୋଇପାରେ ତେଲ ଦର ଯାହା ସୂତ୍ର ରୁ ଜାଣ ପଡିଛି । ଉତ୍ତର ପ୍ରଦେଶ ନିର୍ବାଚନ ଆସନ୍ତା କାଲି ସପ୍ତାହ ରେ ଶେଷ ହେବା ପରେ ତୈଳ ଦର ବୃଦ୍ଧି ହେବାର ଅନୁମାନ କରା ଯାଉଛି ।
କାରଣ ୟୁକ୍ରେନ ଓ ରୁଷିଆ ଯୁଦ୍ଧ କାରଣରୁ ଆନ୍ତଜାତୀୟ ବଜାର ରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୧୩ ଡଲାର ଅତିକ୍ରମ କରିଛି । ଏହା ସହ ଭାରତର ତେଲ କମ୍ପାନୀ ପେଟ୍ରୋଲ ଓ ଡିଜେଲ ଦର ପିଛା ପାଖାପାଖି ୯ ଟଙ୍କା କ୍ଷତି ଶଉଛନ୍ତି । ତେଣୁ ବିଧାନସଭା ନିର୍ବାଚନ ଶେଷ ହେବା ପରେ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ହେବ ବୋଇ ଚର୍ଚ୍ଚା ହେଉଛି ।

ପେଟ୍ରୋଲ ଡିଜେଲ ଦର ରାଜନୀତି ଦ୍ରୁଷ୍ଟି ରୁ କୋଣରୁ ସମ୍ବେଦନା ଶୀଳ ପ୍ରସଙ୍ଗ ଭୋଟ ବିଗିଡି ଆଶଙ୍କା କାରଣରୁ ଟେଲ ଦୀର୍ଘ ୧୧୮ ଦିନ ହେବ ବଢାଇ ନାହାନ୍ତି ସରକାର । ଯଦି ପେଟ୍ରୋଲ ଡିଜେଲ ଦର ପୁଣି ଥରେ ବୃଦ୍ଧି ପାଇବ ତେବେ ଏହା ସାଧାରଣ ଗ୍ରାହକ ଙ୍କ ଉପରେ ବିଶେଷ ଭାବେ ପ୍ରଭାବ ପକାଇବା ଏହା କହିଲେ ଭୁଲ ହେବ ନାହି ।
ଏହା ସହ ତେଲ ଦର ବୃଦ୍ଧି ହେବେ ସାଧାରଣ ଖାଉଟି ଙ୍କ ଉପରେ ମଧ୍ୟ ପ୍ରଭାବ ପକାଇବ । ଯେଉଁ ମାନେ ମଧ୍ୟବିତ୍ତ ଶ୍ରେଣୀ ର ଲୋକ ସେମାନେ ଦର ବୃଦ୍ଧି ହେଲେ ଅନେକ ସମସ୍ୟାର ସମୁଖିନ୍ନ ହୋଇ ପାରନ୍ତି ।
ବନ୍ଧୁଗଣ ଆପଣ ମାନଙ୍କର ଏହି ମାମଲାରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
