ନମସ୍କାର ବନ୍ଧୁଗଣ । ବର୍ତ୍ତମାନ ସମୟରେ ପୁରୀ ଶ୍ରୀ କ୍ଷେତ୍ର ର ସିଂହଦ୍ଵାର କୁମୁଟ ରେ ବହି ଚାଲିଛି ଝରଣା ଯାହାର ଦୃଶ୍ୟ ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ବାଇଶି ପାହାଚ ରୁ କିଭଳି ଭାବେ ପାଣି ବୋହି ଚାଲିଛି ଅନବରତ ବର୍ଷା ହେବା କାରଣରୁ । ଯଦି ଶ୍ରୀ ମନ୍ଦିର ରୁ କୌଣସି ଜାଗାରୁ ପଲସ୍ତରା ଖସି ଯାଇଥିବ ତେବେ ସାମାନ୍ୟତମ ବର୍ଷା ହେଲେ ଅଧିକ ରୁ ଅଧିକ ପଣି ବୋହିବାର ସମ୍ଭାବନା ରହିଛି । ଆପଣ ମାନେ ଦେଖି ପାରିବେ କିଭଳି ବାଇଶି ପାହାଚ ରୁ ପାଣି ର ସୁଅ ଛୁଟିବାରେ ଲାଗିଛି ଆଉ ଭକ୍ତ ଗଣ ମଧ୍ୟ ସେଠାରେ ଉପସ୍ଥିତି ରହି ସମସ୍ୟାର ସମୁଖିନ୍ନ ହେଉଛନ୍ତି ।
କିନ୍ତୁ ବାସ୍ତବରେ ଏହା ଆଗାମୀ ସମୟରେ ବିପଦ ପୁର୍ଣ୍ଣ ସାବ୍ୟସ୍ତ ହୋଇପାରେ । ଲଗାତାର ବର୍ଷା ହେବା କାରଣରୁ ବାଇଶି ପାହାଚ ଦେଇ ପାଣି ଆସିବା କାରଣରୁ ସିଂହଦ୍ବାର ର ସମୁଖ ଭାଗରେ ପାଣି ରେ ଭର୍ତ୍ତି ହୋଇ ଗଲାଣି । ଏମିତିକି ମନ୍ଦିର ର ଚୂଡା ରେ ଏହି ପାଣି ଯଦି ପ୍ରବେଶ କରେ ତେବେ ନିଷ୍କିନ୍ତ ଭାବେ ପ୍ରଭାବ ପଡିବ । ହୁ ହୁ ହୋଇ ପାଣି ଯେପରି ମାଡି ଆସିଛୁ ସିଂହଦ୍ବାର କୁମୁଟ ରେ ପହଞ୍ଚିଛି ଯଦି କୌଣସି ଫାଟ ସୃଷ୍ଟି ହେଲା ଯଦି ପାଣି ଲିକେଜ ହେବେ ତେବେ ନିଶ୍ଚୟ ପ୍ରଭାବ ପକାଇବ ।
ପ୍ରାକୃତିକ ବିପର୍ଯ୍ୟୟ ବର୍ଷା ଘଡଘଡି ମାରୁଥିବା ଯୋଗୁଁ ସୁରକ୍ଷା ପାଇଁ ପ୍ରାଚୀନ କାଳ ରୁ ଶ୍ରୀ ମନ୍ଦିର ର କାନ୍ଥ ଗୁଡିକ ଚୁନରେ ଆସ୍ତରଣ ରେ ସୁରକ୍ଷିତ କରା ଯାଇଥିଲା । ୩ ରୁ ସାଢେ ୩ ଫୁଟ ଆସ୍ତରଣ ରେ ଚୂନ ଲେପ ମରା ଯାଇଥିଲା । ଯଦିଓ ବର୍ତ୍ତମାନ ଚୂନ ଚଢାଯାଇ ରାସାନିୟକ ପ୍ରଲେପ ଦିଆଗଲା ତେବେ ପ୍ରତି ମୂହୁର୍ତ୍ତ ରେ ଖୋଳା ଖୋଳି ସବୁ ଚଳାଇଛି । ବର୍ତ୍ତମାନ ଦେବସଭା ମଣ୍ଡପ ରେ ମଧ୍ୟ ଭଙ୍ଗ ଯାଉଛି ତାକୁ ମଧ୍ୟ ଫ୍ଲୋରିଙ୍ଗ କରା ଯାଉଛି । ତେଣୁ ଯେଉଁ କାମ ହେଉଛି ସେଥିପାଇଁ ହୁଏ ତ ଗର୍ଭ ଗୃହ ରୁ ପ୍ଲାଷ୍ଟର ଖସିବାର ଅନୁମାନ କରା ଯାଉଛି ।
ତେଣୁ ପ୍ରତେକ ଦିନ ଖୋଳା ଖୋଳି ହେବା କାରଣରୁ ଆଘାତ ସୃଷ୍ଟି ହୋଇ ବର୍ଷା ଜଳ ଭିତରେ ପ୍ରବେଶ କରୁଛି । ଯାହା କାରଣରୁ ମନ୍ଦିର ର କ୍ଷତି ହେବାରେ ଲାଗିଛି । ତେଣୁ ଏ ସବୁରୁ ଯେତେ ନିବୃତ୍ତ ରହିବା ଉଚିତ । ତେଣୁ ଶ୍ରୀ ମନ୍ଦିର କୁ କିଭଳି ସୁରକ୍ଷିତ କରାଯିବା ସେଥିପ୍ରତି ମନ୍ଦିର ପ୍ରଶାସନ ଗୁରୁତର ଭାବେ ନେବା ଉଚିତ । ଯଦି ଏମିତି ପାଣି ଲିକେଜ କରିବ ହୁଏ ତ ଆଗାମୀ ସମୟରେ କେଉଁଠୁ ପଥର ଖସିପାରେ ବା ଅନ୍ୟ କୌଣସି ଅସୁବିଧା ହୋଇପାରେ ।
ଶ୍ରୀ ମନ୍ଦିରର ଉପର ଭାଗର ଆସ୍ତରଣ ଯେମିତି କ୍ଷତିଗ୍ରସ୍ତ ନ ହୁଏ ସେଥିପ୍ରତି ଧ୍ୟାନ ଦେବା ଉଚିତ । ଯେଉଁ ପଥର ଗତ କାଲି ଖସିଛି ସେଥିପ୍ରତି ମଧ୍ୟ ସୁରକ୍ଷାଅଧିକାରୀ ଧ୍ୟାନ ଦେବା ଉଚିତ । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।