ନମସ୍କାର ବନ୍ଧୁଗଣ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଭୀଷଣ ବାତ୍ୟା ରୂପ ନେଇଛି ଅସାନି । ବର୍ତ୍ତମାନ ଏହା ୨୧ କିମି ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଏବେ ପୁରୀ ଠାରୁ ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ୭୪୦ କିମି ଦୂରରେ ରହିଛି ବାତ୍ୟା ଅସାନି । ଏହା ଭୀଷଣ ବାତ୍ୟାର ରୂପ ନେଇ ସମୁଦ୍ରରେ ସକ୍ରିୟ ହେବା ପରେ ଆସନ୍ତା କାଲୀ ଠାରୁ ଦୁର୍ବଳ ହୋଇ ଧୀରେ ଧୀରେ ଉପକୂଳ ନିକଟତର ହେବ ।
କିନ୍ତୁ ସ୍ଥଳ ଭାଗ ଛୁଇଁବା ନେଇ ଅସାନି ବାତ୍ୟାର ରୂପ ନେବ ଏହି ସମୟରେ ବଦଳିବ ଓ ୧୨ ତାରିଖରେ ଏହା ପୁରୀର ସ୍ଥଳ ଭାଗ ଠାରୁ ୮୮କିମି ଦୂରରେ ସମାନ୍ତର ଭାବେ ସମୁଦ୍ର ମଧ୍ୟରେ ଅତିକ୍ରମ କରିବ । ସେହି ସମୟରେ ଭୀଷଣ ବାତ୍ୟା ଦୁର୍ବଳ ହୋଇ ବାତ୍ୟାର ରୂପ ନେଇ ସାରିଥିବ ।
ତେବେ ଉପକୂଳର ନିକଟତର ହେବା ଯୋଗୁ ୧୧ ରାତିରୁ ୧୨ ତାରିଖ ଯାଏଁ କିଛି ସ୍ଥାନରେ ବର୍ଷା ହେବ । ଉପକୂଳ ୬ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ହେବା ସହ ସବୁ ବନ୍ଦରରେ ୨ ନମ୍ବର ବିପଦ ସଂକେତ ଜାରି କରାଯାଇଛି । ଆସନ୍ତା ୧୧ ଓ ୧୨ ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ବାତ୍ୟା ଅସାନି ସ୍ଥଳ ଭାଗ ଚିନବା ପରେ ପୁରୀ ରେ ବର୍ଷା ଆରମ୍ଭ ହେବ । ଏହା ସହ ୧୨ ତାରିଖରେ ପୁରୀ, ଜଗତସିଙ୍ଘ୍ପୁର, କଟକ, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ଵର ଆଦି ଜିଲ୍ଲା ଗୁଡିକରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ପବନର ବେଗ ମଧ୍ୟ ଅଧିକ ରହିବ ।
ଗୋପାଳପୁର ଠାରୁ ପାରାଦୀପ ବନ୍ଦର ରେ ବାତ୍ୟା ଅସାନି ସ୍ଥଳ ଭାଗ ଛୁଇଁବ ପରେ ପବନର ବେଗ ୮୦ତୁ ୯୦ କିମି ରହିପାରେ । ଏହା ସହ ଭାରତୀୟ ପାଣିପାଗ ଆଞ୍ଚଳିକ ବିଭାଗ ପକ୍ଷ ରୁ ସୂଚନା ଦିଆ ଯାଇଛି କି ବାତ୍ୟା ଅସାନି ସ୍ଥଳ ଭାଗ ଛୁଇଁବା ପରେ ଧୀରେ ଧୀରେ ଦୁର୍ବଳ ହେବାକୁ ଲାଗିବ ।
କିନ୍ତୁ ବାତ୍ୟା ଅସାନି ଲ୍ୟାଣ୍ଡଫଲ କରିବ ନାହି ଯାହା ଭାରତୀୟ ପାଣିପାଗ ବିଭାଗ ପକ୍ଷ ରୁ କୁହା ଯାଇଛି । ତେବେ ଏ ନେଇ ମାଛ ଧରାଳି ମାନନ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ସତର୍କ ସୂଚନା ଦିଆ ଯାଇଛି । ବାତ୍ୟା ଅସାନି କୁ ରାଜ୍ୟ ସରକାର ପୂରାପୂରି ଭାବେ ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଛନ୍ତି ।
ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।